Friday, January 30, 2026
22.8 C
Odisha

    ରୋହତକରେ ବଡ଼ ଅଘଟଣ, ଖେଳ ନେଲା ୧୬ ବର୍ଷୀୟ ବାଳକର ଜୀବନ

    ଆଗକୁ ପଢନ୍ତୁ

    ହରିୟାଣା  :  ହରିୟାଣାର ରୋହତକର ଲାଖନ ମାଜରା ଗାଁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏକ ୧୬ ବର୍ଷୀୟ ବାସକେଟ ବଲର ନ୍ୟାସନାଲ ଲେବୁଲର ଖେଳାଳୀ ହାର୍ଦ୍ଦିକ ଗାଁ ପଡିଆରେ ଖେଳ ଅଭ୍ୟାସ କରୁଥିଲେ । ସେ ପୋଲରେ ଝୁଲିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାଶୁଳ ପରିସ୍ଥିତି ସୃଷ୍ଟି କରିଛି । ଯାହାର ସମ୍ପୂର୍ଣ୍ଣ ଭିଡିଓ ସିସିଡିଭି କ୍ୟାମେରାରେ କଏଦ ହୋଇ ରହିଛି ।

    ସୂଚନାନୁଯାୟୀ, ପ୍ରଥମ ଥର ପାଇଁ ସେ ଝୁଲି ପଡ଼ିବା ପରେ କିଛି ଘଟିଲା ନାହିଁ । କିନ୍ତୁ ଦ୍ୱିତୀୟ ଥର ଯେତେବେଳେ ସେ ଖୁଣ୍ଟକୁ ଧରିଥିଲେ ସେତେବେଳେ ଲୁହା ଖୁଣ୍ଟଟି ତାଙ୍କ ଉପରେ ପଡ଼ିଗଲା । ଫଳରେ ତାଙ୍କୁ ଆଘାତ ଲାଗିଥିଲା । ପାଖରେ ଅଭ୍ୟାସ କରୁଥିବା ଅନ୍ୟ ଖେଳାଳିମାନେ ହାର୍ଦ୍ଦିକଙ୍କୁ ବାହାର କରି  ତୁରନ୍ତ ତାଙ୍କୁ ରୋହତକରେ ପିଜିଆଇ ନେଇଯାଇଥିଲେ । କିନ୍ତୁ ସେଠାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଏଭଳି ଅକାଳ ମୃତ୍ୟୁ ତାଙ୍କ ପରିବାର ଏବଂ ଗାଁକୁ ମର୍ମାହତ କରିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.8 ° C
    22.8 °
    22.8 °
    54 %
    0.6kmh
    66 %
    Fri
    31 °
    Sat
    32 °
    Sun
    31 °
    Mon
    33 °
    Tue
    33 °

    ସମ୍ବନ୍ଧିତ