Wednesday, July 22, 2026
23.5 C
Odisha

    ସାଂଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି: ଡ.ଯତୀନ ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୩୦/୧୦ : ଭାରତୀୟ ଜନତା ପାର୍ଟି ଏକ ରାଷ୍ଟ୍ରୀୟ ପାର୍ଟି । ଜାତୀୟତାବାଦ, ଦେଶ ଭକ୍ତି, ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କରୁଥିବା ଏହି ଦଳର ବିଚାରଧାରା ହିଁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ପରିଚୟ ଦେଇଥାଏ । ଭାରତୀୟ ଜନତା ପାର୍ଟିର ମୂଳ ମନ୍ତ୍ର ହେଉଛି “ସେବା ହିଁ ସଂଗଠନ” ଏବଂ ସଂଗଠନର ଆତ୍ମା ହେଉଛି ପ୍ରାଥମିକ ସଦସ୍ୟତା । ପ୍ରତି ୬ବର୍ଷରେ ସମସ୍ତଙ୍କୁ ପୁନର୍ବାର ଆଉ ଥରେ ସଦସ୍ୟ ହେବା ପାଇଁ ସୁଯୋଗ ଦିଆଯାଏ । ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟୀର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇ ପ୍ରଥମେ “ପ୍ରାଥମିକ ସଦସ୍ୟତା ଅଭିଯାନ” ଆରମ୍ଭ ହୋଇଥିଲା । ଏହି ଅଭିଯାନରେ ସମାଜର ସବୁବର୍ଗର ଓ ସବୁସ୍ତରର ଲୋକଙ୍କୁ ସାମିଲ କରାଯାଇ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରାଯାଇଛି । ଏବେ ସୁଦ୍ଧା ଅନଲାଇନରେ ୫୦ ଲକ୍ଷ ସଦସ୍ୟ ବିଜେପି ସହିତ ଯୋଡି ହୋଇ ସାରିଛନ୍ତି ଏବଂ ଅଫଲାଇନରେ ସଦସ୍ୟ ଯୋଡିବା ପ୍ରକ୍ରିୟା ଜାରୀ ରହିଛି । ବର୍ତମାନ ସକ୍ରିୟ ସଦସ୍ୟ ଅଭିଯାନ ଆରମ୍ଭ ହୋଇଛି । ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସାଂଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଏହି ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଏବଂ ସୁରୁଖୁରୁରେ ସଂପାଦିତ କରିବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି କହିଛନ୍ତି ।
    କର୍ମଶାଳା ସଂପର୍କରେ ସୂଚନା ଦେଇ ଡ.ମହାନ୍ତି କହିଛନ୍ତି ଯେ, ଆଜିଠାରୁ ସକ୍ରିୟ ସଦସ୍ୟତା ଅଭିଯାନ ଆରମ୍ଭ ହେଲା । ନଭେମ୍ବର ୫ ତାରିଖରେ ସକ୍ରିୟ ସଦସ୍ୟତାର ସୂଚୀ ପ୍ରସ୍ତୁତ କରାଯିବ । ଏହା ପରେ ଆସନ୍ତା ନଭେମ୍ବର ୨୫ ତାରିଖ ଦିନ ସକ୍ରିୟ ସଦସ୍ୟର ଦ୍ୱିତୀୟ ସୂଚୀ ପ୍ରକାଶ ପାଇବ ଏବଂ ସକ୍ରିୟ ସଦସ୍ୟମାନେ ପାର୍ଟିର ବିଭିନ୍ନ ଦାୟିତ୍ୱ ଓ ପଦପଦବୀରେ ରହିବେ । ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବ ସ୍ଥାନୀୟ ସମିତି ବା ବୁଥସ୍ତରୀୟ ନିର୍ବାଚନ ପ୍ରକ୍ରିୟା । ବୁଥଠାରୁ ଆରମ୍ଭ କରି ମଣ୍ଡଳ, ଜିଲ୍ଲା, ପ୍ରଦେଶ ଏବଂ ରାଷ୍ଟ୍ରୀୟସ୍ତରରେ ବିଭିନ୍ନ କମିଟିମାନର ଗଠନ ପ୍ରକ୍ରିୟା ଆଗାମୀ ଦୁଇ ମାସ ଧରି ଚାଲିବ । ଏଥି ପାଇଁ ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ ହୋଇସାରିଛି ବୋଲି ଡ.ମହାନ୍ତି ସୂଚନା ଦେଇଛନ୍ତି ।
    ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡା.ସମ୍ବିତ ପାତ୍ର, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସଦସ୍ୟତା ପ୍ରଭାରୀ ଅଶୋକ ମିଶ୍ର ପ୍ରମୁଖ ଥିଲେ । ଏହି ଅବସରରେ ପ୍ରାଥମିକ ସଦସ୍ୟ, ସକ୍ରିୟ ସଦସ୍ୟ ଓ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ସାଧାରଣ ସଂପାଦକମାନେ ଉପସ୍ଥିତ ଥିଲେ ।
    ରାଜ୍ୟ ରିଟର୍ଣ୍ଣିଂ ଅଫିସର ତଥା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ସହଯୋଗ କରିବା ପାଇଁ ତିନି ଜଣଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ ଏବଂ ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି । ସେହିପରି ଆଜି ଜିଲ୍ଲା ରିଟର୍ଣ୍ଣିଂ ଅଫିସର ନାମ ତାଲିକା ଘୋଷଣା କରାଯାଇଛି । ସେମାନେ ହେଲେ ଅନୁଗୁଳ – ନାଉରୀ ନାୟକ; ବଲାଙ୍ଗୀର- ଭବେନ୍ଦ୍ର ପଣ୍ଡା; ବାଲେଶ୍ୱର- ନିହାର ରଞ୍ଜନ ମୋଦି; ବରଗଡ- ଗୋଲକ ପ୍ରସାଦ ମହାପାତ୍ର; ଭଦ୍ରକ- ଆଶୁତୋଷ ପରିଡା; ଭୁବନେଶ୍ୱର- ଜଜ୍ଞଶ୍ୱର ବାବୁ; ବୌଦ୍ଧ- ଭଗବାନ ମହାନ୍ତି; କଟକ ସଦର- ଲକ୍ଷ୍ମଣ ପଣ୍ଡା; କଟକ- ସୁଦୀପ୍ତ ରାୟ; ଦେବଗଡ- କାଳନ୍ଦୀ ସାମଲ; ଢେଙ୍କାନାଳ- ସ୍ମୃତି ପଟ୍ଟନାୟକ; ଗଜପତି- କାଳିରାମ ମାଝୀ; ଗଞ୍ଜାମ- ପ୍ରତାପ ମିଶ୍ର; ଘୁମୁସର- ସରୋଜ ସାବତ; ଜଗତସିଂହପୁର- ବିଷ୍ଣୁ ଦାସ; ଯାଜପୁର- ଇଆର. ଜ୍ଞାନଦେବ ବେଉରା; ଝାରସୁଗୁଡା- ଧୀରେନ୍ ସେନାପତି; କଳାହାଣ୍ଡି- ପର୍ଶୁରାମ ମାଝୀ; କନ୍ଧମାଳ- ପ୍ରକାଶ ମଙ୍ଗରାଜ; କେନ୍ଦ୍ରାପଡା- ବିନୋଦ ଦାସ; କେନ୍ଦୁଝର- ସଞ୍ଜୀବ୍ ମହାନ୍ତି; ଖୋର୍ଦ୍ଧା- ସମୀର ଦାସ; କୋରାପୁଟ- ରମେଶ ଚନ୍ଦ୍ର ସାହୁ; ମାଲକାନଗିରି- ଅରୁଣ ଭଟ୍ଟମିଶ୍ର; ବାରିପଦା- ଜୀବନ ପ୍ରଦୀପ ଦାସ; ରାଇରଙ୍ଗପୁର- ସୀପ୍ରା ବାଜପେୟୀ; ନବରଙ୍ଗପୁର- ହିମାଂଶୁ ମେହେର; ନୟାଗଡ- ପବିତ୍ର ଦାସ; ନୂଆପଡା- ଗୋବିନ୍ଦ ଜୈନ୍‌; ପୁରୀ- ବିଶେଶ୍ୱର ଟୁଡୁ; ରାୟଗଡା- ଦେବେନ୍ଦ୍ର ମହାନ୍ତି; ସମ୍ବଲପୁର- ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର; ସୁବର୍ଣ୍ଣପୁର- ସୁରେଶ୍ୱର ଶତପଥୀ; ସୁନ୍ଦରଗଡ- ଦୀନେଶ୍ ଜୈନ୍‌; ବଣାଇ- ଜୀବନ ସାହୁ; ପାନପୋଷ- ବଟକିଶୋର ମିଶ୍ର ବୋଲି ଡ. ମହାନ୍ତି ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    95 %
    2.8kmh
    100 %
    Wed
    25 °
    Thu
    27 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ