Tuesday, March 31, 2026
26.8 C
Odisha

    ଶୀତଋତୁରେ ରୋମାନ୍ସ କରିବାର ହିଟ ଆଣ୍ଡ ଫିଟ୍‌ ଫର୍ମୁଲା

    ଆଗକୁ ପଢନ୍ତୁ

    ପ୍ରେମକୁ ମଜବୁତ ଏବଂ ଲଙ୍ଗ ଲାଷ୍ଟିଙ୍ଗ୍‌ କରିବାକୁ ଚାହୁଁଥିବା ପ୍ରେମୀ ଯୋଡି ଏହି ସହଜ ଟିପ୍ସକୁ ନିହାତି ଜାଣିବା ଦରକାର। ନିଜ ସାଥିଙ୍କ ସହିତ ବ୍ଲାଙ୍କେଟରେ ସାରା ରାତି ରହିବା ଦ୍ୱାରା ପ୍ରେମ ଏବଂ ଉତ୍ସାହ ଭରି ରହିଥାଏ। ହେଲଦି ସିଜନ କୁହାଯାଉଥିବା ଶୀତ ଋତୁରେ ଆପଣଙ୍କ ପ୍ରେମକୁ ମଧ୍ୟ ହେଲଦି କରନ୍ତୁ। ଥଣ୍ଡା ଥଣ୍ଡା ପାଗରେ ନିଜ ପ୍ରେମକୁ ସୁନ୍ଦର ଏବଂ ସ୍ମରଣୀୟ କରିବା ପାଇଁ କିଛି ହଟ୍‌ ଟିପ୍ସ ଆପଣାନ୍ତୁ।

    ରୁମରେ କ୍ୟାଣ୍ଡେଲ୍‌ ଜଳାଇ ତା ପାଖରେ କିମ୍ବା ତା ସମ୍ମୁଖରେ ନିଜ ସାଥୀଙ୍କୁ ଜାବୁଡି ଧରନ୍ତୁ। ଥଣ୍ଡାରେ ରୋମାନ୍ସ କରିବା ପାଇଁ ଏହାଠାରୁ ଭଲ ବିକଳ୍ପ ଆଉ କିଛି ହୋଇପାରେନା।

    ବାଥ୍‌ ଟବରେ ଉଷୁମ ପାଣିରେ ଏକାସାଥିରେ ସ୍ନାନ କରନ୍ତୁ। ଏହା ଆପଣଙ୍କ ଏକ୍ସାଇଟମେଣ୍ଟକୁ ଦ୍ବିଗୁଣିତ କରିବ। ଜର ମନପସନ୍ଦର ରୋମାଣ୍ଟିକ ସଙ୍ଗରେ ସ୍ଲୋ ଡ୍ୟାନ୍ସ କରନ୍ତୁ। ଏହାସହିତ ଆପଣଙ୍କ ପ୍ରେମଭରା ସ୍ପର୍ଶ, ଚୁମ୍ବନ ଏବଂ ଆଲିଙ୍ଗନ ଦ୍ୱାରା ନିଜ ସାଥିଙ୍କ ମନରେ ଉତ୍ତେଜନା ଆଣନ୍ତୁ।

    ରାତିରେ ଗୋଟିଏ ବ୍ଲାଙ୍କେଟରେ ଶୁଅନ୍ତୁ ଏବଂ ଆପଣଙ୍କ ସାଥିଙ୍କ ସହ ଦୁଷ୍ଟାମିକୁ ଆଦୌ ବି କମ୍‌ କରନ୍ତୁନାହିଁ।ଗୋଟିଏ କପରେ ଗରମାଗରମ କଫି ପିଇବାର ଆନନ୍ଦ ଉଠାନ୍ତୁ।

    ଶୋଇବା ପୂର୍ବରୁ ନିଜ ହାତକୁ ଭଲରେ ଗରମ ପାଣିରେ ସଫା କରନ୍ତୁ, ଯାହାଦ୍ୱାରା ନିଜ ପ୍ରେମଭରା ସ୍ପର୍ଶରେ ଶୀତଳତା ଜାଗି ଉଠିବ

    ଶୀତୁଆ ପାଗରେ ଋତୁକାଳୀନ ଜୁସ, ଓ୍ଵାଇନର ମଜା ନିଅନ୍ତୁ। ଏହା ଆପଣଙ୍କ ଶରୀରର ଉଷ୍ମତାକୁ ବଜାୟ ରଖିଥାଏ। ଫଳରେ ଆପଣଙ୍କ ବେଡରୁମର ମୂହୁର୍ତ୍ତକୁ ଅଧିକ ସମୟ ପଯ୍ୟର୍ନ୍ତ ଉପଭୋଗ କରିହେବ।

    ସବୁ ଋତୁରେ ପ୍ରେମର ଏକ ଅଲଗା ପ୍ରକାର ଅନୁଭବ ଥାଏ, କିନ୍ତୁ ବର୍ଷା ଋତୁର ରୋମାନ୍ସକୁ ଆଦର୍ଶ ଋତୁର ରୋମାନ୍ସ ବୋଲି କୁହାଯାଏ। କିନ୍ତୁ ଥଣ୍ଡା ଋତୁରେ ହାଲୁକା ହାଲୁକା ପବନରେ ନିଜ ସାଥିଙ୍କ ବାହୁରେ ହଜିଯିବାର ମଜା କିଛି ଅଲଗା ପ୍ରକାର ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ