ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ଖୁବ୍ ମହତ୍ତ୍ୱ ରହିଛି । ମାନ୍ୟତା ଅନୁଯାୟୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମାନସିକ ଶାନ୍ତି, ବ୍ୟବସାୟ ଓ ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ । ଏକମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ । ଉତ୍ତମ ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ, ବାସ୍ତୁ ଓ ଗ୍ରହ ଦୋଷ ଦୂର ହୋଇଥାଏ । ଜନ୍ମ ତିଥି ଅନୁସାରେ ଜ୍ୟୋତର୍ବିଦ୍ଙ୍କ ପରାମର୍ଶ ଅନୁସାରେ ରୁଦ୍ରାକ୍ଷ ଧାରଣ କରିବାକୁ ପରାମର୍ଶ ଦିଆଯାଏ । ମନ୍ତ୍ରରେ ବିଧିରେ ପୂଜା ପରେ ରୁଦ୍ରାକ୍ଷ ଧାରଣ କରାଯାଏ । ଦାମ୍ କହିବାକୁ ଗଲେ ୫୦ ଟଙ୍କାରୁ ଆରମ୍ଭ ହୋଇ ଏହା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ନିଜ ଇଚ୍ଛା ଅନୁଯାୟୀ ଦାମ୍ରେ ଏହାକୁ କିଣି ପାରିବେ । ରୁଦ୍ରାକ୍ଷ କେତେ ପ୍ରକାରର ଓ ଗ୍ରହ ଅନୁସାରେ କେଉଁ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ଜାଣନ୍ତୁ..
ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବିଚାର କରିବାର ଶକ୍ତିରେ ପରିବର୍ତ୍ତନ ହୋଇଥାଏ । ସୂର୍ଯ୍ୟ ଗ୍ରହଙ୍କ ପାଇଁ ଏକ ମୁଖୀ, ୧୨ ମୁଖୀ ଓ ୨୧ ମୁଖୀ ରୁଦ୍ରାକ୍ଷ ଧାରଣ କରାଯାଏ ।
ଚନ୍ଦ୍ର ଗ୍ରହଙ୍କ ପାଇଁ ୨ମୁଖୀ ଓ ୨୦ ମୁଖୀ ରୁଦ୍ରାକ୍ଷ ଧାରଣ କରାଯାଏ ।
ଗୁରୁ ଗ୍ରହଙ୍କ ପାଇଁ ପାଞ୍ଚମୁଖୀ ଓ ୧୫ ମୁଖୀ, ରାହୁଙ୍କ ପାଇଁ ଆଠ ମୁଖୀ ଓ ୧୦ ମୁଖୀ।
ସେହିପରି ଶୁକ୍ରଙ୍କ ପାଇଁ ୬ ମୁଖୀ, ୧୩ ମୁଖୀ ଓ ୨୧ ମୁଖୀ ଧାରଣ କରାଯାଏ ।
କେତୁଙ୍କ ପାଇଁ ୯ ଓ ୧୦ ମୁଖୀ, ଶନିଙ୍କ ପାଇଁ ୭ ମୁଖୀ, ୧୪ ଓ ୧୭ ମୁଖୀ ରୁଦ୍ରାକ୍ଷ ଧାରଣ କରାଯାଏ ।
ମଙ୍ଗଳଙ୍କ ପାଇଁ ୩ ମୁଖୀ, ୧୧ ଓ ୧୮ ମୁଖୀ ରୁଦ୍ରାକ୍ଷ ଧାରଣ କରାଯାଏ ।