Tuesday, March 17, 2026
36.4 C
Odisha

    ଶିବ ରାତ୍ରିରେ ଶେଷ ମହାସ୍ନାନ: ଆଜି ସରିବ ଆସ୍ଥାର ମହାକୁମ୍ଭ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ : ପ୍ରୟାଗରାଜରେ ଦୀର୍ଘ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭର ଆଜି ସମାପନ ଦିବସ। ଇତିମଧ୍ୟରେ ସୋମବାର ସନ୍ଧ୍ୟା ସୁଦ୍ଧା ୬୩ କୋଟି ୩୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଛନ୍ତି। ଆଜି ମହାଶିବରାତ୍ରୀ ଶେଷ ସାହୀ ସ୍ନାନ ଥିବାରୁ ପାଖାପାଖି ୧ରୁ ୧.୫ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବା ସମ୍ଭାବନା ରହିଛି। ରେକର୍ଡ ଶ୍ରଦ୍ଧାଳୁଙ୍କ ପବିତ୍ର ବୁଡ଼ ପାଇଁ ସବୁ ଦୃଷ୍ଟିରୁ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି। ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ବାସ ଓ ଭକ୍ତିର ଦିବ୍ୟ ଅନୁଭୂତି ଦେବା ପାଇଁ ସୁରକ୍ଷା ଓ ସହଜ ସ୍ନାନ ଲାଗି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଅଭୂତପୂର୍ବ ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ସଶସ୍ତ୍ର ବଳ, ଅର୍ଦ୍ଧସାମରିକ ବାହିନୀ, ରାପିଡ୍‌ ଆକ୍ସନ୍‍ ଫୋର୍ସଠାରୁ ଆରମ୍ଭ କରି ରାଜ୍ୟ ପୁଲିସ ବିଭାଗ ବହୁମୁଖୀ ସୁରକ୍ଷା ଲାଗି ମୁତୟନ ହୋଇଛନ୍ତି। ସୋମବାର ଅପରାହ୍ଣ ୪ଟାରୁ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ପ୍ରୟାଗରାଜ ସହରୀ କ୍ଷେତ୍ର ଓ କୁମ୍ଭମେଳା ଅଞ୍ଚଳକୁ ଯାନବାହନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି।କେବଳ ଜରୁରୀକାଳୀନ ସେବା ଓ ସରକାରୀ କାର୍ଯ୍ୟ ତଦାରଖକାରୀ ଗାଡିକୁ କଟକଣାମୁକ୍ତ କରାଯାଇଛି। ଏହି ନିୟମକୁ ପାଳନ କରିବା ଲାଗି ଜନତାଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ବିଶେଷକରି ଗଙ୍ଗା-ଯମୁନା ଓ ପୌରାଣିକ ସରସ୍ବତୀ ନଦୀର ମିଳନ ସ୍ଥଳ ସଙ୍ଗମ ଘାଟରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଏଠାରେ ୩ଟି ଡ୍ରୋନ୍‌ ୨୪ ଘଣ୍ଟା ଉଡୁଛି। ଏଥିସହ ଶହ ଶହ ଉଚ୍ଚ କ୍ଷମତା ସଂପନ୍ନ କ୍ୟାମେରା ଲଗାଯାଇ ସମନ୍ବିତ ନିୟନ୍ତ୍ରଣ ଓ ନିର୍ଦେଶ କକ୍ଷ ଜରିଆରେ ଭିଡ଼ ଉପରେ ନଜର ରଖାଯାଉଛି। ବିଭିନ୍ନ ବାଟ ଦେଇ ସହରକୁ ଗତ ୨୪ ତାରିଖରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରବେଶ କରୁଥିବାରୁ ବିଭିନ୍ନ ଘାଟରେ ସୁବିଧାରେ ସ୍ନାନ କରିବା ଲାଗି ସୁବନ୍ଦୋବସ୍ତ କରାଯାଇଛି। ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜିବ, ସେଥିଲାଗି ପୂରା ପ୍ରଶାସନ ଜାଗତିଆର ରହିଛି। ବିଶେଷକରି ସଙ୍ଗମ ଘାଟରେ ଅଧିକ ଭିଡ଼ ନ କରି ଶ୍ରଦ୍ଧାଳୁ ନିଜ ନିଜର ନିକଟସ୍ଥ ଘାଟରେ ଶୀଘ୍ର ବୁଡ଼ ପକାଇ ଦେବଦେବୀ ଦର୍ଶନ କରିବା ଲାଗି ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।ମୋଟ ୩୦ଟି ଘାଟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଉଛନ୍ତି। ଭିଡ଼ ନିୟନ୍ତ୍ରଣ ଲାଗି ଅସ୍ଥାୟୀ ଭାବେ ନିର୍ମିତ ୩୦ଟି ପିପା ପୋଲକୁ ଉପଯୋଗ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    19 %
    3.8kmh
    86 %
    Tue
    35 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ