Wednesday, May 8, 2024
26.8 C
Odisha

    ଶିମିଳିପାଳରୁ ୧୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଅଫିମ ଗଛ ନଷ୍ଟ

    ଆଗକୁ ପଢନ୍ତୁ

    ଶୁକ୍ରବାର ପୁଣି ଶିମିଳିପାଳ ଅଭ୍ୟାରଣ୍ୟରେ ବେଆଇନ ଭାବେ ଚାଷ ହୋଇଥିବା ୧୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଅଫିମ ଗଛକୁ ଅବକାରୀ ବିଭାଗ ନଷ୍ଟ କରିଛି । ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଶିମିଳିପାଳର ସାରୁଦା ଗ୍ରାମର କୋର ଅଞ୍ଚଳରେ ଚଢ଼ଉ କରିଥିଲେ। ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ସୌମ୍ୟ ରଞ୍ଜନ ବେହେରା, ବାରିପଦା ଉପ-ଅଧିକ୍ଷକ ତପସ୍ୱୀନୀ ନାଏକ, ମୋବାଇଲ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, କରଞ୍ଜିଆ ରେଞ୍ଜ ଅଧିକାରୀ ଭକ୍ତ ବତ୍ସଳ ବର୍ମା, ରାଇରଙ୍ଗପୁର ରେଞ୍ଜ ଇନ୍ସପେକ୍ଟର ବିନୟ ତିର୍କୀ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମିଶି ମୋଟ ୮୭ ଜଣ କର୍ମଚାରୀ ଚଢାଉ କରିଥିଲେ। ମିଳିତ ଉଦ୍ୟମରେ କରଞ୍ଜିଆ ଅତିରିକ୍ତ-ତହସିଲଦାର ନିତ୍ୟାନନ୍ଦ ସେଠୀ ଙ୍କ ଉପସ୍ଥିତିରେ ପ୍ରାୟ ୧୫ ଏକର ଜମିରେ ୫ ଲକ୍ଷ ୨୫ହଜାରରୁ ଉର୍ଦ୍ଧ୍ବ ଅଫିମ(ପପି) ଗଛକୁ ନଷ୍ଟ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦କୋଟି ୫୦ ଲକ୍ଷ ହେବ ବୋଲି ମୟୂରଭଞ୍ଜ ଅବକରୀ ଅଧୀକ୍ଷକ ପ୍ରଶାନ୍ତ କହଁର ସୂଚନା ଦେଇଛନ୍ତି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି । ଏହାପୂର୍ବରୁ ମାର୍ଚ୍ଚ ୧୦ତାରିଖରେ ଅବକାରୀ ବିଭାଗ ୧୧ଏକର ଜମିରେ ୭କୋଟି ୭୦ଲକ୍ଷ ଟଙ୍କାର ୩ଲକ୍ଷ ୮୫ହଜାର ଅଫିମ ଗଛ ନଷ୍ଟ କରିଥିଲେ । ସେହିପରି ପୁଲିସ ବିଭାଗର ୩ଟି ମିଳିତ ଚଢାଉରେ ୧୩କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୬ଲକ୍ଷ ୯୫ହଜାର ଅଫିମ ଗଛ ନଷ୍ଟ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    67 %
    3.2kmh
    0 %
    Wed
    27 °
    Thu
    38 °
    Fri
    39 °
    Sat
    40 °
    Sun
    41 °

    ସମ୍ବନ୍ଧିତ