Thursday, July 9, 2026
26.4 C
Odisha

    ମମତା ବାନାର୍ଜୀଙ୍କୁ ବଡ଼ ଆଶ୍ବସ୍ତି, TMC ର ଫ୍ରିଜ୍ ହୋଇଥିବା ଆକାଉଣ୍ଟରୁ ଟଙ୍କା ଉଠାଇବାକୁ କଲିକତା ହାଇକୋର୍ଟ ଦେଲେ ଅନୁମତି

    ଆଗକୁ ପଢନ୍ତୁ

    କୋଲକତା : ମମତା ବାନାର୍ଜୀଙ୍କୁ ବଡ଼ ଆଶ୍ବସ୍ତି । TMC ର ଫ୍ରିଜ୍ ହୋଇଥିବା ଆକାଉଣ୍ଟ ଚଳାଇବାକୁ କଲିକତା ହାଇକୋର୍ଟ ଦେଲେ ଅନୁମତି । ପୋଲିସର ରକେଟ୍ ସ୍ପିଡ୍ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ସନ୍ଧ୍ୟା ୬ଟାରେ FIR, ପରଦିନ ଫ୍ରିଜ୍ ହୋଇଥିଲା ଆକାଉଣ୍ଟ । ତାଙ୍କୁ ଗୋଟିଏ ସର୍ତ୍ତ ମାନିବାକୁ ପଡ଼ିବ । କୋର୍ଟ ଦ୍ବାରା ନିଯୁକ୍ତ କରାଯାଇଥିବା ଏକ ଅଧିକାରୀଙ୍କ ତତ୍ତ୍ବାବଧାନରେ ବ୍ୟାଙ୍କ ଆକାଉଣ୍ଟ ଅପରେଟ କରିବାକୁ ହେବ ।

    TMC ର ଜଣେ ବିଦ୍ରୋହୀ ବିଧାୟକ ବିଶ୍ୱନାଥ ଦାସ ଦଳୀୟ ପାଣ୍ଠିର ଅପବ୍ୟବହାର ଓ ହେରଫେର୍ ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ବିଧାନନଗର ପୋଲିସ ଅତି ତରବରିଆ ଭାବେ TMC ର ୩ଟି ବ୍ୟାଙ୍କ ଆକାଉଣ୍ଟକୁ ‘ଡେବିଟ୍ ଫ୍ରିଜ୍’ କରିଦେଇଥିଲା । ଫଳରେ ଟିଏମସିର ସମସ୍ତ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।

    ଦୈନନ୍ଦିନ ଖର୍ଚ୍ଚ ପାଇଁ ଆକାଉଣ୍ଟ ବ୍ୟବହାର କରିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଟିଏମସିର ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ଖର୍ଚ୍ଚ ପରିଚାଳନା ପାଇଁ କୋର୍ଟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । କୋର୍ଟଙ୍କ ଦ୍ୱାରା ଜଣେ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟର ଯେକୌଣସି ଦୁଇଜଣ ପ୍ରତିନିଧି ଚେକ୍ ପ୍ରସ୍ତୁତ କରି ଏହି ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିପାରିବେ । ସ୍ପେଶାଲ ଅଫିସର ଚେକ୍ ରେ ସ୍ୱାକ୍ଷର କରିବା ପରେ ହିଁ ବ୍ୟାଙ୍କରୁ ଟଙ୍କା ଉଠାଯାଇପାରିବ । ଏହି ସ୍ପେଶାଲ ଅଫିସରଙ୍କୁ ମାସିକ ୧ଲକ୍ଷ ୨୫ ହଜାର ଟଙ୍କାର ପାରିଶ୍ରମିକ ଦିଆଯିବ । ଯାହା ଆବେଦନକାରୀ ଦଳ ସେହି ବ୍ୟାଙ୍କ ଆକାଉଣ୍ଟରୁ ପ୍ରଦାନ କରିବେ ।

    ଶୁଣାଣି ସମୟରେ ଜଜ୍ ପଶ୍ଚିମବଙ୍ଗ ପୋଲିସ ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅଦାଲତ କହିଛନ୍ତି, ଜଣେ ଗରିବ ନାଗରିକ ଯେତେବେଳେ ଥାନାକୁ ଯାଏ, ପୋଲିସ ଏଭଳି ସକ୍ରିୟତା ଦେଖାଏ ନାହିଁ । କିନ୍ତୁ ଏହି ମାମଲାରେ ଜୁନ୍ ୧୮ ତାରିଖ ସନ୍ଧ୍ୟା ୬ଟାରେ FIR ଦାୟର ହେଲା ଏବଂ ପରଦିନ ଅର୍ଥାତ୍ ଜୁନ୍ ୧୯ ତାରିଖରେ ଅତି ତରବରିଆ ଭାବେ ୩ଟି ଯାକ ଆକାଉଣ୍ଟକୁ ଡେବିଟ୍ ଫ୍ରିଜ୍ କରାଗଲା । ପୋଲସ କେଉଁ ଆଧାରରେ ଏତେ ଶୀଘ୍ର ଏହି ପଦକ୍ଷେପ ନେଲା, ତାର କୌଣସି ସ୍ପଷ୍ଟ ପ୍ରମାଣ କୋର୍ଟଙ୍କୁ ମିଳିନାହିଁ । ବିଧାୟକଙ୍କ ଅଭିଯୋଗରେ କୌଣସି ନିର୍ଦ୍ଦିଷ୍ଟ ଘଟଣା ବା କାରବାରର ସୂଚନା ନାହିଁ ବୋଲି କୋର୍ଟ କହିଛନ୍ତି ।

    ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଜନସାଧାରଣଙ୍କ ଟଙ୍କା ସୁରକ୍ଷିତ ରଖିବା ପାଇଁ ପୋଲିସ ଏଭଳି କରିଛି । ଯଦି ଆକାଉଣ୍ଟ ଖୋଲିଦିଆଯାଏ, ତେବେ ଟିଏମସିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.4 ° C
    26.4 °
    26.4 °
    86 %
    1.6kmh
    100 %
    Thu
    26 °
    Fri
    30 °
    Sat
    27 °
    Sun
    28 °
    Mon
    29 °

    ସମ୍ବନ୍ଧିତ