Saturday, April 4, 2026
29.2 C
Odisha

    ଶାରୀରିକ ସଂକେତ ହୋଇପାରେ ମାନସିକ ଚାପର କାରଣ

    ଆଗକୁ ପଢନ୍ତୁ

    ଆମେ ସମସ୍ତେ ପ୍ରାୟ କିଛିନା କିଛି ଚିନ୍ତା ଓ ମାନସିକ ଚାପରେ ପ୍ରଭାବିତ ହୋଇଥାଉ l କିନ୍ତୁ ଅନେକ ସମୟରେ ଏହାକୁ ଅଣଦେଖା କରିଦେଇ ଥାଉ l ଏବଂ ଏହାକୁ ଆମେ ଶାରୀରିକ ଥକାପଣ ବୋଲି ଭାବି ନେଇଥାଉ l ଅନେକ ସମୟରେ କିଛିଟା ଶାରୀରିକ ସଂକେତ ମଧ୍ୟ ହୋଇଥାଏ ମାନସିକ ଚାପର କାରଣ ଯାହାକୁ ନିହାତି ଜାଣି ରଖିବା ଜରୁରୀ l

    ଯଦି ଜଣେ ବ୍ୟକ୍ତି ଲଗାତାର ଥକାପଣର ଶିକାର ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ l ଏହା ମାନସିକ ଚାପର ଗୋଟିଏ ବଡ଼ ସଂକେତ ଅଟେ l

    ଯେତେବେଳେ ମଣିଷ ମାନସିକ ଚାପରେ ପ୍ରଭାବିତ ହୋଇଥାଏ ସେତେବେଳେ ଏକାଗ୍ରତା ବାରମ୍ବାର ଭଙ୍ଗ ହୋଇଥାଏ ଏବଂ ଅନେକ କଥା ଆମେ ଭୁଲି ଯାଇଥାଉ l

    ମାନସିକ ଚାପ ବ୍ୟକ୍ତିକୁ ନକାରାତ୍ମକ ଭାବନା ଆଡକୁ ଟାଣି ନେଇଥାଏ, ଯାହାକି ବ୍ୟକ୍ତିର ବିନାଶର କାରଣ ହୋଇଥାଏ l

    ଯେଉଁ କାମକୁ ନେଇ ଖୁସି ରହିଥାଉ ସେହିସବୁ କଥାକୁ ନେଇ ଧୀରେ ଧୀରେ ଦୁଖୀ ହେବାକୁ ଲାଗୁ ଏହା ମାନସିକ ଚାପର କାରଣ ଅଟେ l

    ଖୁବ ଛୋଟ ଛୋଟ କଥାରେ ଆମକୁ ଚିଡି ଲାଗିଥାଏ, ଏବଂ କାହା ସହିତ କଥା ହେବାକୁ ମଧ୍ୟ ଇଚ୍ଛା ହୋଇ ନଥାଏ l

    ମାନସିକ ଚାପ ବୃଦ୍ଧି ପାଇଲେ ନିଦ୍ରା ହୀନତାର ସମସ୍ୟା ହୋଇଥାଏ, ଯାହାକୁ ଆମେ ଅଣଦେଖା କରିଥାଉ l

    ମାନସିକ ଚାପ ମାନସିକ ଥକାପଣ ସହିତ ଶାରୀରିକ ସଂକେତ ମଧ୍ୟ ଦେଖା ଯାଇଥାଏ l

    ମଣିଷ ନିଜକୁ ନେଇ ଅସନ୍ତୁଷ୍ଟ ଯଦି ରହୁଛି ତେବେ ଏହା ମାନସିକ ଚାପର କାରଣ ଅଟେ l

    ମଣିଷ ଯେତେବେଳେ ଅନ୍ୟ ସହିତ କଥାହେବା ଓ ମିଶିବାକୁ ଇଛା କରିନଥାଏ ସେତେବେଳେ ତାହା ମାନସିକ ଚାପର ଲକ୍ଷଣ l

    ନିଜ ମଧ୍ୟରେ ନିଜକୁ ସୀମିତ ରଖିବା ସହିତ ନିଜକୁ ନେଇ ବ୍ୟକ୍ତି ଅସନ୍ତୁଷ୍ଟ ଲାଭ କରିଥାଏ l

    ମାନସିକ ଚାପରୁ ଦୂରରେ ରହିବା ପାଇଁ କଣ କରିବା ଜରୁରୀ –
    ନିଜ କାମରୁ ବ୍ରେକ ନିଅନ୍ତୁ।
    ଭଲରେ ଶୋଇବାକୁ ଚେଷ୍ଟା କରନ୍ତୁ।
    ଠିକ ଭାବରେ ଖାଇବା ପିଇବା କରନ୍ତୁ।
    ନିୟମିତ ବ୍ୟାୟାମ କରନ୍ତୁ।
    ଗଛ ଲଗାନ୍ତୁ, ସଂଗୀତ ଶୁଣନ୍ତୁ, ଏବଂ ଡାନ୍ସ ମଧ୍ୟ କରନ୍ତୁ।
    ଆଉ ନିଜକୁ କୁହନ୍ତୁ ସବୁକିଛି ଠିକ ହୋଇଯିବ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ