Sunday, April 5, 2026
25.5 C
Odisha

    ଶୀତଋତୁର ସୁପର ହର୍ବାଲ ଟି : ‘ଅଶ୍ଵଗନ୍ଧା ଚା’

    ଆଗକୁ ପଢନ୍ତୁ

    ଶୀତଦିନ ଆସିଲା ମାତ୍ରକେ ଆମେ ଅନେକ ପ୍ରକାରର ଶାରୀରିକ ସମସ୍ୟାରେ ପୀଡିତ ହୋଇଥାଉ କିନ୍ତୁ ଅଶ୍ଵଗନ୍ଧାରେ ପ୍ରସ୍ତୁତ ହର୍ବଲ ଟି ଆମକୁ ଦେବ ଚମତ୍କାର ଲାଭ ଆସନ୍ତୁ ଜାଣିବା-

    ମାନସିକ ଚିନ୍ତା ଦୂରକରେ-
    ଅଶ୍ଵଗନ୍ଧାରେ ଏଡପ୍ଟୋଜେନ ରହିଥାଏ ଯାହାକି ଶରୀରକୁ ମାନସିକ ଦୁଶ୍ଚିନ୍ତାରୁ ରକ୍ଷା କରିଥାଏ। ଶୀତଋତୁରେ ସାଧାରଣ ଭାବରେ ଆମେ ମେଣ୍ଟାଲ ଡିପ୍ରେସନର ଶିକାର ହୋଇଥାଉ ଏବଂ ଅଶ୍ଵଗନ୍ଧା ଚା ଏହାକୁ କମ କରିବାରେ ସାହାଯ୍ୟ କରିଥାଏ।

    ପ୍ରତି ରୋଧକ କ୍ଷମତା ବୃଦ୍ଧି କରେ–
    ଅଶ୍ଵଗନ୍ଧା ଚା ସେବନ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ, ଯାହାକି ଶୀତଋତୁରେ ହେଉଥିବା ବିଭିନ୍ନ ସଂକ୍ରମଣ ଜନିତ ରୋଗ ନିକଟରୁ ରକ୍ଷା କରିଥାଏ। ଏଥିରେ ଥିବା ଆଣ୍ଟିଇମ୍ଫ୍ଲମେଟ୍ରି ଓ ଆଣ୍ଟି ଆକ୍ସିଡେଣ୍ଟ ରୋଗ ନିକଟରୁ ଦୁରେଇ ରଖେ।

    ଶରୀରକୁ ଉର୍ଜା ଯୋଗାଇଥାଏ-
    ଅଶ୍ଵଗନ୍ଧା ଚା ଶରୀରକୁ ଉର୍ଜା ଦେଇଥାଏ ଓ ଥକାପଣ ଦୂର କରିଥାଏ। ଶୀତଋତୁରେ ଶରୀରକୁ ସତେଜ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ଅଶ୍ଵଗନ୍ଧା ଚା।

    ଭଲ ନିଦ କରାଏ –
    ଅଶ୍ଵଗନ୍ଧା ଚା ମାନସିକ ଶାନ୍ତି ଦେଇଥାଏ ଓ ଶରୀରକୁ ଫୁର୍ତି ରଖିଥାଏ। ଏହା ନିଦର ଗୁଣବତା କୁ ସୁଧାରି ଥାଏ। ବିଶେଷ ଭାବରେ ସେହି ଲୋକଙ୍କ ପାଇଁ ଯେଉଁମାନେ ନିଦ୍ରା ହୀନତାର ଶିକାର ହେଉଛନ୍ତି।

    ପାଚନ ତନ୍ତ୍ର ପାଇଁ ହିତକର –
    ଅଶ୍ଵଗନ୍ଧା ଚା ସମସ୍ତ ପେଟ ସମସ୍ୟାକୁ ଠିକ କରିଥାଏ, ଗ୍ୟାସ, ଏସିଡ଼ିଟି, କୋଷ୍ଠ କାଠିନ୍ୟକୁ ଦୂର କରିଥାଏ। ଶୀତଋତୁରେ ହେଉଥିବା ପେଟ ସମସ୍ୟା ପାଇଁ ଏହା ଖୁବ ହିତକର ଅଟେ।

    କିପରି ପ୍ରସ୍ତୁତ କରିବେ –
    ଗୋଟିଏ ପାତ୍ରରେ ଅଶ୍ଵଗନ୍ଧା ପାଉଡର, ପାଣି, ଡ଼ାଲିଚୀନୀ , ଅଦାକୁ ଭଲରେ ଫୁଟାଇ ନିଅନ୍ତୁ ଏବଂ ପରେ ଏଥିରେ ଲେମ୍ବୁ ରସ ଓ ମହୁ ମିଶାଇ ସେବନ କରନ୍ତୁ। ଶୀତଋତୁରେ ନିୟମିତ ସେବନ କରିବା ଦ୍ଵାରା ଏହିସବୁ ଲାଭ ମିଳିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ