Thursday, October 1, 2026
28.5 C
Odisha

    ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଲୋକସଭାରେ ହଙ୍ଗାମା ମଧ୍ୟରେ ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬ ପାରିତ ହୋଇଛି । ଏବେ ଆଲୋଚନା ଲାଗି ବିଲ୍ କୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବିଲ୍ କୁ ଗୃହର ମଞ୍ଜୁରୀ ମିଳିଛି । ବାଚସ୍ପତି ଓମ ବିର୍ଲା ଆଣ୍ଟି ପେପର ଲିକ୍ ବିଲ ପାରିତ କରିବା ପରେ ଲୋକସଭାକୁ ଆସନ୍ତାକାଲି ୧୧ ଯାଏଁ ସ୍ଥଗିତ କରିଛନ୍ତି । NEET UG ପେପର ଲିକ୍ ନେଇ ଦେଶବ୍ୟାପୀ ଛାତ୍ର ବିରୋଧ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପରେ, କେନ୍ଦ୍ର ସରକାର ସୋମବାର ଏକ ସଂଶୋଧନ ବିଲ୍ ଆଗତ କରିଥିଲେ ।

    ସଂଶୋଧିତ ବିଲ୍ରେ ପେପର ଲିକ୍ ସମ୍ପର୍କିତ ଅପରାଧ ବିରୋଧରେ ଆଇନକୁ ଆହୁରି କଡ଼ାକଡ଼ି କରାଯାଇଛି । ନୂତନ ବ୍ୟବସ୍ଥା ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍, ପରୀକ୍ଷାରେ ସଂଗଠିତ ଠକେଇ କିମ୍ବା ଅନ୍ୟାୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ୧୦ ବର୍ଷର କାରାଦଣ୍ଡର ବ୍ୟବସ୍ଥା କରାଯାଇଛି । ଏହି ସଂଶୋଧନ ମାଧ୍ୟମରେ ପ୍ରତିଯୋଗିତାମୂଳକ ଓ ନିଯୁକ୍ତି ପରୀକ୍ଷାର ବିଶ୍ୱସନୀୟତା ସୁନିଶ୍ଚିତ କରିବା ସହ ପ୍ରଶ୍ନପତ୍ର ଲିକ୍ ଚକ୍ର ଉପରେ କଠୋର ଅଙ୍କୁଶ ଲଗାଯିବ ।

    ଏଥିରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ତ୍ର ସିଂହ କହିଛନ୍ତି ଯେ, ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ପରାମର୍ଶ ଦେବା ବଦଳରେ ଏହାକୁ ନେଇ ରାଜନୀତି କରାଯାଉଛି । ଏହି ବିଧେୟକ ଚର୍ଚ୍ଚାରେ ଲୋକସଭାରେ ବିରୋଧୀ ଦଳ ନେତା ଯେଉଁଭଳି ଅସଂସଦୀୟ ଭାଷା ପ୍ରୟୋଗ କରିଛନ୍ତି ତାହା ଆଶ୍ଚର୍ଯ୍ୟଜନକ।

    ବର୍ତ୍ତମାନ ଦେଶରେ ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ଏହି ବିଲ୍ କୁ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି । ତେବେ ଏହା ପୂର୍ବରୁ ମଙ୍ଗଳବାର ବିଲ୍ ଉପରେ ପ୍ରାୟ ନଅ ଘଣ୍ଟା ଧରି ବିସ୍ତୃତ ଆଲୋଚନା ହୋଇଥିଲା । ବୁଧବାର ଆଲୋଚନା ଶେଷ ହେବା ପରେ ବିଲ୍ କୁ ବାଚନିକ ଭୋଟ୍ ପାଇଁ ରଖାଯାଇଥିଲା ଏବଂ ଏହା ଲୋକସଭାରେ ପାରିତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ