Saturday, April 11, 2026
37.5 C
Odisha

    ଲୋକସଭାରେ ଆଗତ ହେଲା ୱାକଫ୍ ବିଲ୍

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଆଜି ଲୋକସଭାରେ ଆଗତ ହୋଇଛି ସଂଶୋଧିତ ଓ୍ବାକଫ୍ ବିଲ୍। ବିରୋଧୀଙ୍କ ତୀବ୍ର ବିରୋଧ ସତ୍ବେ ବାଚସ୍ପତି ଓମ୍ ବିର୍ଲା ଙ୍କ ଅନୁମତି କ୍ରମେ ଆଜି ସଂସଦରେ ସଂଶୋଧିତ ଓ୍ବାକଫ୍ ବିଲ୍ ଆଗତ କରିଛନ୍ତି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ବିଲ୍ ଉପସ୍ଥାପନ ହେବା ପରେ ବର୍ତ୍ତମାନ ଆଲୋଚନା ଜାରି ରହିଛି। ଦୀର୍ଘ ୮ ଘଣ୍ଟାର ଆଲୋଚନା ହେବା ନେଇ ସମୟ ଧାର୍ଯ୍ୟ କରାଯାଇଛି। ରିଜିଜୁଙ୍କ ଭାଷଣ ସମୟରେ ବିରୋଧୀମାନେ ସଂସଦ ଭିତରେ ବଡଧରଣର ହଙ୍ଗାମା କରିଥିଲେ। ବିରୋଧୀ ନାରାବାଜି ଏବଂ ବିରୋଧ ମଧ୍ୟରେ ସେ କହିଛନ୍ତି ଏହି ବିଲ୍ ମୁସଲିମ୍ ସମ୍ପ୍ରଦାୟର ଧାର୍ମିକ ବିଶ୍ଵାସକୁ କ୍ଷୁର୍ଣ୍ଣ କରେନାହିଁ। ଏହା କେବଳ ସମ୍ପତ୍ତି ପରିଚାଳନା ସହ ଜଡିତ। ଏଥିରେ କୌଣସି ମୁସଲିମ୍ ସମ୍ପ୍ରଦାୟର ସମ୍ପତ୍ତି ଛଡାଇ ନିଆଯିବ ନାହିଁ। ଆଲୋଚନା ପରେ ବିଧେୟକ ଉପରେ ଭୋଟିଂ କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି।ବିଜେପିର ସହଯୋଗୀ ଦଳ ତଥା ଶାସକ ଏନଡିଏର ବିଭିନ୍ନ ଅଂଶୀଦାର ଦଳ ଯଥା ତେଲୁଗୁ ଦେଶମ ପାର୍ଟି , ଶିବସେନା, ଲୋକ ଜନଶକ୍ତି ପାର୍ଟି ନିଜ ନିଜ ସାଂସଦ ମାନେ ଲୋକସଭାରେ ଉପସ୍ଥିତ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ