Sunday, November 15, 2026
27.3 C
Odisha

    ଲଳିତ ମୋଦିଙ୍କ ବଡ଼ ଘୋଷଣା, ହାସଲ କଲେ ବ୍ରିଟିଶ୍ ନାଗରିକତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଆଇପିଏଲ୍‌ର ପ୍ରତିଷ୍ଠାତା ତଥା ଭାରତରୁ ପଳାତକ ଲଳିତ ମୋଦିଙ୍କୁ ମିଳିଛି ବ୍ରିଟିଶ୍ ନାଗରିକତା । ୧୫ ସେପ୍ଟେମ୍ବର ୨୦୨୬ରେ ସେ ବ୍ରିଟିଶ୍ ନାଗରିକତା ଗ୍ରହଣ କରିଥିବା ନେଇ ନିଜେ ଖୁଲାସା କରିଛନ୍ତି । ନଭେମ୍ବର ୧୪ ତାରିଖରେ ଅକ୍ସଫୋର୍ଡ ୟୁନିଅନ୍‌ରେ ଭାଷଣ ଦେବା ସମୟରେ ଏହି ସୂଚନା ଦେଇଥିଲେ ସେ । ଏହାକୁ ନିଜ ଜୀବନର ଗର୍ବର ମୁହୂର୍ତ୍ତ ଏବଂ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି କହିଛନ୍ତି ଲଳିତ ମୋଦି ।

    ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ମଧ୍ୟ ଏନେଇ ପୋଷ୍ଟ ସେୟାର କରିଛନ୍ତି । ପରିବାର ଓ ବନ୍ଧୁମାନଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର ସମାରୋହରେ ସେ ବ୍ରିଟିଶ୍ ନାଗରିକତା ଗ୍ରହଣ କରିଥିବା କହିଛନ୍ତି । ବ୍ରିଟେନ୍ ଦୀର୍ଘ ବର୍ଷ ଧରି ତାଙ୍କର ଘର ହୋଇ ରହିଆସିଛି । ବ୍ରିଟିଶ୍ ନାଗରିକ ହେବା ତାଙ୍କ ପାଇଁ ସମ୍ମାନ ଓ ଦାୟିତ୍ୱର ବିଷୟ ବୋଲି ସେ ଉଲ୍ଲେଖ କରିଛନ୍ତି । ଏଥିସହ ବ୍ରିଟେନ୍ ପାଇଁ ସକାରାତ୍ମକ ଯୋଗଦାନ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

    ସୂଚନାଯୋଗ୍ୟ, ୨୦୦୮ରେ ଆରମ୍ଭ ହୋଇଥିବା IPLର ପ୍ରଥମ ଅଧ୍ୟକ୍ଷ ଓ କମିଶନର ଥିଲେ ଲଳିତ ମୋଦି । IPLକୁ ବିଶ୍ୱର ଏକ ବଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଭାବେ ପ୍ରତିଷ୍ଠା କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । କିନ୍ତୁ ୨୦୧୦ରେ IPL ସହ ଜଡ଼ିତ କଥିତ ଆର୍ଥିକ ଅନିୟମିତତା ମାମଲାର ତଦନ୍ତ ଆରମ୍ଭ ହେବା ପରେ ସେ ଭାରତ ଛାଡ଼ି ବ୍ରିଟେନ୍ ଚାଲିଯାଇଥିଲେ । ସେବେଠାରୁ ଲଣ୍ଡନରେ ରହୁଛନ୍ତି ଲଳିତ ମୋଦି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.3 ° C
    27.3 °
    27.3 °
    49 %
    2.3kmh
    40 %
    Sun
    27 °
    Mon
    27 °
    Tue
    27 °
    Wed
    26 °
    Thu
    22 °

    ସମ୍ବନ୍ଧିତ