Thursday, October 8, 2026
23.5 C
Odisha

    ଲଭ ଜିହାଦ୍ ସନ୍ଦେହ, ଯୁବତୀଙ୍କୁ ଉଠାଇନେବାକୁ କାଶ୍ମୀରରୁ ଆସିଥିବା ଯୁବକଙ୍କୁ ଉଠାଇନେଲା ପୁଲିସ

    ଆଗକୁ ପଢନ୍ତୁ

    ଅନଲାଇନ ଗେମରୁ ହୋଇଥିଲା ପ୍ରେମ। ମିଛ ପରିଚୟ ଦେଇ ଯୁବତୀଙ୍କୁ ପ୍ରେମରେ ଫସାଇଥିଲା ଯୁବକ । ପରେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା। ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ଉକ୍ତ ଯୁବକ ଜଣଙ୍କ ମିଛ ପରିଚୟ ଦେଇ ତାଙ୍କୁ ଫସାଇଥିଲେ। ଏହା ଜଣାପଡ଼ିବା ପରେ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଉକ୍ତ ଯୁବକ ଜଣଙ୍କ ଅନ୍ତରଙ୍ଗମୁହୂର୍ତ୍ତର ଫଟୋ ଓ ଭିଡିଓ ରଖି ବ୍ଲାକମେଲ କରିବାସହ ୫ ଲକ୍ଷ ଟଙ୍କା ନେଇଥିବା ସୂଚନା। ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଜଗତସିଂହପୁରର ଯୁବତୀଙ୍କୁ ଉଠାଇ ନେବା ପାଇଁ ଯୁବକ ଜଣଙ୍କ କାଶ୍ମୀରରୁ ଭୁବନେଶ୍ୱର ଆସୁଥିବା ବେଳେ ସ୍ପେଶାଲ ସ୍କ୍ବାର୍ଡ ଉକ୍ତ ଯୁବକଙ୍କୁ ଉଠାଇ ନେଇଛି। ମହିଳା ଥାନା ପୁଲିସ ଉକ୍ତ ଯୁବକଙ୍କୁ ଅଟକ ରଖିଛି। ଯୁବକ ଜଣଙ୍କ ବିହାରର ହୋଇଥିବାବେଳେ କାଶ୍ମୀରରେ ରହୁଥିବା ସୂଚନା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    88 %
    1.6kmh
    4 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ