Saturday, February 22, 2025
25.1 C
Odisha

    ଲୁଟେରାଙ୍କୁ କମିଶନରେଟ ପୁଲିସର ଚ୍ୟାଲେଞ୍ଜ : ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ

    ଆଗକୁ ପଢନ୍ତୁ

    ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୁଲିସର ଆର ପାର୍ ଚ୍ୟାଲେଞ୍ଜ। ରାଜଧାନୀରେ ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ । କମିଶନରେଟ ପୁଲିସର ୧୫୦ ବଛାବଛା ପୁଲିସଙ୍କୁ ନେଇ ଗଠନ ହୋଇଛି ଏହି ଟିମ । ରାତିତମାମ ଚେକିଂ ବ୍ଳକିଂ ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରୁଛି ଏହି ଟିମ । ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଟିମରେ କିଛି ବନ୍ଧୁକଧାରୀ ଅଫିସର ମଧ୍ୟ ରହିଛନ୍ତି । ରାଜଧାନୀ ଉପକଣ୍ଠରେ ପାଇଁତରା ମାରୁଛି ଆଣ୍ଟି ବର୍ଗଲାରୀ ସ୍କ୍ବାଡ।
    ଏଥି ପାଇଁ ଏକ ୱାଟ୍ସଆପ୍ ଗ୍ରୁପ ମଧ୍ୟ ଗଠନ ହୋଇଛି । ନିଜେ ଡିସିପି ଏହି ଗ୍ରୁପର ଆଡମିନ ରହିଛନ୍ତି। ସମସ୍ତ ଥାନାର ଥାନାଧିକାରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି । ଆପାର୍ଟମେଣ୍ଟର ସଭାପତି ଓ ସେକ୍ରେଟାରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି । ଅଚିହ୍ନା ଲୋକଙ୍କ ଚଳପ୍ରଚଳ ଓ ସନ୍ଦିଗ୍ଧ ଗାଡି ଦେଖିଲେ ତୁରନ୍ତ ପହଞ୍ଚୁଛି ପୁଲିସ । ଯେଉଁ ଆପାର୍ଟମେଣ୍ଟର ସିସିଟିଭି କାମ କରୁନାହିଁ, ସେନେଇ ତୁରନ୍ତ ଭୁବନେଶ୍ୱର ଡିସିପିଙ୍କୁ ଜଣାଉଛି ସ୍କ୍ବାଡ଼ । ଏହି ଅପରେସନ ବେଳେ କିଛି ସନ୍ଦିଗ୍ଧଙ୍କୁ ମଧ୍ୟ କାବୁ କରିଛି ସ୍କ୍ବାଡ଼। ଯେଉଁମାନେ ଦିନରେ ମଜୁରିଆ ଭାବେ କାମ କରିବା ସହ ରାତିରେ ଲୁଟ ପାଟ କରୁଥିବା ଖବର ପାଇଛି ପୁଲିସ । ଆଉ କିଛି ସ୍ଥାନରେ ଆନ୍ତଃରାଜ୍ୟ ଲୁଟେରାଙ୍କ ସନ୍ଧାନ ମଧ୍ୟ ପାଇଛି ପୁଲିସ । ବିଗତ କିଛିଦିନ ଧରି ଆପାର୍ଟମେଣ୍ଟ ଲୁଟ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ପାହାଳ ଅଞ୍ଚଳରୁ ସିରିଜ ଲୂଟ ହୋଇଥିଲା। ଯେଉଁ ଘଟଣା କମିଶନରେଟ ପୁଲିସ ପାଇଁ ସୃଷ୍ଟି କରିଥିଲା ବଡ଼ ଚ୍ୟାଲେଞ୍ଜ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    26 %
    0.4kmh
    0 %
    Sat
    27 °
    Sun
    33 °
    Mon
    34 °
    Tue
    35 °
    Wed
    35 °

    ସମ୍ବନ୍ଧିତ