Thursday, July 9, 2026
26.4 C
Odisha

    ରୋହିଣୀରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ୩ ମୃତ, ରାତିସାରା ଚାଲିଛି ଉଦ୍ଧାର କାର୍ଯ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ସେକ୍ଟର-୧୬ରେ ବୁଧବାର ଦିନ ଏକ ୪ ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡିଛି । ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା, ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି । ଉଦ୍ଧାର ଅଭିଯାନ ଏଯାଏଁ ଜାରି ରହିଛି । NDRF,ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଦିଲ୍ଲୀ ପୋଲିସର ଦଳ ଘଟଣାସ୍ଥଳରେ ସକ୍ରିୟ ଭାବରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଆଉ କିଛି ଲୋକ ଫସିଥିବା ଆଶଙ୍କା । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ସ୍ତରରେ ଅଭିଯାନ ଚଲାଯାଉଛି ।

    ଖବର ମୁତାବକ, ରୋହିଣୀ ସେକ୍ଟର-୧୬ରେ ଏକ ୪ ମହଲା ବିଲିଡିଂ ଭୁଶୁଡି ପଡ଼ିଥିଲା । କୋଠା ଭୁଶୁଡ଼ିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଭଗ୍ନାବଶେଷ ତଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ଦିଲ୍ଲୀ ଅଗ୍ନିଶମ ସେବା ଭଗ୍ନାବଶେଷରୁ ତିନି ଜଣଙ୍କୁ ଉଦ୍ଧାର କରିଛି। ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି, ଯେତେବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକମାନେ ଜଣଙ୍କୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଜୀବନ ସେଠାରେ ଚାଲିଯାଇଥିଲା ।

    ତେବେ ଏବେ ବି ବର୍ଷା ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାୟ ୫୦ଜଣ NDRF କର୍ମଚାରୀ, ୨୦ଜଣ ଦିଲ୍ଲୀ ଅଗ୍ନିଶମ ସେବା କର୍ମଚାରୀ ଏବଂ୨୦ ରୁ ୨୫ ଜଣ ଦିଲ୍ଲୀ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ନିୟୋଜିତ ରହିଛନ୍ତି । ଭଗ୍ନାବଶେଷ ସଫା କରିବା ପାଇଁ ୮ଟି JCB ମେସିନ, ହାଇଡ୍ରା କ୍ରେନ୍ ନିୟୋଜିତ କରାଯାଇଛି,ଏବଂ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଇବା ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି ।

    ଘଟଣାରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ସୂଚନା ମିଳିବା ପରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଟିମକୁ ପଠାଇଛନ୍ତି । ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟ ତୁରନ୍ତ କରିବା ଏବଂ ପୀଡିତଙ୍କୁ ଯଥାସମ୍ଭବ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.4 ° C
    26.4 °
    26.4 °
    86 %
    1.6kmh
    100 %
    Thu
    26 °
    Fri
    30 °
    Sat
    27 °
    Sun
    28 °
    Mon
    29 °

    ସମ୍ବନ୍ଧିତ