ନୂଆଦିଲ୍ଲୀ : ରୁଷ ଉପରେ ଆକ୍ରମଣ କରିଛି ୟୁକ୍ରେନ । ରୁଷ ରାଜଧାନୀ ମସ୍କୋ ଉପରେ ୩୭୦ରୁ ଅଧିକ ଡ୍ରୋନ ମାଡ଼ କରି ଅଗ୍ନିବର୍ଷା କରିଛି । ୟୁକ୍ରେନ ଆକ୍ରମଣ ରୁଷର ଅନଲାଇନ ସପିଂ କମ୍ପାନୀର ଦୁଇଟି ୱେୟାର ହାଉସ୍, ଏବଂ ଅଏଲ ଡିପୋ ଏବଂ ଅନ୍ୟ ଆଡ୍ଡା ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ ୮୦ରୁ ଅଧିକ ଆହତ ହୋଇଛନ୍ତି ।
ଖବର ମୁତାବକ, ୟୁକ୍ରେନ ୱାଇଲ୍ଡବେରିଜର ୱେୟାରହାଉସ ଉପରେ ଆକ୍ରମଣ କରିବା ନେଇ ଦେଶର ରାଷ୍ଟ୍ରପତି ଭ୍ଲାଦାମିର ଜେଲେନସ୍କି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡ୍ରୋନ ଓ ନାଭିଗେସନ ଉପକରଣ ତିଆରି ଲାଗି ପ୍ରତିବନ୍ଧିତ ସାମଗ୍ରୀ ଯୋଗାଣ ଲାଗି ଉକ୍ତ ଲଜିଷ୍ଟିକ୍ସ କେନ୍ଦ୍ରକୁ ରୁଷ ବ୍ୟବହାର କରୁଥିଲା । ଏହି ଆକ୍ରମଣକୁ ଘୋର ନିନ୍ଦା କରି ଏହାକୁ ସାଧାରଣ ନାଗରିକଙ୍କ ବିରୋଧରେ ଯୋଜନାବଦ୍ଧ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛନ୍ତି ।
ପ୍ରଥମ ଆକ୍ରମଣ ତାମ୍ୱୋଭ୍ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୭ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣରେ ନୋଗିନସ୍କଠାରେ ଥିବା ଏକ ପ୍ରମୁଖ ତୈଳ ଡିପୋରେ ନିଆଁ ଲାଗିଯାଇଥିଲା । ଫଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଏଥିରୁ ନିର୍ଗତ ଧୂଆଁ ମାଇଲ ମାଇଲ ଦୂରରୁ ଦେଖାଯାଉଥିଲା ।
ରୁଷଠାରୁ କ୍ରିମିଆକୁ ବିଚ୍ଛିନ୍ନ କରିଦେଇଛି ୟୁକ୍ରେନ । ରୁଷ ସରକାରଙ୍କ ସହାୟତା ସତ୍ତ୍ବେ ଏଠାରେ ସ୍ଥିତି ସ୍ୱାଭାବିକ ହେବାର କୌଣସି ସମ୍ଭାବନା ନାହିଁ । ଏହାଯୋଗୁ କ୍ରିମିଆରେ ଶକ୍ତି ସଙ୍କଟ ଆହୁରି ଗମ୍ଭୀର ହୋଇଛି । କ୍ରିମିଆକୁ ରୁଷଠାରୁ ବିଚ୍ଛିନ୍ନ କରିବା ଲାଗି ୟୁକ୍ରେନ ଜୁଲାଇ ୬ରୁ ‘ମୋଲୋଚକା ଅଭିଯାନ ଆରମ୍ଭ କରିଥିଲା । ଜୁଲାଇ ୧୩ ସୁଦ୍ଧା କେର୍ଚ୍ଚ ପ୍ରଣାଳୀ ଦେଇ ହେଉଥିବା ଚଳାଚଳ ବନ୍ଦ ହୋଇଯାଇଛି ।
ରୁଷ ରକ୍ଷା ମନ୍ତ୍ରଣାଳୟ ଦାବି କରିଛି କି, ଏୟାର ଡିଫେନ୍ସ ସିଷ୍ଟମ ରାତିସାରା କ୍ରିମିଆ, ଆଜୋବ ସାଗର ଏବଂ ବ୍ଲାକ ସି ଉପରେ ୩୭୯ ୟୁକ୍ରେନ ଡ୍ରୋନକୁ ଖସାଇଛି । ଏହାସତ୍ତ୍ବେ ଅନେକ ଡ୍ରୋନ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ୱେୟାର ହାଉସ, ଅଏଲ ଡିପୋ, ପରିବହନ ଢାଞ୍ଚା ଏବଂ ଅନ୍ୟ ଠିକଣାକୁ କ୍ଷତି ପହଞ୍ଚାଇଛି ।
