Saturday, August 22, 2026
25.3 C
Odisha

    ଲଗାଣ ବର୍ଷା ଓ ବନ୍ୟା ପ୍ରଭାବ, ୨ ଜିଲ୍ଲାରେ ସ୍କୁଲ ବନ୍ଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବନ୍ୟା ସ୍ଥିତି ପାଇଁ ଦୁଇ ଜିଲ୍ଲାରେ ସ୍କୁଲ ଛୁଟି । ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ଭଦ୍ରକର ୪ଟି ବ୍ଲକରେ ୧୩୯ ଟି ସ୍କୁଲ ଓ ୨୨୫ ଟି ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଛି ପ୍ରଶାସନ। ସେହିପରି ଯାଜପୁର ଜିଲ୍ଲାରେ ବନ୍ୟା ଓ ଲଗାଣ ବର୍ଷା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ବରୀ, ଦଶରଥପୁର,ବିଂଝାରପୁର, ରସୁଲପୁର, କୋରେଇ, ଧର୍ମଶାଳା, ଯାଜପୁର, ବଡ଼ଚଣା ବ୍ଲକର ୨୪୪ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

    ଭଦ୍ରକ/ଯାଜପୁର: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଗମ୍ଭୀର ହେବା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଦୁଇ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଜି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ଓ ବର୍ଷା ପ୍ରଭାବିତ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପାଣିପାଗ ପରିସ୍ଥିତି ଓ ଜଳସ୍ତରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଆବଶ୍ୟକ ବିଜ୍ଞପ୍ତି ଜାରି ହୋଇଛି। ବନ୍ୟା ପରିସ୍ଥିତି ସୁଧାରିବା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ପିଲାମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଜଳସ୍ତର କମିବା ଓ ରାସ୍ତାଘାଟ ସ୍ୱାଭାବିକ ହେବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    93 %
    0.7kmh
    100 %
    Sat
    26 °
    Sun
    29 °
    Mon
    29 °
    Tue
    28 °
    Wed
    30 °

    ସମ୍ବନ୍ଧିତ