Saturday, October 10, 2026
27.9 C
Odisha

    ରୁପି ସମସ୍ୟା ଦୂର କରିବ ଆପଲ୍ ସାଇଡର ଭିନେଗାର

    ଆଗକୁ ପଢନ୍ତୁ

    ମଣିଷ ଶରୀର ସହିତ ଅନେକ ସମୟରେ କିଛି କିଛି ଅସୁବିଧା ଲାଗି ରହିଥାଏ। କେବଳ ନିଜ ସ୍ବାସ୍ଥ୍ୟ ନୁହେଁ ଅନେକ ସମୟରେ ଆପଣଙ୍କ ପାଖରେ କେଶ ଝଡ଼ିବା, ମୁଣ୍ଡରେ ରୁପି ହେବା ପରି ଅନେକ ସମସ୍ୟା ଦେଖା ଯାଇଥାଏ। ଯାହାପାଇଁ କିଛି ଲୋକ ଅନେକ ଜିନିଷ ବ୍ଯବହାର କରନ୍ତି। କିନ୍ତୁ ଆପଣ ରୁପି ସମସ୍ୟା ପାଇଁ ଆପଲ୍ ସାଇଡର୍ ଭିନେଗାର୍ ମଧ୍ୟ ବ୍ୟବହାର କରିପାରିବେ।

    କାରଣ ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ରୁପି ସମସ୍ୟା ଦୂର ହୋଇଯିବ। ଆପଲ୍ ସାଇଡର୍ ଭିନେଗାର୍ ବା ACV ରେ ଭିଟାମିନ, ମିନେରାଲ୍ସ ଓ ଆଲ୍ଫା ହାଇଡ୍ରୋକ୍ସ ଏସିଡ ରହିଛି ଯାହା ରୁପି ଦୂର କରିବାରେ ସାହାଯ୍ୟ କରେ। ଦୁଇ କପ୍ ପାଣିରେ ଚାରି ଚାମଚ୍ ଆପଲ୍ ସାଇଡର୍ ଭିନେଗାର୍ ମିଶାଇ ଏହାକୁ କେଶରେ ଲଗାନ୍ତୁ ଓ କିଛି ସମୟ ପରେ ସାମ୍ପୁ ଲଗାଇ ସଫା କରି ଦିଅନ୍ତୁ। ଏହାକୁ ଆପଣ ଗରମ ପାଣିରେ ମଧ୍ୟ ମିଶାଇ ସାମ୍ପୁ ସହିତ ଲଗାଇ ପାରିବେ। କିନ୍ତୁ ଆପଲ୍ ସାଇଡର୍ ଭିନେଗାର୍ ବ୍ୟବହାର କରିବା ପୂର୍ବରୁ ଆପଣ ଏହାକୁ ଭଲ ଭାବେ ସେକ୍ କରିବା ଉଚିତ୍।ଅନ୍ୟ ଏକ ଉପାୟ ମଧ୍ୟ ଆପଣାଇ ପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ ଚାମକ ଆପଲ୍ ସାଇଡର୍ ଭିନେଗାରରେ କିଛି ଅଲିଭ୍ ଅଏଲ ମିଶାଇ କେଶରେ ଲଗାଇ ପାରିବେ। ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ରଖିବା ପରେ ସାମ୍ପୁରେ ସଫା କରି ଦିଅନ୍ତୁ। ରୁପି ସମସ୍ୟା ଦୂର ହୋଇଯିବ। ଆପଣ ମହୁ ଓ ଦହି ସହିତ ଆପଲ୍ ସାଇଡର୍ ଭିନେଗାର୍ ମିଶାଇ କେଶର ମୂଳରେ ଲଗାଇ ପାରିବେ। କେବଳ ସେତିକି ନୁହେଁ ଏଲୋଭେରା ଜେଲ୍ ସହିତ ଦୁଇ ଚାମଚ ଆପଲ୍ ସାଇଡର୍ ଭିନେଗାର୍, ଗୋଟିଏ ଚାମଚ୍ ମହୁ ମିଶାଇ ଲଗାଇ ପାରିବେ। ଏହା ରୁପି ଦୂର କରିବା ସହିତ କେଶକୁ ସୁସ୍ଥ ମଧ୍ୟ ରଖିବ। କେଶ ଝଡ଼ିବା ମଧ୍ୟ କମ୍ ହୋଇଯିବ। ଆପଲ୍ ସାଇଡର୍ ଭିନେଗାରରେ ମାଲିକ୍ ଏସିଡ ରହିଛି ଯାହା ହେଉଛି ଏକ ପ୍ରାକୃତିକ ପଦାର୍ଥ। ଏହା ଅଠାଳିଆ କେଶ ପାଇଁ ଖୁବ୍ ଭଲ। ତେଣୁ ଆପଣ ଆପଲ୍ ସାଇଡର୍ ଭିନେଗାରରେ ନଡିଆ ତେଲ ମଧ୍ୟ ମିଶାଇ ଲଗାଇ ପାରିବେ। ଏହାକୁ ଆପଣ ସପ୍ତାହରେ ୨ ରୁ ୩ ଥର କରି ପାରିବେ। ଏପରି କରିବା ଦ୍ବାରା ଅପଣଙ୍କ ରୁପି ସମସ୍ୟା ଦୂର ହେବ ଓ ଆପଣ ସୁସ୍ଥ ସୁନ୍ଦର୍ କେଶ ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ