Saturday, October 10, 2026
29.2 C
Odisha

    ଲବଙ୍ଗରେ ରହିଛି ଜବରଦସ୍ତ ଗୁଣ, ଏହି ୫ ଟି ରୋଗରୁ ଦିଏ ଉପଶମ

    ଆଗକୁ ପଢନ୍ତୁ

    ଲବଙ୍ଗ ଦେଖିବାରେ ବହୁତ ଛୋଟ ହେଲେ ବି ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ ।  ଏହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ବି ମୁକ୍ତି ମିଳେ। ଲବଙ୍ଗରେ ପ୍ରୋଟିନ୍‌, ଆଇରନ୍‌, କାର୍ବୋହାଇଡ୍ରେଟ୍ସ, କ୍ୟାଲସିୟମ୍‌ ଓ ହାଇଡ୍ରୋକ୍ଲୋରିକ ଏସିଡ୍‌ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବୋଧେ କମ୍‌ ଲୋକ ଜାଣିଥିବେ ଯେ ଲବଙ୍ଗ ଖାଇବା ଦ୍ୱାରା ଓଜନ ବି ନିୟନ୍ତ୍ରଣରେ ରହିଥାଏ।

    ଗ୍ୟାସ୍ ସମସ୍ୟାକୁ କରେ ଦୂର :

    ବ୍ୟସ୍ତବହୁଳ ଜୀବନ ଏବଂ ଖରାପ ଖାଦ୍ୟ-ପାନୀୟ ମଧ୍ୟରେ ପ୍ରାୟତଃ ଲୋକମାନଙ୍କର ଗ୍ୟାସ ସମସ୍ୟା ଦେଖାଯାଇଥାଏ। ଏହି କାରଣରୁ ପ୍ରତ୍ୟେକ ଦିନ ଔଷଧ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ଏହି ସମସ୍ୟାକୁ ଆପଣ ଘରୋଇ ଉପାୟରେ ଦୂର କରିପାରିବେ। ଗ୍ୟାସ ପାଇଁ ସବୁଠାରୁ ଲାଭକାରୀ ହେଉଛି ଲବଙ୍ଗ। ଗ୍ୟାସ ଏବଂ କବଜରୁ ମୁକ୍ତି ପାଇବା ପାର୍ଇ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଗୋଟେ ଗିଲାସ ପାଣିରେ କିଛି ବୁନ୍ଦା ଲବଙ୍ଗ ତେଲ ପକାଇ ସେବନ କରିବା ଦ୍ବାରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ।

    ଥଣ୍ଡା ପାଇଁ ଉପକାରୀ :

    ଋତୁ ପରିବର୍ତ୍ତନ ସମୟରେ ସାଧାରଣତଃ ଲୋକମାନଙ୍କୁ ଜ୍ବର ବା ଥଣ୍ଡା ହୋଇଥାଏ। ଏହି ସମୟରେ ଲବଙ୍ଗ ସେବନ କରିବା ଦ୍ବାରା ଥଣ୍ଡାରୁ ମୁକ୍ତି ମିଳିବା ସହ ଗଳାରେ ହେଉଥିବା ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ।

    ଦୁର୍ଗନ୍ଧ ଦୂର କରେ :

    ପାଇରିଆ ବା ଅଧିକ ସମୟ ଭୋକରେ ରହିବା ଦ୍ବାରା ପାଟିରେ ଦୁର୍ଗନ୍ଧ ଆସିପାରେ। ଲବଙ୍ଗ ମୁହଁ ଦୁର୍ଗନ୍ଧ ଏବଂ ଦାନ୍ତ ଯନ୍ତ୍ରଣାରୁ ସର୍ବଦା ମୁକ୍ତି ଦେଇଥାଏ। ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦିନ ସକାଳୁ ଲବଙ୍ଗ ସେବନ କରନ୍ତୁ।

    ତ୍ବଚାରୁ ଦାଗ ଦୂର କରେ :

    ତ୍ବଚାର ସୁନ୍ଦରତା ପାଇଁ ମଧ୍ୟ ଲବଙ୍ଗ ଲାଭକାରୀ ହୋଇଥାଏ। ଯେଉଁ ଲୋକମାନଙ୍କ ତ୍ବଚାରେ ଦାଗ ବା ଡାର୍କ-ସର୍କଲ ହୋଇଥାଏ, ସେହି ଲୋକମାନଙ୍କ ପାଇଁ ଲବଙ୍ଗ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହି କାରଣରୁ ଆପଣ ଲବଙ୍ଗ ପାଉଡର କୌଣସି ଫେଶପ୍ୟାକ ବା ବେସନ ସହ ମିଶାଇ ତ୍ବଚାରେ ବ୍ୟବହାର କରନ୍ତୁ।

    କେଶ ଝଡିବାରୁ ରକ୍ଷା କରେ :

    ଅଧିକାଂଶ ଲୋକମାନଙ୍କର କେଶ ଝଡିବା ବା କେଶ ମୂଳ ଶୁଷ୍କ ହୋଇଯିବାର ସମସ୍ୟା ଦେଖାଯାଇଥାଏ । ଏଥିପାଇଁ ସବୁଠାରୁ ଲାଭକାରୀ ହେଉଛି ଲବଙ୍ଗ। ଏହି କାରଣରୁ ପ୍ରଥମେ ଲବଙ୍ଗକୁ ପାଣିରେ ସିଝାଇ ତାପରେ ସେହି ପାଣିରେ କେଶ ଧୁଅନ୍ତୁ। ଏପରି କରିବା ଦ୍ବାରା କେଶରେ ଚମକ ଦେଖାଯିବା ସହ ମଜବୁତ୍ ମଧ୍ୟ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ