Tuesday, April 7, 2026
26.1 C
Odisha

    ଶାଶୁମାନଙ୍କର ଏହିସବୁ ପ୍ରକୃତି ଆଣିଥାଏ ଶାଶୁ-ବୋହୁ ସମ୍ପର୍କ ରେ ଫାଟ

    ଆଗକୁ ପଢନ୍ତୁ

    ଭାରତୀୟ ପରିବାରରେ ଶାଶୁ-ବୋହୂର ସମ୍ବନ୍ଧକୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ, ଏହାକୁ ନେଇ ଅନେକ ଥର ମଧ୍ୟ କୁହାଯାଇଥାଏ ଯେ କାହିଁକି ବୋହୂମାନେ ସବୁବେଳେ ଖରାପ ଅଭ୍ୟାସକୁ ଗ୍ରହଣ କରୁଛନ୍ତି , କିନ୍ତୁ କଣ ରହିଛି ଏହା ପଛର ପ୍ରକୃତ କାରଣ ? ଯେତେବେଳେ ଗୋଟିଏ ନୂଆ ବୋହୂଟିଏ ଘରକୁ ଆସିଥାଏ ସେ ଅନେକ ମାତ୍ରାରେ ଆଡ଼ଜଷ୍ଟ କରିଥାଏ। କିନ୍ତୁ ଏହି ସମୟ ରେ ଶାଶୂଙ୍କର କିଛିଟା ଅଭ୍ୟାସ ଶାଶୁ ବୋହୁଙ୍କ ସମ୍ବନ୍ଧରେ ଫାଟ ସୃଷ୍ଟି କରିଥାଏ।

    ଶାଶୁଙ୍କର ପ୍ରତ୍ୟେକ କାର୍ଯ୍ୟରେ ରୋକ ଟୋକ ଗୋଟିଏ ବୋହୁ ପାଇଁ ସବୁଠୁ ବଡ଼ ଅସୁବିଧାର କାରଣ ହୋଇଥାଏ। ଯେପରିକି କୌଣସି କାର୍ଯ୍ୟ ବୋହୂଟି କରିବା ପୂର୍ବରୁ ହଜାରେ ନିୟମ ତାକୁ ବତେଇବା, ସ୍ୱାମୀ ସହିତ ବସିବା ଉଠିବା ରେ ରୋକଟୋକ କରିବା, ନିଜ ବାପ ଘର ସହିତ ଅଧିକ ନମିଶିବା ପାଇଁ ବାରମ୍ବାର ଚେତାଇବା ଇତ୍ୟାଦି। ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଉତେଜନା ପୁର୍ଣ ସମ୍ବନ୍ଧ ରହିଥାଏ।ବୋହୁ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ନକରି ନିଜ ଝିଅ ସହିତ କିମ୍ବା ଅନ୍ୟ ବୋହୁଙ୍କ ସହିତ ତୁଳନା କରିବା, କିଛିନା କିଛି ବାହାନା କରି କାମକୁ ଖୁଣି ଭୁଲ ବାହାର କରିବା। ଯେଉଁ କାରଣରୁ ବୋହୁ ଟି ଦୁଖୀ ହୋଇଯାଏ।

    ବୋହୂର ଛୋଟ ଛୋଟ କଥାରେ ମୁହଁ ଫୁଲାଇ ତାକୁ ନେଇ ସମାଲୋଚନା କରି ପୁଅ-ବୋହୁଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ମଧ୍ୟ କିଛିଟା ଶାଶୂଙ୍କର ଖରାପ ଗୁଣ ଅଟେ। ଯାହାଦ୍ୱାରା ଘରର ବାତାବରଣ କଳୁଷିତ ହୋଇଥାଏ। ଆମ ସମସ୍ତଙ୍କ ମଧ୍ୟରେ କିଛିନା କିଛି ଖରାପ ଗୁଣ ରହିଛି କିନ୍ତୁ ଆମେ ଯଦି ଗୋଟିଏ ପରଫେକ୍ଟ ବୋହୁ ଖୋଜିବା ତାହା କେତେଦୂର ଠିକ ଅଟେ। ଯଦି ଆମେ ବୋହୂକୁ ଗୋଟିଏ ପରିବାର ସଦସ୍ୟ ବୋଲି ଭାବୁଚୁ ତେବେ ତାକୁ ସେହିଭଳି ସମ୍ମାନ ମଧ୍ୟ ଦେବା ଜରୁରୀ ଏବଂ ଘରର ସମସ୍ତ କଥାରେ ତାକୁ ସାମିଲ କରାଇବା ଜରୁରୀ।

    ଶାଶୁ ନିଜେ ଗୋଟିଏ ନାରୀ ହୋଇ ଯେଉଁ ସ୍ନେହ , ସମ୍ମାନ, ଏବଂ ମନୋଭାବ ଆଶା ରଖନ୍ତି ସେହିଭଳି ମନୋଭାବ ବୋହୁ ପ୍ରତି ମଧ୍ୟ ରଖିବା ଜରୁରୀ, ତେବେ ଯାଇ ସମ୍ପର୍କ ସୁନ୍ଦର ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ