Sunday, October 4, 2026
24.3 C
Odisha

    ଏହି ୫ ଟି ଖାଦ୍ୟ କେବେ ଏକାଠି କରି ମିଶାଇ ଖାଆନ୍ତୁ ନାହିଁ, ଶରୀର ପାଇଁ ହୋଇପାରେ ବିଷ ସଦୃଶ

    ଆଗକୁ ପଢନ୍ତୁ

    ଆୟୁର୍ବେଦରେ ସବୁବେଳେ ଉତ୍ତମ ଖାଦ୍ୟ ଖାଇବାକୁ ଗୁରୁତ୍ୱ ଦିଆଯାଇଥାଏ। ଯେହେତୁ ଆୟୁର୍ବେଦକୁ ଏକ ସୁସ୍ଥ ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ବିବେଚନା କରାଯାଏ, ଏହା ସବୁବେଳେ ବିଷାକ୍ତ ପଦାର୍ଥରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ମଧ୍ୟ କହିଥାଏ। ଯାହାକି ମଣିଷ ଜୀବନର ପ୍ରତ୍ୟେକ ଦିନ ଖାଦ୍ୟ ପେୟ ସହିତ ଜଡିତ। ତେବେ ଖାଦ୍ୟ ପେୟରେ ମଧ୍ୟ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡେ। ଅନେକ ସମୟରେ କିଛି ଲୋକ ଅନେକ ଖାଦ୍ୟ ମିଶା ଇ ଖାଇ ଥାଆନ୍ତି, ଯାହାକି ଭୁଲ୍। ଏହା ଖାଇବା ଦ୍ବାରା ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ।

    କଦଳୀ ଓ କ୍ଷୀର:ଏହି ଦୁଇଟି ଖାଦ୍ୟ ଶରୀର ପାଇଁ ଖୁବ୍ ଭଲ। ଶରୀରରେ ମେଟାବୋଲିଜିମ୍ ବୃଦ୍ଧି ପାଇଁ କଦଳୀ ଏବଂ କ୍ଷୀର ସର୍ବୋତ୍ତମ ଖାଦ୍ୟ। କିନ୍ତୁ ଯେତେବେଳେ ଏହାକୁ ମିଳିତ ଭାବେ ଗ୍ରହଣ କରାଯାଏ ଏହା ବିଷାକ୍ତ ପଦାର୍ଥ ସୃଷ୍ଟି କରେ ଯାହା କାଶ, ଥଣ୍ଡା, ଆଲର୍ଜି, ଏବଂ ସଂକ୍ରମଣ ଭଳି ସମସ୍ୟା ସୃଷ୍ଟି କରିଥାଏ। ଏଥିରୁ ତିଆରି ହୋଇଥିବା ଖରାପ ପଦାର୍ଥ ଶରୀରର ମୁଖ୍ୟ ଅଙ୍ଗଗୁଡ଼ିକର ମେଟାବୋଲିଜିମ୍ ଉପରେ ଧିରେ ଧିରେ ଧୀର-ପ୍ରଭାବ ପକାଇଥାଏ। ଆୟୁର୍ବେଦ ଅନୁଯାୟୀ, ଆପଣଙ୍କୁ ଏହି ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ ଯାହା ଆପଣଙ୍କୁ ଅସୁସ୍ଥ କରିପାରେ।

    ଛେନା/ପନିର ଏବଂ ଦହି:ଯଦିଓ ଉଭୟ ଦୁଗ୍ଧରୁ ଉତ୍ପାଦିତ ହୁଏ ଓ ଏହାର ପ୍ରକ୍ରିୟା ଅଲଗା କିନ୍ତୁ ଏହାକୁ ମଧ୍ୟ ମିଶ୍ରଣ କରିବା ଦ୍ୱାରା ଅନେକ ଅସୁବିଧା ହୁଏ। ତେବେ ଆପଣ ଛେନା, ଦହି ଓ ପନିର ଅଲଗା ଭାବେ ଖାଇବା ଉଚିତ୍। ଆୟୁର୍ବେଦ ଦାବି କରିଛି ଯେ ପନିର ଏବଂ ଦହି ଏକାଠି ଖାଇବା ଆପଣଙ୍କ ଶରୀରରେ କଫ ଦୋଷ ବଢ଼ାଇଥାଏ। କଫରୁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୁଏ। ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ଏହାକୁ ମିଶାଇ ଖାଇବା ଅନୁଚିତ୍।

    ତରଭୁଜ ସହିତ ସେଓ :
    ଯଦି ଆପଣ ତରଭୁଜ ଫଳ ଖାଇବାକୁ ଚାହାଁନ୍ତି, ତେବେ ତରଭୁଜକୁ ଅନ୍ୟ କୌଣସି ଫଳ ସହିତ ଖାଆନ୍ତୁ ନାହିଁ। ଡାକ୍ତରଙ୍କ ଅନୁଯାୟୀ, ତରଭୁଜରେ ଜଳର ମାତ୍ରା ଅଧିକ ଥିବାରୁ ଆପଲ ପରି ବଳିଷ୍ଠ ଫଳ ସହିତ ମିଶାଇ ଖାଇଲେ ହଜମ ହୋଇପାରେ ନାହିଁ।

    ଫଳ ଏବଂ ପନିପରିବା :ଆୟୁର୍ବେଦ ଅନୁଯାୟୀ ଫଳ ଏବଂ ପନିପରିବା ଏକାଠି ଖାଇବା ଅନୁଚିତ, କାରଣ ଫଳର ମିଠା ସ୍ୱାଦ ଦ୍ଵାରା ପନିପରିବା ହଜମ ହେବା କଷ୍ଟକର ହୋଇପାରେ।

    ଆଳୁ ଏବଂ ଅଣ୍ଡା:ପ୍ରାୟତ ଲୋକ ଅଣ୍ଡା ସହ ଆଳୁ ମିଶାଇ ଖାଇ ଥାଆନ୍ତି କିନ୍ତୁ ଏହା ଶରୀର ପାଇଁ ବିପଦ ହୋଇଥାଏ। ଆଳୁ ଷ୍ଟାର୍କି ଏବଂ ଅଣ୍ଡା ପ୍ରୋଟିନ୍ ଯୁକ୍ତ ଥାଏ। ଷ୍ଟାର୍କରେ କାର୍ବସ୍ ଥାଏ ଯାହା ଶରୀରରେ ପ୍ରୋଟିନ୍ ଗ୍ରହଣକୁ ଧୀର କରିଥାଏ। ତେଣୁ ଏହାକୁ ଏକାଠି ଖାଇବା ମନା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ