Friday, May 15, 2026
27.3 C
Odisha

    ଶାଶୂ ବୋହୂଙ୍କ ଠାରୁ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

    ଆଗକୁ ପଢନ୍ତୁ

    ଜଳେଶ୍ବର: ଅଳଙ୍କାର ସଫେଇ ବାହାନାରେ ୨ ଲକ୍ଷ ଟଙ୍କାର ଗହଣା ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ପଥରପୁରା ଗାଁରେ ଶାଶୂ ବୋହୂଙ୍କ ଠାରୁ ଅଳଙ୍କାର ଲୁଟି ନେଇ ଥାନାରେ ମାମଲା ହୋଇଛି । ଜଳେଶ୍ବର ଥାନା ପୋଲିସ ସିସିଟିଭି ଫୁଟେଜ ଆଧାର ତଦନ୍ତ ଜାରି ରଖିଛି । ଅଭିଯୋଗ ଅନୁଯାୟୀ ପଥରପୁରା ଗାଁର ବୋହୂ ସସ୍ମିତା ବେହେରା ଓ ଶାଶୂ କବିତା ବେହେରା ଘରେ ଥିବା ବେଳେ ୨ ଜଣ ଅଜଣା ଯୁବକ ବାଇକ୍ ଯୋଗେ ଗହଣା ସଫା ବାହାନାରେ ଆସିଥିଲେ ।

    ବୋହୂ ସସ୍ମିତା ଯୁବକଙ୍କ କଥାକୁ ବିଶ୍ଵାସ କରି ଗୋଟିଏ ସୁନା ହାର, ଦୁଇଟି ସୁନା କାନଫୁଲ ଓ ଗୋଟିଏ ସୁନା ମୁଦି ସଫା କରିବା ପାଇଁ ଦେଇଥିଲେ । ଯୁବକମାନେ ଅଳଙ୍କାର ଗୁଡ଼ିକୁ ସଫା କରିବା ବାହାନାରେ ଏକ ପାଉଡର ମିଶ୍ରିତ ପ୍ୟାକେଟ ବାହାର କରିଥିଲେ । କିଛି ସମୟ ପରେ ପ୍ଯାକେଟ ଖୋଲିବା ପାଇଁ କହି ଚଞ୍ଚକତାର ସହ ଗହଣା ଗୁଡିକ ନେଇ ଚମ୍ପଟ ମାରିଥିଲେ । ତେବେ ପ୍ୟାକେଟ ଖୋଲିବା ପରେ ଗହଣା ନଥିବା ଦେଖି ଶାଶୂ ବୋହୂ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଲୁଟ୍ ଅଳଙ୍କାରର ମୂଲ୍ୟ ଆନୁମାନିକ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.3 ° C
    27.3 °
    27.3 °
    70 %
    1.8kmh
    34 %
    Fri
    43 °
    Sat
    42 °
    Sun
    43 °
    Mon
    46 °
    Tue
    47 °

    ସମ୍ବନ୍ଧିତ