Friday, October 18, 2024
29.5 C
Odisha

    ଶିଶୁ ଆଖିରେ ପଟି ଓ ହାତ ବାନ୍ଧି କୂଅରେ ପକାଇଲା ସାବତ ମାଆ

    ଆଗକୁ ପଢନ୍ତୁ

    ରାଉରକେଲା: ଈର୍ଷା ପରାୟଣ ହୋଇ ଜଣେ ସାବତ ମାଆ ୪ ବର୍ଷର ଶିଶୁ ପୁତ୍ରକୁ ଅତ୍ୟନ୍ତ ନୃଶଂସ ଭାବେ ହତ୍‌ଯା କରିଥିବା ଜଳଦା ଅଞ୍ଚଳରେ ଚାଞ୍ଚଲ୍‌ଯ ସୃଷ୍ଟି କରିଛି । ଶିଶୁର ଆଖିରେ ପଟି ଲଗାଇ ହାତ ବାନ୍ଧି କୂଅରେ ପକାଇ ଦେବା ଭଳି ଅମାନବୀୟ ଘଟଣାରେ ହତ୍‌ଯାକାରୀ ରାକ୍ଷସୀ ମାଆକୁ ରଘୁନାଥପାଲୀ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
    ସୂଚନା ମୁତାବକ ରଘୁନାଥପାଲି ଥାନା ଅନ୍ତର୍ଗତ ଜଲଦା ସି ବ୍ଲକ୍ ଠାରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ପୁଲିସ ସାବତ ମାଆ ନାଉରି ଗୁଡ଼ିଆ (୨୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଇନ୍ସପେକ୍ଟର ରାଜେନ୍ଦ୍ର ସ୍ୱାଇଁଙ୍କ ସୂଚନା ମୁତାବକ ଉକ୍ତ ଅଞ୍ଚଳରେ ବାସ କରୁଥିବା ଫ୍ରାନ୍ସିସ ଗୁଡିଆଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ନାଉରି ଗୁଡିଆଙ୍କୁ ଦ୍‌?ିତୀୟ ବିବାହ କରିଥିଲେ । ତେବେ ପ୍ରଥମ ପତ୍ନୀଙ୍କର ଏକ ୪ ବର୍ଷର ଶିଶୁ ପୁତ୍ର ଥିଲା । ପ୍ରଥମେ ପ୍ରଥମେ ସଂସାର ସବୁ ଠିକ୍ ଠାକ୍ ଚାଲିଥିଲା । ହେଲେ ବାପା ଫ୍ରାନ୍ସିସ ପୂର୍ବ ସ୍ତ୍ରୀଙ୍କ ପୁଅକୁ ଅଧିକ ସ୍ନେହ କରୁଥିଲେ । ଏହାକୁ ନେଇ ସାବତ ମାଆ ମନରେ ଈର୍ଷା ଭରି ଉଠିଥିଲା । ଗତ ୧୧ ତାରିଖରେ ଶିଶୁର ଆଖିରେ ପଟି ବାନ୍ଧି ଓ ହାତରେ ରଶି ବାନ୍ଧି ନିକଟସ୍ଥ କୂଅ ଭିତରେ ସାବତ ମାଆ ଫିଙ୍ଗି ଦେଇଥିଲା । ପରେ ଶିଶୁ ପୁତ୍ର କେଉଁଆଡ଼େ ନିଖୋଜ ହୋଇଯାଇ ଥିବା ମିଛ କାହାଣୀ ରଚିଥିଲେ । ଏନେଇ ୧୨ ତାରିଖରେ ଫ୍ରାନସିସ୍ ଥାନାରେ ନିଖୋଜ ରିପୋର୍ଟ ଦେବା ପରେ ମାମଲା ରୁଜୁ ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରି ୧୩ ତାରିଖରେ ଶିଶୁ ପୁତ୍ରର ଶବକୁ କୂଅ ଭିତରୁ ଉଦ୍ଧାର କରିଥିଲା । ଅଧିକ ପଚରା ଉଚରା ପରେ ସାବତ ମାଆ ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲେ । ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତ ନାଉରିଙ୍କ ଏକ ମାସର ଏକ ଶିଶୁ ମଧ୍ୟ ରହିଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ