Friday, January 31, 2025
25.5 C
Odisha

    ଶରୀରରେ କେଉଁ ଭିଟାମିନର ଅଭାବ ଯୋଗୁ ଲାଗିଥାଏ ଅଧିକ ନିଦ, ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଯଦି ଆପଣ ରାତିରେ ଭଲ ଏବଂ ଗଭୀର ନିଦ ପାଆନ୍ତି, ତେବେ ଆପଣ ସାରା ଦିନ ସତେଜ ଅନୁଭବ କରନ୍ତି । କିନ୍ତୁ ବେଳେବେଳେ ସାରା ରାତି ଶୋଇବା ପରେ ମଧ୍ୟ ନିଦ ପୁରା ହୋଇନଥାଏ । ଯେଉଁଥି ପାଇଁ ଦିନସାରା ଆଳସ୍ୟ ଅନୁଭବ ହୋଇଥାଏ । ତେବେ ଏହାର କାରଣ ନିଦ ଅଭାବ ନୁହେଁ ବରଂ ଶରୀରରେ ଭିଟାମିନର ଅଭାବ ମଧ୍ୟ ହୋଇପାରେ । ଯେତେବେଳେ ଶରୀରରେ କିଛି ଭିଟାମିନର ଅଭାବ ଥାଏ, ସେତେବେଳେ ଆପଣଙ୍କର ନିଦ ବଢ଼ିବା କିମ୍ବା କମିବା ଆରମ୍ଭ ହୁଏ । ଏଥି ଯୋଗୁଁ ଜଣେ ଦିନସାରା ଆଳସ୍ୟ ଏବଂ କ୍ଳାନ୍ତ ଅନୁଭବ କରେ । ଯେତେବେଳେ ଶରୀରରେ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ସନ୍ତୁଳନ ବିଗିଡ଼ିଯାଏ, ସେତେବେଳେ ସମଗ୍ର ଶରୀର ପ୍ରଭାବିତ ହୁଏ । ତେବେ ଏପରି ଅନେକ ଭିଟାମିନ ଅଛି ଯାହାର ଅଭାବ ଅତ୍ୟଧିକ ନିଦ ଆଣିଥାଏ । ଆସନ୍ତୁ ଜାଣିବା କେଉଁ ଭିଟାମିନର ଅଭାବ ଅତ୍ୟଧିକ ନିଦ ଆଣେ ?

    କେଉଁ ଭିଟାମିନର ଅଭାବ ଅତ୍ୟଧିକ ନିଦ ଆଣେ ?

    ଭିଟାମିନ୍ D : ଯେତେବେଳେ ଶରୀରରେ ଭିଟାମିନ୍ D ଲେବଲ କମ ହେବାକୁ ଲାଗେ, ଏହା ନିଦ ସମସ୍ୟା ସୃଷ୍ଟି କରେ । ଭିଟାମିନ୍ Dର ଅଭାବ ଯୋଗୁଁ ସାରା ଦିନ ଥକ୍କାପଣ, ଦୁର୍ବଳତା ଏବଂ ଅତ୍ୟଧିକ ନିଦ ଲାଗିପାରେ । ଭିଟାମିନ୍ D କମ୍ ହେଲେ ଶରୀରରେ କ୍ୟାଲସିୟମ ଏବଂ ଫସଫରସର ଅଭାବ ମଧ୍ୟ ବଢ଼ିଯାଏ । ଏଥିପାଇଁ ହାଡ଼ରେ ଯନ୍ତ୍ରଣା ହୁଏ । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାକୁ ଲାଗେ ଏବଂ ଦିନସାରା ଅଳସୁଆ ଅନୁଭବ ହୁଏ । ଏପରି ଭାବେ ସବୁବେଳେ ଶୋଇବାକୁ ଇଚ୍ଛା ହୁଏ । ତେଣୁ, ଶରୀରରେ ଭିଟାମିନ୍ Dର ଅଭାବ ହେବାକୁ ଦିଅନ୍ତୁ ନାହିଁ ।

    ଭିଟାମିନ୍ B 12 : ଭିଟାମିନ୍ B 12 ଅଭାବ ମଧ୍ୟ ଅତ୍ୟଧିକ ନିଦର ଏକ ପ୍ରମୁଖ କାରଣ ହୋଇପାରେ । ଯେତେବେଳେ ଭିଟାମିନ୍ B 12 କମ୍ ଥାଏ, ସେତେବେଳେ ବ୍ୟକ୍ତି ଅତ୍ୟଧିକ ନିଦ ଅନୁଭବ କରିବାକୁ ଲାଗେ । କମ୍ ଭିଟାମିନ୍ B12 ସ୍ନାୟୁ ଏବଂ ମାନସିକ ସମସ୍ୟା ହେବାର ଆଶଙ୍କା ବଢ଼ାଇଥାଏ । ତେବେ ଏକ ଗବେଷଣାରୁ ଜଣାପଡିଛି ଯେ ଶରୀରରେ ଭିଟାମିନ୍ B 12ର ଅଭାବ ଆପଣଙ୍କୁ ଆଳସ୍ୟ ଅନୁଭବ କରାଏ । ଯାହା ଫଳରେ ଦିନସାରା ନିଦ ଲାଗିଥାଏ । ତେଣୁ, ଭିଟାମିନ୍ B 12 ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । ବିଶେଷକରି ନିରାମିଷ ଲୋକଙ୍କ ପାଖରେ ଭିଟାମିନ୍ B 12 କମ୍ ଥାଏ । ବୟସ ବଢ଼ିବା ସହିତ ଭିଟାମିନ୍ B 12ର ଅଭାବ ମଧ୍ୟ ବୃଦ୍ଧି ପାଏ । ସେଥିପାଇଁ ନିଜ ଡାଏଟରେ ଭିଟାମିନ୍ B 12 ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ ।

    ଅତ୍ୟଧିକ ନିଦର ଅନ୍ୟାନ୍ୟ କାରଣ :
    କେବଳ ଭିଟାମିନ୍ D ଏବଂ B 12 ନୁହେଁ, ଆହୁରି ଅନେକ ପୁଷ୍ଟିକର ତତ୍ତ୍ୱ ମଧ୍ୟ ଅଛି ଯାହା ନିଦ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ।ଏଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଆଇରନ ଭଳି ଖଣିଜ ପଦାର୍ଥ ମଧ୍ୟ ରହିଛି । ଏମାନଙ୍କର ଅଭାବ ଶରୀରରେ ଆଳସ୍ୟ, କ୍ଳାନ୍ତି ଏବଂ ଦୁର୍ବଳତା ସୃଷ୍ଟି କରେ । ଏଥି ଯୋଗୁଁ ଆପଣଙ୍କୁ ଦିନସାରା ନିଦ ଲାଗେ । ଶୋଇବା ପରେ ମଧ୍ୟ ଶରୀରରେ ନିଦର ଅଭାବ ରହିଥାଏ । ଯଦି ଆପଣ ବହୁତ ଦିନ ଧରି ଏପରି ଅନୁଭବ କରୁଛନ୍ତି, ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ନଚେତ ଆଗକୁ ଯାଇ ବଡ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.5 ° C
    25.5 °
    25.5 °
    30 %
    0.4kmh
    6 %
    Fri
    33 °
    Sat
    35 °
    Sun
    35 °
    Mon
    35 °
    Tue
    35 °

    ସମ୍ବନ୍ଧିତ