Tuesday, September 17, 2024
24.1 C
Odisha

    ଲଗାତାର ଇନସୁଲିନ୍ ନେଇଥିଲେ ସାବଧାନ! ହୋଇପାରେ ଏହି ବିପଦ

    ଆଗକୁ ପଢନ୍ତୁ

    ଇନସୁଲିନ ରକ୍ତରେ ଶର୍କରାରର ପରିମାଣକୁ ସମତୁଲ କରିଥାଏ । କିନ୍ତୁ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଇନସୁଲିନ ତିଆରି ପ୍ରକ୍ରିୟା ଧିମା କିମ୍ବା ବନ୍ଦ ହୋଇଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଶରୀରରେ ସଠିକ ଭାବେ ଇନସୁଲିନ ତିଆରି ହୁଏ ନାହିଁ, ତାହେଲେ ମଧୁମେହ ହେବାର ସମ୍ଭାବନା ଅଧିକ ରହରିଥାଏ ।

    ଶରୀରରେ କେଉଁ କାମ କରେ ଇନସୁଲିନ- ବିଶେଷକକରି ଇନସୁଲିନ ରକ୍ତରେ ଶର୍କରାକୁ କଣ୍ଟ୍ରେଲ କରିଥାଏ । ଏହାକୁ ବ୍ୟବହାର କରି ମଧୁମେହ ରୋଗୀଙ୍କ ଚିକିତ୍ସା କରାଯାଇଥାଏ । ଇନସୁଲିନ ଅଗ୍ନାଶୟ ଦ୍ବାରା ନିର୍ଗତ ହୋଇଥାଏ । ବ୍ଲଡରୁ ଗ୍ଲୁକୋଜକୁ କୋଶିକା ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ଏହାସହିତ ଶରୀରର ପ୍ରତି ରକ୍ତକୋଷକୁ ରକ୍ତ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ଯଦି ଏହି ପ୍ରକ୍ରିୟାରେ କୌଣସି ସମସ୍ୟା ହୋଇଥାଏ ତାହେଲେ ଜଣେ ବ୍ୟକ୍ତିକୁ ହାଲିଆ ହାଲିା ଲାଗିଥାଏ ।

    ଇନସୁଲିନ ପ୍ରତିରୋଧ- ଇନସୁଲିନ ପ୍ରତିରୋଧ ଏଭଳି ଏକ ସ୍ଥିତି ଅଟେ, ଯାହା ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ । କିନ୍ତୁ କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଟାଇପ-2 ମଧୁମେହ ନହେବା ପର୍ଯ୍ୟନ୍ତ ଲକ୍ଷଣ ଦେଖାଯାଏ ନାହିଁ । ତେବେ ଇନସୁଲିନ ପ୍ରତିରୋଧକୁ ରୋକିବା ପାଇଁ ଓଜନ ନିୟନ୍ତ୍ରିତ କରିବା, ସୁସ୍ଥ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ କରିବା ଜରୁରୀ ଅଟେ । ଯଦି ଜଣେ ବ୍ୟକ୍ତି ଅଧିକ ଇନସୁଲିନ ନିଏ ତାହେଲେ କୋଷିକାଗୁଡିକ ଅଧିକ ଶର୍କରା ଅବଶୋଷିତ କରିଥାନ୍ତି । ଫଳରେ ରକ୍ତରେ ଶର୍କରା ସ୍ତର କମ୍ ହୋଇଥାଏ । ଏହା ଦ୍ବାରା ହାଇପୋଗ୍ଲାଇସେମିଆ ହେବାର ସମ୍ଭାବନା ଅଧିକ ରହିଥାଏ । ଅନ୍ୟପଟେ ଯଦି ରକ୍ତ ଶର୍କରା ସ୍ତର କମ୍ ହୋଇଯାଏ ତାହେଲେ ଶରୀର ଠିକ୍ ଭାବେ କାର୍ଯ୍ୟ କରିପାରେ ନାହିଁ । ଏହାସହିତ ଓଜନ ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ରହିଥାଏ । କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଆଲର୍ଜି ଏବଂ ଶ୍ବାସକ୍ରିୟାରେ ମଧ୍ୟ ସମସ୍ୟା ଦେଖାଯାଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ