Sunday, July 19, 2026
25.8 C
Odisha

    ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ । ଚଳିତ ବର୍ଷର ଏହି ଅଧିବେଶନ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏଥିରେ ବିରୋଧୀ ଦଳଗୁଡ଼ିକ ଜନସାଧାରଣଙ୍କ ସମସ୍ୟା ଓ ଜବାବଦେହିତାକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସରକାର ନିଜର ବିକାଶମୂଳକ ଏଜେଣ୍ଡା ଓ ମେଗା ଆଇନଗତ ସଂସ୍କାରକୁ ଆଗକୁ ବଢ଼ାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅଧିବେଶନର ପ୍ରଥମ ଦିନରେ ‘ଇଣ୍ଡିଆ’ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକରେ ସରକାରଙ୍କ ବିରୋଧରେ ଏକ ମିଳିତ ଗ୍ରାଉଣ୍ଡ ରଣନୀତିକୁ ଚୂଡ଼ାନ୍ତ ରୂପ ଦିଆଯିବ ।

    ବିରୋଧୀ ଦଳଗୁଡ଼ିକ ଗୃହରେ ମୁଲତବୀ ପ୍ରସ୍ତାବ ଓ ସ୍ୱଳ୍ପକାଳୀନ ଆଲୋଚନା ମାଧ୍ୟମରେ ସରକାରଙ୍କୁ କୋଣଠେସା କରିବାକୁ ବିଭିନ୍ନ ମୁଦ୍ଦା ପ୍ରସ୍ତୁତ ରଖିଛନ୍ତି । ପ୍ରଥମ ପ୍ରସଙ୍ଗ NEET-UG ଓ ପେପର ଲିକ୍ ଦୁର୍ନୀତି । ପରୀକ୍ଷାରେ ହେଉଥିବା ବ୍ୟାପକ ଅନିୟମିତତା ଏବଂ କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଶିକ୍ଷା ମନ୍ତ୍ରଣାଳୟକୁ ଘେରିବେ ବିରୋଧୀ। ସେହିପରି ରାମ ମନ୍ଦିର ପାଣ୍ଠିର ବ୍ୟବହାରକୁ ନେଇ ଉଠିଥିବା ଦୁର୍ନୀତି ଅଭିଯୋଗ ଉପରେ ସ୍ପେଶାଲ ଡିବେଟ୍ ଦାବି ହେବ । ନିର୍ବାଚନର ସ୍ୱଚ୍ଛତା ଏବଂ ଭୋଟର ତାଲିକାରେ ହେଉଥିବା ହେରଫେର ଆଶଙ୍କାକୁ ସଂସଦରେ ଉଠାଯିବ। ସୀମା ନିର୍ଦ୍ଧାରଣ ବିଲ୍ , ବିକଶିତ ଭାରତ ଶିକ୍ଷା ପ୍ରତିଷ୍ଠାନ ବିଲ୍ ଏବଂ FCRA ସଂଶୋଧନକୁ ଜୋରଦାର ବିରୋଧ କରାଯିବ। ଆକାଶଛୁଆଁ ମହଙ୍ଗା ମାଡ଼, ବେକାରୀ ସମସ୍ୟା, ଚାଷୀଙ୍କ ସଙ୍କଟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରେ ହୋଇଥିବା ବନ୍ୟାର ଭୟଙ୍କର ସ୍ଥିତିକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ।

    ତେବେ ବିରୋଧୀଙ୍କ ହଟ୍ଟଗୋଳକୁ ଏଡ଼ାଇ କେବଳ ସୁଶାସନ ଏବଂ ନିମ୍ନଲିଖିତ ପ୍ରମୁଖ ଏଜେଣ୍ଡା ଉପରେ ସରକାର କେନ୍ଦ୍ରିତ ରହିବେ । ଶିକ୍ଷା, ନ୍ୟାୟିକ ପ୍ରଶାସନ, ନିୟାମକ ବ୍ୟବସ୍ଥା ଏବଂକ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୁଡ଼ିକୁ ଯେକୌଣସି ପରିସ୍ଥିତିରେ ପାସ୍ କରାଇବା ରହିବ ସରକାରଙ୍କ ଏଜେଣ୍ଡା । ଚଳିତ ମୌସୁମୀ ଅଧିବେଶନ କେବଳ ସଂଖ୍ୟା ଗରିଷ୍ଠତାର ଖେଳ ନୁହେଁ, ବରଂ ଏହା ଉଭୟ ପକ୍ଷର ରାଜନୈତିକ ପରିପକ୍ୱତାର ପରୀକ୍ଷା । ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଜବାବଦେହିତା କାଠଗଡ଼ାରେ ଠିଆ କରିବାକୁ ଚେଷ୍ଟା କରୁଥିବା ବେଳେ, ସରକାର ନିଜର ବିକାଶବାଦୀ ଭିଜନକୁ ଆଗକୁ ନେବେ । ଶିକ୍ଷା ସଂସ୍କାର, ଜାତୀୟ ସୁରକ୍ଷା ଏବଂ ନୂଆ ଆଇନ ହିଁ ଚଳିତ ଅଧିବେଶନର ମୁଖ୍ୟ ଆକର୍ଷଣ ସାଜିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    90 %
    1.6kmh
    100 %
    Sun
    26 °
    Mon
    29 °
    Tue
    28 °
    Wed
    28 °
    Thu
    28 °

    ସମ୍ବନ୍ଧିତ