Wednesday, October 29, 2025
25.1 C
Odisha

    ଲାଉ ଜୁସର ଯାଦୁ, ଚୁଟକିରେ ଦୂର କରିବ ଏହି ସବୁ ରୋଗ

    ଆଗକୁ ପଢନ୍ତୁ

    ଖରାପ ଖାଦ୍ୟପେୟ ଏବଂ ଜୀବନଶୈଳୀ ପାଇଁ ଆମ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଏବେ ଘରେ ଘରେ ଡାଇବେଟିସ୍, ବ୍ଲଡ ପ୍ରେସର ଦେଖିବାକୁ ମିଳୁଛି । ଯାହା ବର୍ତ୍ତମାନ ସମୟରେ ସାଧାରଣ ସମସ୍ୟା ପାଲଟିଗଲାଣି । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ସବୁଜ ପନିପରିବାର ଆବଶ୍ୟକତା ରହିଛି । ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅଧିକାଂଶ ଲୋକଙ୍କୁ ଅନେକ କିଛି ପନିପରିବା ଭଲ ଲାଗିନଥାଏ । କିନ୍ତୁ ପନିପରିବା ଆମ ଶରୀର ପାଇଁ ଖୁବ୍ ଉପଯୋଗୀ । ଆଜି ଆମେ ଆପଣଙ୍କୁ ଏକ ଏପରି ପରିବା ସମ୍ପର୍କରେ କହିବୁ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବ ।

    ଆପଣ ଲାଉରେ ଅନେକ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇଥିବେ । କିନ୍ତୁ ଅଧିକାଂଶ ଲୋକଙ୍କୁ ଲାଉ ଜୁସ୍‌ ପିଇବା ଆଦୌ ପସନ୍ଦ ନଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ଲାଉ ପାଟିକୁ ପିତା ଲାଗୁନଥିଲେ ମଧ୍ୟ ଏହାର ସ୍ୱାଦ କିଛି ଲୋକଙ୍କୁ ପସନ୍ଦ ଆସିନଥାଏ । ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଅନେକ ରୋଗର ସମସ୍ୟାକୁ ସମାଧାନ କରିଥାଏ । ତେବେ ଲାଉ ଜୁସର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା ।

    ଲାଉରେ ଭରପୁର ପରିମାଣରେ ପୋଟାସିୟମ ଥାଏ । ଯାହା ଦ୍ୱାରା ବ୍ଲଡ଼ ପ୍ରେସର ରେଗୁଲେଟ ହେବା ସହ ହୃଦ ରୋଗ ସହ ଜଡିତ ସମସ୍ତ ପ୍ରକାର ସମସ୍ୟା ବି ଦୂର ହୋଇଥାଏ । ଶରୀର ଗରମ ହେଲେ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଲାଉ ଜୁସ୍ ସେବନ କରନ୍ତୁ । ପ୍ରତିଦିନ ସକାଳେ ଗୋଟେ ଗ୍ଲାସ ଲାଉ ଜୁସ୍ ପିଇବା ଦ୍ୱାରା ଶରୀରର ଇମ୍ୟୁନିଟି ପାୱାର ବଢିଥାଏ ।

    ଏତିକି ନୁହେଁ ବରଂ ଅଧିକାଂଶ ସମୟରେ ଆମେ ଗରିଷ୍ଠ ଖାଦ୍ୟ ଖାଇଦେଇଥାଉ । ଯାହା ଆମ ଲିଭର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲାଉ ଓ ଅଦା ଜୁସ ପିଇବା ଉଚିତ । ଯଦି ଆପଣ ୟୁରିନ୍ ଇନଫେକ୍ସନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏଥିପାଇଁ ଲାଉ ଜୁସ ବେଷ୍ଟ ହୋଇଥାଏ ବୋଲି ପ୍ରମାଣିତ ହୋଇଛି ।

    ମୋଟାପଣ ଜନିତ ସମସ୍ୟା ଭୋଗୁଥିବା ଲୋକେ ଓଜନ ନିୟନ୍ତ୍ରଣକୁ ଆଣିବା ପାଇଁ ଅନେକ କିଛି କରିଥାଆନ୍ତି । ଓଜନ କମାଇବାକୁ ଘଣ୍ଟା ଘଣ୍ଟା ଜିମରେ ୱାର୍କ ଆଉଟ୍ କରିଥାନ୍ତି । ଅଧିକ ୱାର୍କ ଆଉଟ୍ କରିବା ଦ୍ବାରା ଶରୀର ଦୁର୍ବଳ ହୋଇଯାଇଥାଏ । ତେଣୁ ଓଜନ କମାଇବାର ସବୁଠୁ ସହଜ ଉପାୟ ହେଉଛି ଲାଉ ଜୁସ । ଏହାକୁ ସକାଳେ ପିଇବା ଦ୍ୱାରା ଦିନ ଯାକ ଭୋକ ନିୟନ୍ତ୍ରଣରେ ରହିବା ସହିତ ଦୁର୍ବଳ ମଧ୍ୟ ଲାଗିନଥାଏ ।

    ଏଥିସହ ହୃଦରୋଗୀ ଖାଇବା ପରେ ଏକ କପ୍‌ ଲାଉ ଜୁସରେ ଅଳ୍ପ ଗୋଲମରିଚ ଗୁଣ୍ଡ ଏବଂ ପୋଦିନା ପକାଇ ପିଅନ୍ତୁ। ଯାହା ହୃଦରୋଗ ସମସ୍ୟାକୁ ଦୂର କରିବ । ଏଥିରେ ପୋଟାସିୟମ ପ୍ରଚୁର ମାତ୍ରା ଥିବାରୁ ଷ୍ଟୋନ ରୋଗୀ ପାଇଁ ଖୁବ୍ ଲାଭକାରୀ ହୋଇଥାଏ ।

    ଯଦି ଏଭଳି କୌଣସି ସମସ୍ୟାର ସମ୍ମୁଖୀନ କରୁଛନ୍ତି ତେବେ ଆପଣଙ୍କ ଡାଏଟ୍ ଲିଷ୍ଟରେ ଲାଉର ଏହି ଜୁସକୁ ଆଡ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ । ଯାହା ଆପଣଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ଚୁଟକିରେ ଗାଏବ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    90 %
    2.7kmh
    100 %
    Wed
    26 °
    Thu
    28 °
    Fri
    30 °
    Sat
    29 °
    Sun
    28 °

    ସମ୍ବନ୍ଧିତ