Tuesday, September 29, 2026
28.1 C
Odisha

    ଲୋକ ଭବନରେ ୪୮୫ କିଲୋୱାଟ୍‌ ରୁଫ୍‌ଟପ୍ ସୌର ବିଦ୍ୟୁତ୍ ପ୍ଲାଣ୍ଟ ଉଦ୍‌ଘାଟିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଲୋକ ଭବନରେ ୪୮୫ କିଲୋୱାଟ୍‌ କ୍ଷମତାର ରୁଫ୍‌ଟପ୍ ସୌର ବିଦ୍ୟୁତ୍ ପ୍ଲାଣ୍ଟ ଶନିବାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉକ୍ତ ପ୍ରକଳ୍ପ ଯୋଗୁଁ ଲୋକ ଭବନର ମୋଟ ସୌର ବିଦ୍ୟୁତ୍ କ୍ଷମତା ୬୩୫ କିଲୋୱାଟ୍ ହୋଇଛି। ଏହି ପ୍ରକଳ୍ପକୁ ଏନ୍‌ବିସିସି (ଇଣ୍ଡିଆ) ଲି. ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ଏବଂ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ନବୀକରଣଯୋଗ୍ୟ ଶକ୍ତି ଉପରେ ନିର୍ଭରଶୀଳତା ବଢ଼ିବା ଆବଶ୍ୟକ। ପିଏମ୍ ସୂର୍ଯ୍ୟଘର ଯୋଜନା ଏବଂ ଓଡ଼ିଶା ସରକାରଙ୍କ ରିଆତି ସହାୟତାରେ ଘରୋଇ ଏବଂ ଅନୁଷ୍ଠାନଗୁଡ଼ିକୁ କମ୍‌ ଖର୍ଚ୍ଚରେ ରୁଫ୍‌ଟପ୍ ସୌର ପ୍ରଣାଳୀ ସ୍ଥାପନ କରିବା ସମ୍ଭବ ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏନ୍‌ବିସିସି ସିଏମ୍‌ଡି ଡ. କେପି ମହାଦେବସ୍ବାମୀ, ଏନ୍‌ବିସିସି ଓଡ଼ିଶା ଏସ୍‌ବିଜି ଜେପି ଗୁରୁ ଉପସ୍ଥିତ ଥିଲେ।
    କେନ୍ଦ୍ରୀୟ ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ସିପିଏସ୍ଇ ସଂସ୍ଥା ଏନ୍‌ବିସିସି (ଇଣ୍ଡିଆ) ଲି. ଓଡ଼ିଶାରେ ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସଫଳ ନିର୍ମାଣ ଓ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟର ସାମଗ୍ରିକ ବିକାଶରେ ଉଲ୍ଲେଖନୀୟ ଅବଦାନ ରଖି ଆସୁଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଦକ୍ଷତା ବିକାଶ, ସହରାଞ୍ଚଳ ଉନ୍ନୟନ, ଜନକଲ୍ୟାଣ ଆଦି କ୍ଷେତ୍ର ସହ ଜଡ଼ିତ ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ଲୋକଙ୍କ ପାଇଁ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି କରିବା ସହ ଭାରତ ସରକାରଙ୍କ ନିମନ୍ତେ ଜିଏସ୍‌ଟି ରାଜସ୍ୱ ଅଭିବୃଦ୍ଧିରେ ବେଶ୍‌ ସଫଳ ହୋଇଛି। ଏନ୍‌ବିସିସି ପକ୍ଷରୁ ଆଇଆଇଟି ଭୁବନେଶ୍ବର, ଆଇଆଇଏମ୍‌ ସମ୍ବଲପୁର, କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ରେଭେନ୍ସା ବିଶ୍ବବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ରାଉରକେଲା ପିଜି ଇନଷ୍ଟିଚ୍ୟୁଟ୍ ଓ ସୁପର ସ୍ପେସାଲିଟି ହସ୍ପିଟାଲ, ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲ, ଖୋରଧାରେ ଦକ୍ଷତା ବିକାଶ ଅନୁଷ୍ଠାନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ କରିଛି।
    ସେହିପରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୁନ୍ଦରଗଡ଼ ଜିଲା ଖଣିଜ ପ୍ରତିଷ୍ଠାନ ଅଧୀନ ବିଭିନ୍ନ ଉନ୍ନୟନ କାର୍ଯ୍ୟ, ଯାଜପୁର ବିଜ୍ଞାନ ଏକାଡେମୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ, ଭୁବନେଶ୍ୱର‌େ‌ର ୧୦୦ଟି ବହୁତଳ ବାସଗୃହ ନିର୍ମାଣ, ବଲାଙ୍ଗିର ଓ ସୁନ୍ଦରଗଡ଼ ଜିଲ୍ଲା ବିଜ୍ଞାନ କେନ୍ଦ୍ର, ବିଭିନ୍ନ ଜବାହର ନବୋଦୟ ବିଦ୍ୟାଳୟର ନିର୍ମାଣ ଓ ବିକାଶ କାର୍ଯ୍ୟ, ଗଜପତିରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶ ପ୍ରକଳ୍ପ ଦାୟିତ୍ବ ଏନ୍‌ବିସିସି ଉପରେ ନ୍ୟସ୍ତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.1 ° C
    28.1 °
    28.1 °
    70 %
    1.9kmh
    54 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ