Friday, April 3, 2026
29.7 C
Odisha

    ଶରୀରକୁ ଭିତରୁ ଗରମ ରଖିବ ରୋଷେଇ ଘରର ଏହି ୫ଟି ମସଲା

    ଆଗକୁ ପଢନ୍ତୁ

    ଆୟୁର୍ବେଦ ଅନୁସାରେ ଭାରତୀୟ ରୋଷେଇ ଘରର ୫ଟି ମସଲା ଆମ ଶରୀରକୁ ଭିତରୁ ଗରମ ରଖିଥାଏ ଏବଂ ବିଭିନ୍ନ ରୋଗ ଠାରୁ ମଧ୍ୟ ରକ୍ଷା କରିଥାଏ। ଆସନ୍ତୁ ଜାଣିବା ସେହି ମସଲା ଗୁଡିକ ବିଷୟରେ –

    1.ଶୀତଋତୁରେ ଜିରା ହେଉଛି ପାୱାର ହାଉସ –
    ଆମେ ସାଧାରଣ ଭାବରେ ଜିରାର ବ୍ୟବହାର ରୋଷେଇ ଛୁଙ୍କରେ କରିଥାଉ, କିନ୍ତୁ ଶୀତଋତୁରେ ଜିରାର ବ୍ୟବହାର ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ। ଶୀତଋତୁରେ ନିୟମିତ ଜିରାକୁ ପାଣିରେ ଫୁଟାଇ ସେବନ କରିବା ଦ୍ୱାରା ଶରୀର ଗରମ ରହିଥାଏ।

    2.ଅଦା ଭିତରୁ ସରଡ଼ିକୁ କରିବ ଛୁ ମନ୍ତର –
    ଶୀତ ଦିନେ ଆମେ ଅଦାର ଅଲଗା ଅଲଗା ବ୍ୟବହାର କରିଥାଉ, ଯେପରିକି ଚା ରେ କିମ୍ବା ଅଦା ସହିତ ମହୁ ସେବନ କରୁ। କିନ୍ତୁ ଶୀତ ଦିନରେ ଅଦାର ରସକୁ ନିୟମିତ ସେବନ କରିବା ଦ୍ୱାରା ଶରୀର ଭିତରୁ ଗରମ ରହିଥାଏ।

    3.ଡ଼ାଲିଚୀନୀ ହେଉଛି ସୁଗନ୍ଧରେ ପୁର୍ଣ –
    ଯଦି ଶୀତଋତୁରେ ଆପଣ ମସଲା ଚା ସେବନ କରୁଛନ୍ତି ତେବେ ସେଥିରେ ଖଣ୍ଡିଏ ଡ଼ାଲିଚୀନୀ ନିହାତି ବ୍ୟବହାର କରନ୍ତୁ। ଚା ର ସ୍ୱାଦ ବଢାଇବା ସହିତ ଡ଼ାଲିଚୀନୀ ଶରୀରକୁ ଗରମ ରଖିଥାଏ। ଡ଼ାଲିଚୀନୀ ଶରୀରରେ ବ୍ଲଡ଼ ଶେର୍କୁଲେସନକୁ ନିୟନ୍ତ୍ରିତ କରିଥାଏ।

    4.ଗୋଲମରିଚ ସ୍ୱାଦ ବୃଦ୍ଧି କରିଥାଏ –
    ଗୋଲମରିର ପ୍ରୟୋଗ ତରକାରୀ, ସାଲାଡ଼, ଡାଲି ପ୍ରାୟ ସମସ୍ତ ଖାଦ୍ୟରେ ପ୍ରୟୋଗ କରାଯାଏ। ଗୋଲମରିଚ ସେବନ ଦ୍ୱାରା ଶରୀରର ତାପମାତ୍ରା ବଢିଥାଏ ଏବଂ ସଂକ୍ରମଣର ବିପଦ ହ୍ରାସ ହୋଇଥାଏ।

    5.ମିଠା ସୁଗନ୍ଧିତ ଗୁଜୁରାତି –
    ଶୀତଋତୁରେ ଗୁଜୁରାତି ଚା ସେବନ କରିବା ଖୁବ ହିତକର। ଏହା ଶରୀରକୁ ଭିତରୁ ଗରମ ରଖିଥାଏ ଏବଂ ହାର୍ଟ ପାଇଁ ମଧ୍ୟ ଖୁବ ଉପକାରୀ। ଗୁଜୁରାତିକୁ ଶୀତଋତୁରେ ଚୋବାଇ ସାମାନ୍ୟ ଉଷୁମ ପାଣି ପିଇବା ଦ୍ୱାରା କାଶରୁ ଆରାମ ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ