Friday, October 2, 2026
22.2 C
Odisha

    ଶରଧାବାଲି ଦଳଚକଟା ଘଟଣାରେ ତଦନ୍ତ, ଆଜି ପୁରୀରେ ସାକ୍ଷ ଗ୍ରହଣ କରିବେ ଅନୁ ଗର୍ଗ

    ଆଗକୁ ପଢନ୍ତୁ

    ପୁରୀ : ଶରଧାବାଲିରେ ଦଳାଚକଟା ଘଟଣାରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ବର ସ୍ଥିତ ରାଜ୍ୟ ଅତିଥି ଭବନ-ଆନେକ୍ସରେ ଗତକାଲି ପ୍ରଥମ ସାକ୍ଷ ଗ୍ରହଣ କରିଥିଲେ ଅନୁ ଗର୍ଗ । ପ୍ରଥମ ଦିନ ୧୭ ଜଣ ପ୍ରତ୍ୟକ୍ଷଦର୍ଶୀ ସାକ୍ଷ ପ୍ରଦାନ କରିଥିଲେ । ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲେ ପ୍ରତ୍ୟକ୍ଷଦର୍ଶୀ । ଆଗ୍ରହୀ ବ୍ୟକ୍ତି ଘଟଣା ସଂପର୍କରେ ସାକ୍ଷ୍ୟ ଓ ତଥ୍ୟ ରଖିଛନ୍ତି ।

    ଆଜି ଅପରାହ୍ଣ ୩ଟା ପର ଠାରୁ ଜନସାଧାରଣ ଅନୁ ଗର୍ଗଙ୍କୁ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ସାକ୍ଷାତ କରି ତଥ୍ୟ ରଖିପାରିବେ। କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ ଭିଡିଓ ଫୁଟେଜ ସହ ଥିଲେ ଆସନ୍ତା ୨୦ ତାରିଖ ସୁଦ୍ଧା [email protected] ଇମେଲ ଯୋଗେ ପଠାଇ ପାରିବେ । ଜୁନ ୨୯ ତାରିଖ ବିଳମ୍ବିତ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରଥ ସାମ୍ନାରେ ଦଳାଚକାଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏହି ଅଘଟଣର ତଦନ୍ତ ପାଇଁ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଦାୟିତ୍ବ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ