Sunday, March 22, 2026
20.3 C
Odisha

    ଶିରିଡି ସାଇ ମନ୍ଦିର ଦର୍ଶନ କରି ୫କୋଟି ଟଙ୍କା ଦାନ କଲେ ଅନନ୍ତ ଅମ୍ବାନି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   : ଅମ୍ବାନୀ ପରିବାରର ପ୍ରାୟ ସମସ୍ତେ ଈଶ୍ବର ବିଶ୍ବାସୀ ଅଟନ୍ତି। ହିନ୍ଦୁ ଧର୍ମର ସବୁ ପୂଜାପର୍ବକୁ ସେମାନେ ଖୁବ ଧୁମଧାମରେ ପାଳନ କରିଥାଆନ୍ତି। ତେବେ ସାଇବାବାଙ୍କ ଉପରେ ଗଭୀର ଆସ୍ଥା ରଖୁଥିବା ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ସୋମବାର ଦିନ ଶିରିଡି ଯାଇ ସାଇବାବାଙ୍କୁ ଦର୍ଶନ କରିଥିବା ଜଣାଯାଇଛି। ଅନନ୍ତ, ସାଇବାବାଙ୍କ ଦରବାରରେ ପହଞ୍ଚି ତାଙ୍କୁ ମୁଣ୍ତିଆ ମାରିବା ସହ ପୂଜା କରିଥିଲେ ଏବଂ ଆଳତୀରେ ଅଂଶଗ୍ରହଣ କରିଥିଲେ ବୋଲି ଜଣାପଡ଼ିଛି। ଶିରିଡିରେ ଅନନ୍ତ ପହଞ୍ଚିବା ପରେ ସାଇ ବାବା ସଂସ୍ଥାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋରକ୍ଷ ଗାଡିଲକର ତାଙ୍କୁ ସ୍ୱାଗତ କରିଥିଲେ। ପ୍ରଥମେ ସେ ପୂଜାର୍ଚ୍ଚନା କରି  ଆଳତୀ କରିଥିଲେ। ଧୂପ ଆଳତୀ ପରେ ସେ ସାଇ ବାବାଙ୍କ ସମାଧିରେ ନୀଳ ରଙ୍ଗର ଚାଦର ଚଢାଇଥିଲେ। ଏସବୁ କାମ ସାରି ଅନନ୍ତ ଅମ୍ବାନୀ ରିଲାଏନ୍ସ ବିଜ୍‌ନେସ୍ ଗ୍ରୁପ ପକ୍ଷରୁ ସାଇ ଦରବାରକୁ ୫ କୋଟିର ଦାନ ଦେଇଥିଲେ । ସେ ଏହି ରାଶିକୁ ଏକ ଚେକ ମାଧ୍ୟମରେ ଗାଡିଲକରଙ୍କୁ ପ୍ରଦାନ କରିଥିଲେ । ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବହୁତ ଈଶ୍ବର ବିଶ୍ବାସୀ। ଅନେକ ସମୟରେ ସେ ବିଭିନ୍ନ ଧାର୍ମିକ ସ୍ଥଳଗୁଡ଼ିକୁ ଯାଉଥିବା ଦେଖାଯାଏ। ଚଳିତ ବର୍ଷ ଏପ୍ରିଲରେ ଅନନ୍ତ ଅମ୍ବାନୀ ଜାମନଗରରୁ ଦ୍ବାରକାକୁ ପଦଯାତ୍ରା କରିଥିଲେ। ସେ ପ୍ରାୟ ୧୦-୧୫ କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା କରି ବାଟରେ ପଡିଥିବା ସବୁ ମନ୍ଦିରକୁ ଦର୍ଶନ କରିବା ସହ ପୂଜାପାଠ ମଧ୍ୟ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ