Friday, April 3, 2026
36.1 C
Odisha

    ଲଗାଣ ବର୍ଷାରେ ବୁଡ଼ିଲା ଏମଭି ୯୬ ବ୍ରିଜ୍: କାଲିମେଳା – ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟାତ ଠପ୍

    ଆଗକୁ ପଢନ୍ତୁ

    କାଲିମେଳା: ଲଗାଣ ବର୍ଷାରେ ବୁଡ଼ିଲା ଏମଭି ୯୬ ବ୍ରିଜ୍। ବ୍ରିଜ୍ ଉପରେ ୩ ଫୁଟ୍ ବନ୍ୟା ଜଳ ପ୍ରବାହିତ। କାଲିମେଳା – ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି।ଅନ୍ୟପକ୍ଷରେ ସମସ୍ୟା କରୁଛି ତଳୁଆ ପୋଲ। ପ୍ରତିବର୍ଷ ବର୍ଷା ଯୋଗୁଁ ୩୨୬ ଜାତୀୟ ରାଜପଥ ଉପରେ ଥିବା ଏମଭି ୯୬ ପୋଲଟି ବୁଡ଼ି ଯାଉଛି, ଫଳରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବାର କହିଛନ୍ତି | ଅନ୍ୟ ପକ୍ଷରେ ୩/୪ ବର୍ଷ ତଳେ ଏହି ପୋଲ ନିକଟରେ ଏକ ହାଇଲେବଲ ପୋଲ ନିର୍ମାଣ କରାଯାଉଥିଲେ ମଧ୍ୟ ତାହା ବି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଏଥିସହିତ ବିପଦପୂର୍ଣ୍ଣ ଭାବରେ କିଛି ଅମାନିଆ ଗାଡ଼ି ଚାଳକ ପୋଲ ଉପରେ ଗାଡ଼ି ନେଇ ଯାଉଥିବାର ଦେଖା ଯାଇଛି। ତେଣୁ ଯଥା ଶୀଘ୍ର ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ପୋଲଟି ସମ୍ପୂର୍ଣ୍ଣ କରାଯାଇପାରିଲେ ଏହି ସମସ୍ୟା ଆଉ ରହିବ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ