Wednesday, April 1, 2026
38.7 C
Odisha

    ଶରୀରରେ ଏହି ଭିଟାମିନ ଅଭାବରୁ ହୋଇପାରନ୍ତି ବଧିରା !

    ଆଗକୁ ପଢନ୍ତୁ

    ଜୀବନଶୈଳୀ ବଦଳିବା ହେତୁ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ସେଥି ମଧ୍ୟରୁ ଏକ ସମସ୍ୟା ହେଉଛି ବଧିରତା । ଏହି ସମସ୍ୟା କିଛି ଲୋକଙ୍କୁ ଜନ୍ମରୁ ହେଇଥାଏ ଏବଂ କିଛି ଲୋକଙ୍କୁ ଦୁଘର୍ଟଣା କିମ୍ବା ନିଜର ଭୁଲ ପାଇଁ ଯଥା ଉଚ୍ଚ ସ୍ବରରେ ଗୀତ ଶୁଣିବା ,ମୋବାଇଲ ଫୋନର ଅଧିକ ବ୍ୟବହାର କରିବା ଏବଂ ଅଧିକ କୋଳାହଳପୂର୍ଣ୍ଣ ଜାଗାରେ ରହିବା କାରଣରୁ ହୋଇଥାଏ । ଏହାଛଡା ଶରୀରରେ ଭିଟାମିନର ମାତ୍ରା କମ ଥିବା କାରଣରୁ ଶୁଣିବା ଶକ୍ତି ହ୍ରାସ ପାଇଥାଏ । ଆସନ୍ତୁ ଜାଣିବା କେଉଁ ଭିଟାମିନ କାରଣରୁ ହୋଇଥାଏ ବଧିରତା ।

    ଶରୀରକୁ ସୁସ୍ଥ ରଖିବାକୁ ହେଲେ ଭିଟାମିନ ଏବଂ ପୋଷକ ତତ୍ବ , ପୂର୍ଣ୍ଣ ରହିବା ବହୁତ ଜରୁରୀ । ଯଦି ଏହିସବୁରୁ କୌଣସିର ମାତ୍ରା କମିଯାଏ ତାହେଲେ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସ୍ରୁଷ୍ଟି ହୋଇଥାଏ । ଶରୀରରେ ଭିଟାମିନ ସି,ଭିଟାମିନ ଇ ଏବଂ ଭିଟାମିନ ଡି କମ ହୋଇଯାଏ ତାହେଲେ ବଧିରତାର ସମସ୍ୟା ଦେଖାଯାଇଥାଏ । ଏଥିପାଇଁ ବଧିରତା ଭଳି ସମସ୍ୟା ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ଡାଇଟରେ ଭିଟାମିନ ସି,ଭିଟାମିନ ଇ ଏବଂ ଭିଟାମିନ ଡିକୁ ସାମିଲ କରନ୍ତୁ । ଏହାଛଡା କିଛି ଘରୋଇ ଉପଚାର ଦ୍ବାରା ବଧିର ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।

    ୧. ସୋରିଷ ତେଲ ,ଏବଂ ତୁଳସୀ : ସୋରିଷ ତେଲରେ ତୁଳସୀ ପତ୍ରକୁ ପକାଇ ଭଲଭାବେ ଗରମ କରନ୍ତୁ ଏବଂ ପରେ ଏହାକୁ ଥଣ୍ଡା କରି କାନରେ ପକାନ୍ତୁ ।

    ୨. ସୋରିଷ ତେଲ ଏବଂ ଧଣିଆ : ଏହି ଉପାୟକୁ କରିବା ପାଇଁ ପ୍ରଥମେ ସୋରିଷ ତେଲରେ କିଛି ଧଣିଆ ଦାନାକୁ ମିଶାଇ ସେପର୍ୟ୍ୟନ୍ତ ଗରମ କରନ୍ତୁ ଯେପର୍ୟ୍ୟନ୍ତ ଏହା ସମ୍ପୁର୍ଣ୍ଣ ଭାବରେ ଗରମ ହୋଇଯିବ ।ଏହାପରେ ଏହାକୁ ଥଣ୍ଡା କରି କାନରେ ୧-୧ ବୁନ୍ଦା ପକାନ୍ତୁ ।

    ୩. ପିଆଜ : ବଧିରତାରୁ ମୁକ୍ତି ପାଇବାକୁ ହେଲେ ଧଳା ପିଆଜର ରସକୁ କାନରେ ପକାନ୍ତୁ ।

    ୪. ହେଙ୍ଗୁ ଏବଂ କ୍ଷୀର : କ୍ଷୀରରେ ଅଳ୍ପ ମାତ୍ରାରେ ହେଙ୍ଗୁ ମିଶାଇ ଭଲଭାବେ ଗୋଳାଇ କାନରେ ପକାନ୍ତୁ ।

    ୫. ରସୁଣ ଏବଂ ସୋରିସ ତେଲ : ସୋରିସ ତେଲରେ ରସୁଣର ୭-୮ ପାଖୁଡାକୁ ପକାଇ ସେପର୍ୟ୍ୟନ୍ତ ରାନ୍ଧନ୍ତୁ ଯେପର୍ୟ୍ୟନ୍ତ ଏହର କଳା ନ ପଡିଯାଏ । ପରେ ଏହାକୁ ଛାଣି ଥଣ୍ଡା କରି ବୁନ୍ଦାଏ ବୁନ୍ଦାଏ କରି କାନରେ ପକାନ୍ତୁ ।

    ୬. ବେଲ ଏବଂ ଡାଳିମ୍ବର ପତ୍ର : ଏହା ପାଇଁ ଗୋଟେ ଗୋଟ ଚାମଚ ବେଲ ଏବଂ ଡାଳିମ୍ବର ପତ୍ରକୁ ନେଇ ସେଥିରେ ୧୦୦ ଗ୍ରାମର ସୋରିସ ତେଲକୁ ଗରମ କରନ୍ତୁ । ଯେବେ ଏହା ଅଧାରୁ କମ ହୋଇଯାଏ ତେବେ ଏହାକୁ ଥଣ୍ଡା କରି କାନରେ ପକାନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ