Friday, April 3, 2026
36.1 C
Odisha

    ଲକ୍ଷ୍ମୀ ବସରେ କେତେ କ୍ଷତି ହୋଇଛି, ବିଜେଡି ହିସାବ ଦେଉ: ପରିବହନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କାହିଁକି ବଦଳିଲା ବସର ରଙ୍ଗ? ସରକାରଙ୍କ ନିଷ୍ପତ୍ତି ପଛର କାରଣ କ’ଣ? ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନକୁ ନେଇ ବଡ଼ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା।  ମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସରେ କୌଣସି ରଙ୍ଗ ନଥିଲା। ଏଥିରେ ଷ୍ଟିକର ମରା ଯାଇଥିଲା। ଗୋଟିଏ ଦଳର ଉଦ୍ଦେଶ୍ୟକୁ ଚାରିତାର୍ଥ କରିବା ପାଇଁ, ସେମାନେ ତାଙ୍କ ଦଳର ରଙ୍ଗ ଲଗାଇଥିଲେ। ଏହାସହ ତାଙ୍କର ଦଳୀୟ ସଙ୍କେତ ମଧ୍ୟ ବସରେ ସ୍ଥାନିତ ହୋଇଥିଲା। ତାକୁ ଯେତେବେଳେ ବାହାର କରାଗଲା, ସେତେବେଳେ ପୂର୍ବରୁ ଥିବା ଷ୍ଟେଟ୍ ଟ୍ରାନ୍ସପୋର୍ଟର ରଙ୍ଗକୁ ଲଗାଇବା ପାଇଁ ଚେଷ୍ଟା କରାଯାଇଛି। ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀ ଆସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏବେ ସେହି ବସରେ ହିଁ ପୂର୍ବ ଓଏସଆରଟିସି ରଙ୍ଗ ଲଗାଯାଇ ପୁରୀ ଅଣାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଅର୍ଥାତ ଆଗକୁ ସବୁ ବସରେ ରଙ୍ଗ ଲାଗିବ। ରଙ୍ଗ ଏକ ବିବାଦ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ।ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ସରକାର ଷ୍ଟିକର ଲଗେଇ ଏହାକୁ ନିର୍ବାଚନ ପରେ ବନ୍ଦ କରି ଦେବାର ଯୋଜନା କରିଥିଲେ। ବିଜେଡି ଏବେ ହିସାବ ଦେଉ, ଏଥିରେ କେତେ କ୍ଷତି ହୋଇଛି, କେତେ ଲୋକଙ୍କୁ ବସ ସେବା ଦେଇଛନ୍ତି। ସେମାନେ ରଙ୍ଗ ନ ଲଗେଇ କାହିଁକି ରଙ୍ଗ ଲଗା କଥା କହୁଛନ୍ତି। ଷ୍ଟିକର ଲାଗିଥିଲା। ନିର୍ବାଚନ ପରେ ଷ୍ଟିକର ବାହାର କରି ଯୋଜନା ବନ୍ଦ କରି ଦେଇଥାନ୍ତେ। ତାର ସମ୍ପୂର୍ଣ୍ଣ ତର୍ଜମା କରି ଲୋକଙ୍କୁ ବସ ସେବା ଯୋଗାଇ ଦିଆଯିବ। ସବୁ ଆବଶ୍ୟକ ରୁଟରେ ବସ୍ ଚଳିବ ବୋଲି କହିଛନ୍ତି ମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ