Friday, October 2, 2026
25.2 C
Odisha

    କିଟ୍‌ ଛକ ସ୍ଥିତ ଏକ କର୍ପୋରେଟ୍‌ ବିଲ୍ଡିଂରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱରର କିଟ୍‌ ଛକ ସ୍ଥିତ ଏକ କର୍ପୋରେଟ୍‌ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ଏହି କୋଠାର ୪ର୍ଥ ମହଲାରେ ନିଆଁ ଲାଗିଛି। ଅପରାହ୍ନ ପ୍ରାୟ ୪ଟା ବେଳେ ନିଆଁ ଲାଗିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ଏହାକୁ କାବୁ କରାଯାଇପାରି ନାହିଁ। ଆଖପାଖ ଅଞ୍ଚଳର ପ୍ରାୟ ସବୁ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ପ୍ରାୟ ୨୦ଟି ଗାଡ଼ିରୁ ପାଣି ପକାଯାଇଥିଲେ ସୁଦ୍ଧା ନିଆଁ ଆୟତ୍ତ ହୋଇପାରିନାହିଁ। ଖବର ଲେଖାଯିବା ବେଳକୁ ଉକ୍ତ ବିଲ୍ଡିଂର ଚତୁର୍ଥ ମହଲାରେ ହୁତୁ ହୁତୁ ହୋଇ ନିଆଁ ଜଳୁଥିଲା।

    ନିଆଁ ଲିଭାଇବା ପାଇଁ ସ୍କାଏ ଲିଫ୍‌ଟର ବ୍ୟବହାର କରାଯାଇଛି। କାରଣ କୋଠାରେ ଚତୁର୍ଥ ମହଲାରେ ଅଗ୍ନିଶମ ବାହିନୀ ପହଞ୍ଚି ପାରି ନାହିଁ। ସ୍କାଏ ଲିଫ୍‌ଟ ସାହାଯ୍ୟରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅତି ନିକଟରୁ ନିଆଁ ଉପରେ ପାଣି ପକାଇ ଏହାକୁ ଲିଭାଇବା ପାଇଁ ପ୍ରୟାସ କରୁଛନ୍ତି।

    ଏହି ବିଲ୍ଡିଂରେ ପୁମାର ଶୋ’ରୁମ୍, ଏକ ପତଞ୍ଜଳି ଷ୍ଟୋର ସହିତ ଦୁଇଟି ଘରୋଇ ବ୍ୟାଙ୍କର ଅଫିସ ରହିଛି। ଯେଉଁ ମହଲାରେ ନିଆଁ ଲାଗିଛି, ସେଠାରେ ପୁମା ଓ ପତଞ୍ଜଳିର ଗୋଦାମ ଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ