Friday, October 2, 2026
22.2 C
Odisha

    ବିଶ୍ୱର ଅଦ୍ଭୁତ ମ୍ୟୁଜିୟମ୍‌, ଯେଉଁଠି ରହିଛି ୩୦୦ ଗୁପ୍ତାଙ୍ଗ

    ଆଗକୁ ପଢନ୍ତୁ

    ବିଶ୍ୱରେ ଅନେକ ଅଦ୍ଭୁତ ମ୍ୟୁଜିୟମ୍‌ ରହିଛି, ଯେଉଁଠି ଅଜବ ପ୍ରକାର ଜିନିଷକୁ ସାଇତି ରଖାଯାଇଛି। ଆଇସ୍‌ଲ୍ୟାଣ୍ଡରେ ଏମିତି ହିଁ ଏକ ମ୍ୟୁଜିୟମ୍‌ ଦେଖିବାକୁ ମିଳିଥାଏ। ମ୍ୟୁଜିୟମ୍‌ର ଖାସ୍‌ କଥା ହେଉଛି, ଏଠାରେ ସାରା ଦୁନିଆର ୩୦୦ ପଶୁଙ୍କର ଲିଙ୍ଗ ବା ଗୁପ୍ତାଙ୍ଗ ରଖାଯାଇଛି। ସେଥିମଧ୍ୟରୁ ୯୩ଟି ଛୋଟ ଜୀବ, ୫୫ଟି ହେ୍ଵଲ୍‌, ୩୬ଟି ସିଲ୍‌ ଏବଂ ୧୧୮ଟି ସ୍ଥଳଭାଗରେ ରହୁଥିବା ପ୍ରାଣୀମାନଙ୍କ ଲିଙ୍ଗ ଅନ୍ତର୍ଭୁକ୍ତ। ଏହି ଅଦ୍ଭୁତ ପ୍ରକାର ମ୍ୟୁଜିୟମ୍‌କୁ ସିଗୁରୋର୍‌ ଜାର୍ଟରସନ ନାମକ ବ୍ୟକ୍ତି ଆରମ୍ଭ କରିଥିଲେ।

    ବର୍ତ୍ତମାନ ଏହି ମ୍ୟୁଜିୟମ୍‌ର ଲୋକପ୍ରିୟତା ଏତେ ବଢ଼ିଯାଇଛି ଯେ ବର୍ଷକୁ ପାଖାପାଖି ୨୦,୦୦୦ ପଯ୍ୟର୍ଟକ ଏଠାକୁ ବୁଲିବା ପାଇଁ ଆସିଥାଆନ୍ତି। ସବୁଠାରୁ ଆଶ୍ଚଯ୍ୟର୍ର କଥା, ପଯ୍ୟର୍ଟକଙ୍କ ମଧ୍ୟରୁ ଅଧିକାଂଶ ମହିଳା ହିଁ ଥାଆନ୍ତି। ଏଠାରେ କୁକୁର, ବିଲୁଆ, ମାଙ୍କଡ଼, ମେଣ୍ଢା, ଛେଳି ଆଦି ପ୍ରାଣୀଙ୍କଠାରୁ ଆରମ୍ଭ କରି ଗରିଲା, ପୋଲର ବିୟର ପଯ୍ୟର୍ନ୍ତ, ସମସ୍ତଙ୍କ ଲିଙ୍ଗ ସଂଗ୍ରହ କରାଯାଇ ରଖାଯାଇଛି।

    ତେବେ ମ୍ୟୁଜିୟମ୍‌ରେ ରହିଥିବା ସବୁଠାରୁ ବଡ଼ ଲିଙ୍ଗ ହେଉଛି ବ୍ଲୁ ହେ୍ଵଲ୍‌ର। ୭୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଲିଙ୍ଗର ଲମ୍ବା ରହିଛି ୧୭୦ ସେଣ୍ଟିମିଟର। ସେହିପରି ହାମ୍‌ଷ୍ଟେରମ୍‌ର ହେଉଛି ସବୁଠାରୁ ଛୋଟ ଲିଙ୍ଗ, ଯାହାକି ୨ ସେଣ୍ଟିମିଟର। ଏହାକୁ ଦେଖିବା ପାଇଁ ଲେନ୍ସର ଆବଶ୍ୟକ ପଡ଼ିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ