Thursday, November 13, 2025
13.2 C
Odisha

    ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପ୍ରସଙ୍ଗ: ଆସିଲା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ନେଇ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ଼ ବୟାନ ଦେଇଥିଲେ । ରେଭେନ୍ସାର ନାମ ପରିବର୍ତ୍ତନ ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଯେଉଁ ରେଭେନ୍ସା ସାହେବଙ୍କ ସମୟରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା ତାଙ୍କ ନାମରେ ରେଭେନ୍ସା ରହିବା ଓଡ଼ିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ । ବୁଦ୍ଧିଜୀବୀମାନେ ଏନେଇ ପ୍ରଶ୍ନ ଉଠାଇବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଥିଲେ । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ନେଇ ଧର୍ମେନ୍ଦ୍ରଙ୍କ ଏହି ବୟାନକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ରାଜ୍ୟରେ ପ୍ରଥମ ଥର ବିଜେପି ସରକାର କ୍ଷମତାକୁ ଆସିବା ପରେ ଅନେକ ବଡ଼ ନିଷ୍ପତ୍ତି ନେବା ସହ ପୂର୍ବ ବିଜେଡି ସରକାର ଅମଳରୁ ଆରମ୍ଭ ହୋଇଥିବା କିଛି ଯୋଜନାକୁ ବନ୍ଦ କରାଯାଉଛି । ନିକଟରେ ଯୁଜି-ପିଜି ଛାତ୍ରଛାତ୍ରୀଙ୍କ ଉଦ୍ଦିଷ୍ଟ ‘ନୂଆ-ଓ’ ଯୋଜନାକୁ ରାଜ୍ୟ ସରକାର ବନ୍ଦ କରିଦେଇଥିଲେ । ସେହିପରି ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପୁଣି ଥରେ ସଂଶୋଧନ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ସୂଚନା ଦେଇଥିଲେ । ତେବେ ଏହା ମଧ୍ୟରେ ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିକ୍ରୟା ରଖିଛନ୍ତି । ଏହା କେନ୍ଦ୍ରମନ୍ତ୍ରୀଙ୍କର ବ୍ୟକ୍ତିଗତ ମତ ବୋଲି ସୂରଜ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.2 ° C
    13.2 °
    13.2 °
    57 %
    1.3kmh
    0 %
    Thu
    25 °
    Fri
    25 °
    Sat
    25 °
    Sun
    26 °
    Mon
    26 °

    ସମ୍ବନ୍ଧିତ