Saturday, October 10, 2026
27.9 C
Odisha

    କଟକର ବିଡ଼ାନାସୀରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କଟକ : ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକର ବିଡ଼ାନାସୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ପବିତ୍ର ଦିନରେ ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଗୌରବମୟ ଦିବସ ପାଳନ କରାଯାଉଛି, ତେଣୁ ଉକ୍ତ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛୁ ।

    ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶର ଅଖଣ୍ଡତା ବଜାୟ ସହ ସୁଶାସନ ଯୋଗାଇବା ପରମ ଲକ୍ଷ୍ୟ । ଦେଶର ଗଣତନ୍ତ୍ର ବଜାୟ ରଖିବାରେ କୋଟି କୋଟି ଜନତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ନିରବଚ୍ଛିନ୍ନ ଭାବେ ଗଣତନ୍ତ୍ରକୁ ବଜାୟ ସହ ଦେଶର ଅଗ୍ରଗତି ହେଉଛି । ଖୁବ୍‌ଶୀଘ୍ର ଆମ ଦେଶ ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବାକୁ ଯାଉଛି । ୧୪୦ କୋଟି ଭାରତୀୟଙ୍କ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଛି ।ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଅଧିକାର ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
    ଓଡ଼ିଆ ଅସ୍ମିତା ସହ ରାଜ୍ୟ ଆଗକୁ ବଢି ଚାଲିଛି। ମହିଳା ମାନେ ଆମ ସମାଜ ର ବଡ଼ ଅଙ୍ଗ ପାଲଟିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ 80 ଲକ୍ଷରୁ ଅଧିକ ମହିଳା ମାନେ ସୁଭଦ୍ରା ଟଙ୍କା ପାଇ ସାରିଲେଣି । ସେହିପରି ଆୟୁଷ୍ମାନ କାର୍ଡରେ ଯୋଡି ହେବେ ସାଢେ ୩ କୋଟି ଓଡ଼ିଆ । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି । ଆଦିବାସୀ ମାନଙ୍କ ସ୍ୱାର୍ଥ ସ୍ୱାଭିମାନ ପାଇଁ ଆମ ସରକାର ସଂକଳ୍ପ ବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେହିପରି ଓଡିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଶିଳ୍ପର ବିକାଶ କରିବା କ୍ଷେତ୍ରରେ ରାଜ୍ୟ ସବୁ ବେଳେ ଆଗରେ ଅଛି ।ରାଜ୍ୟ ଅଦିନିଆ ବର୍ଷା ପାଇଁ କ୍ଷତି ହୋଇ ଥିବା ଚାଷୀଙ୍କୁ କ୍ଷତି ପୂରଣ ପାଇଁ ବ୍ୟବସ୍ଥା ହୋଇଛି। ଗାଁ ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଆଜି ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
    ଅନ୍ୟପଟେ ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏହି ପବିତ୍ର ଦିନରେ ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ