Tuesday, October 13, 2026
26.9 C
Odisha

    ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି: ସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ

    ଆଗକୁ ପଢନ୍ତୁ

    ପୁରୀ   :   ମାର୍ଗଶିର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ଆଜି ସନ୍ଧ୍ୟା ୫ରୁ ରାତି ୧୦ ପର୍ଯ୍ୟନ୍ତ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

    ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରୁ ପଇତା ଲାଗି ଅନ୍ୟତମ। ଶ୍ରୀବିଗ୍ରହଙ୍କ ଠାରେ ଦୈନନ୍ଦିନ ଲାଗି ହେଉଥିବା ଚନ୍ଦନରୁ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ନିମନ୍ତେ ଏହି ପଇତା ଲାଗି କରାଯାଇଥାଏ। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ, ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.9 ° C
    26.9 °
    26.9 °
    74 %
    2.2kmh
    55 %
    Tue
    26 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ