Thursday, March 26, 2026
26.8 C
Odisha

    ଶିଶୁଙ୍କୁ ମଧ୍ୟ ହୋଇଥାଏ ମଧୁମେହ, ଜାଣନ୍ତୁ ଏହାର ଲକ୍ଷଣ ଏବଂ ଉପଚାର

    ଆଗକୁ ପଢନ୍ତୁ

    ମଧୁମେହ ବର୍ତ୍ତମାନ ଏକ ସାଧାରଣ ରୋଗ ଭାବେ ପରିଚିତ ହୋଇଗଲାଣି । ଏହା କେବଳ ବୟସ୍କଙ୍କୁ ହୋଇଥାଏ ତାହା ନୁହଁ, ନବଜାତଠାରୁ ଆରମ୍ଭ କରି ଯବକଙ୍କ ପର୍ୟ୍ୟନ୍ତ ଏହା ସମସ୍ତଙ୍କ ନିକଟରେ ଦେଖାଯାଇଥାଏ । ଶରୀରରେ ବିଟା କୋଷିକା ଶେଷ ହେବା ପରେ ଇନ୍ସୁଲିନ୍ ପ୍ରସ୍ତୁତ ହେବା ବନ୍ଦ ହୋଇଯାଇଥାଏ, ଯାହା ଫଳରେ ଶରୀରରେ ଶର୍କରା ମାତ୍ରା ବଢ଼ିଥାଏ । ମଧୁମେହକୁ ସଠିକ୍ ସମୟରେ ଚିହ୍ନଟ କରି ଏହାର ଉପଚାର କରିବା ଦ୍ୱାରା ଶିଶୁଙ୍କୁ ମଧୁମେହରୁ ରକ୍ଷା କରାଯାଇପାରିବ । ଏଣୁ ଆସନ୍ତୁ ଜାଣିବା ଶିଶୁ ମଧୁମେହର ଲକ୍ଷଣ ଏବଂ ଏହାର ଉପଚାର ।

    ଲକ୍ଷଣ :

    -ବାରମ୍ବାର ଶୋଷ ଲାଗିବା ସହ ବାରମ୍ବାର ପରିସ୍ରା ଲାଗିବା ।

    – ଶିଶୁଙ୍କୁ ଖାଦ୍ୟ ଗ୍ରହଣର ତୁରନ୍ତ ପରେ ଆହୁରି ଭୋକ ଲାଗିବା ।

    -ଯେତେ ପରିମାଣର ଖାଦ୍ୟ ଗ୍ରହଣ କଲେ ମଧ୍ୟ ଓଜନରେ କୌଣସି ପ୍ରକାରର ବୃଦ୍ଧି ନ ଘଟିବା ।

    -ଶରୀରରେ ଇନସୁଲିନର ମାତ୍ରା କମ୍ ରହିବ ଯୋଗୁଁ ଥକାପଣ ଅନୁଭବ ହେବା।

    -ଶିଶୁଙ୍କ ସଂକ୍ରମଣ ହେବା ବା ଡ଼ାଏପର ପିନ୍ଧିଲେ ଖଣ୍ଡିଆ ହୋଇ ଶୀଘ୍ର ନଶୁଖିବା ।

    କିପରି କରିବେ ଉପଚାର :

    -ପୋଷକଯୁକ୍ତ ଖାଦ୍ୟ ସହ ସଠିକ୍ ସମୟରେ ଖାଦ୍ୟ ଗ୍ରହଣ କରାନ୍ତୁ।

    -ଶରୀରରେ ଇନ୍ସୁଲିନ୍ ମାତ୍ରା ଠିକ୍ ରହିଛି କି ନାହିଁ ସମୟ ବ୍ୟବଧାନରେ ପରୀକ୍ଷା କରିବା ।

    -ଶିଶୁଙ୍କୁ ନିୟମିତ ବ୍ୟୟାମ ଅଭ୍ୟାସ କରାଇବା । ମଧୁମେହରୁ ବଞ୍ଚିବା ପାଇଁ କଲରା ଏବଂ ପିତା ଜାତୀୟ ଖାଦ୍ୟ ଦେବା ସହ ସମାନ ସମୟ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ