Saturday, November 15, 2025
22.4 C
Odisha

    ଶାଢ଼ୀରେ ଇଂରାଜୀ ବର୍ଣ୍ଣମାଳାର ଏ ରୁ ଜେଡ୍ ପର୍ଯ୍ୟନ୍ତ ଅକ୍ଷର, ବାନ୍ଧଶାଢ଼ୀରେ ହାତର ଯାଦୁ

    ଆଗକୁ ପଢନ୍ତୁ

    କଣ୍ଟାମାଳ: ସୁକ୍ଷ୍ମ ସୁତାରେ ଇଂରାଜୀ ବର୍ଣ୍ଣମାଳା । ଦେଖିଲେ ଆଖି ଲାଖି ଯାଉଛି । ବୁଣାକାର ହାତର ସ୍ପର୍ଶରେ ଜୀବନ୍ତ ହୋଇଛି ବାନ୍ଧକଳା । ବୌଦ୍ଧ ଜିଲ୍ଲାରେ ବାନ୍ଧ ଶାଢ଼ୀର ବେଶ ସୁନାମ ରହିଛି । ବୁଣାକାରମାନେ ନିଜ ହାତର ଯାଦୁରେ ସୁକ୍ଷ୍ମ ସୂତାକୁ ମଙ୍ଗାରେ ବୁଣି ବିଭିନ୍ନ କିସମର ଶାଢ଼ୀ ବୁଣିଥାନ୍ତି । ଏଠାକାର ବାନ୍ଧ ଶାଢ଼ୀ ଦେଶ ତଥା ବିଦେଶରେ ସୁନାମ ଆଣିଛି  । ଏପରି ଏକ ଶାଢ଼ୀ ନିଜ ହାତରେ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି  ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବଉଦିଆପଡ଼ା ଗାଁର ବୁଣାକାର ସୁରୁବାବୁ ମେହେର । ଗୋଟିଏ ନୂଆ ଡିଜାଇନର ଶାଢ଼ୀ ତିଆରି କରି ଏବେ ଚର୍ଚ୍ଚାରେ ରହିଛନ୍ତି ସୁରୁବାବୁ ।

    ଏହି ଶାଢ଼ୀରେ ଇଂରାଜୀ ବର୍ଣ୍ଣମାଳାର ଏ ରୁ ଜେଡ୍ ପର୍ଯ୍ୟନ୍ତ ଅକ୍ଷର ରହିବା ସହ ନାମ ଅନୁଯାୟୀ ବିଭିନ୍ନ ପଶୁ ପକ୍ଷୀଙ୍କ ଚିତ୍ର ମଧ୍ୟ ରହିଛି । ଏହି ଶାଢୀରେ ୨୭ଟି କୋଠରୀ ରହିଛି । ଏହି କୋଠରୀ ମାନଙ୍କରେ ଇଂରାଜୀ ବର୍ଣ୍ଣମାଳାର ୨୬ଟି ଅକ୍ଷର ରହିଥ‌ିବା ବେଳେ ବଳକା କୋଠରୀରେ ଗୋଟିଏ ବୃକ୍ଷ ସ୍ଥାନ ପାଇଛି । ଗଛ ଲଗାଅ ଜୀବ ଜୀବଜଗତ ବଞ୍ଚାଅ ବୋଲି ସମାଜକୁ ବାର୍ତ୍ତା ରହିଛି ଏହି ଶାଢ଼ୀରେ । ବୁଣାକାର ଶ୍ରୀ ମେହେର ପ୍ରାୟ ୩୫ ବର୍ଷ ହେଲା ବୁଣା କାର୍ଯ୍ୟରେ ଅଭିଜ୍ଞତା ରଖିଛନ୍ତି ।  ସବୁବେଳେ ନୂଆ ନୂଆ ଡିଜାଇନ୍‌ ର ଶାଢୀ ତିଆରି କରିବାରେ ତାଙ୍କର ଇଚ୍ଛା ରହିଥାଏ । ଆଗକୁ ମଧ୍ୟ ଆଉ ଏକ ନୂଆ ଡିଜାଇନର ଶାଢ଼ୀ କରିବା ପାଇଁ ବର୍ତ୍ତମାନ ପ୍ରସ୍ତୁତି ଚାଲିଥିବା ବୁଣାକାର ସୁରୁବାବୁ ମେହେର କହିଛନ୍ତି ।

    ବୃତ୍ତିକୁ ବଞ୍ଚାଇ ରଖିବା ସହ ଏପରି ଏକ ପରିକଳ୍ପନା ସତରେ ପ୍ରଶଂସନୀୟ । ସବୁବେଳେ ନୂଆ କରିବାର ଚିନ୍ତାଧାରା ସୁରୁବାବୁଙ୍କୁ ଏକ ନୂଆ ସଫଳତା ଦେଇଛି । ସୁରୁବାବୁଙ୍କ ଏହି ସଫଳତାକୁ ନେଇ ପରିବାର ସଦସ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    44 %
    1.4kmh
    0 %
    Sat
    25 °
    Sun
    25 °
    Mon
    26 °
    Tue
    26 °
    Wed
    27 °

    ସମ୍ବନ୍ଧିତ