Tuesday, September 29, 2026
24.9 C
Odisha

    ଶୀତଋତୁ ରେ କାହିଁକି ଅଧିକ ପାଚନ ସମସ୍ୟା ଏବଂ ବ୍ରେନ ଷ୍ଟ୍ରୋକ ଦେଖାଯାଏ ? କଣ କହୁଛି ରିସର୍ଚ୍ଚ

    ଆଗକୁ ପଢନ୍ତୁ

    ଶୀତଋତୁ ଆସିବା ମାତ୍ରକେ ଥଣ୍ଡାର ପ୍ରକୋପରୁ ଆମର ଜୀବନଶୈଳୀ ସମ୍ପୂର୍ଣ ବଦଳି ଯାଇଥାଏ। ସର୍ବ ପ୍ରଥମେ ଶୀତ ପ୍ରକୋପରୁ ଆମକୁ ଅଳସୁଆ ଲାଗିଥାଏ, ଏହାଛଡା ଆମେ ଥଣ୍ଡା ଯୋଗୁ କୌଣସି କାର୍ଯ୍ୟ କରିବାକୁ ଇଛା ମଧ୍ୟ କରିନଥାଉ। ସେହିଭଳି ଥଣ୍ଡା ଦିନରେ ଆମେ ପାଣି ମଧ୍ୟ ପିଇବାକୁ ଇଚ୍ଛା କରିନଥାଉ। ଯାହାକି ଶରୀର ପାଇଁ ଅନେକ ରୋଗକୁ ଟାଣିଆଣି ଥାଏ। ସେ ଯେଉଁ ଋତୁ ହେଉନା କାହିଁକି ଶରୀରରେ ଜଳୀୟ ଅଂଶ କମକରିବା ଉଚିତ ନୁହେଁ। ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ।

    ଅଧ୍ୟୟନ ଅନୁସାରେ କମ ପାଣି ପିଇବା ଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ବିଭିନ୍ନ ରୋଗର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା କଣ କହୁଛି ଅଧ୍ୟୟନ –

    * ଗବେଷକଙ୍କ ମତରେ କମ ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ସମସ୍ୟା ଦେଖା ଯାଇଥାଏ, ଏହା ଏଥିପାଇଁ ହୋଇଥାଏ କାହିଁକି ନା କମ ପାଣି ପିଇବା ଦ୍ୱାରା ଶରୀରର ହାଇଡ୍ରେସନ ସ୍ତର ହ୍ରାସ ପାଇଥାଏ ଏବଂ ମୁଣ୍ଡ ବିନ୍ଧା ସମସ୍ୟା ଦେଖାଯାଇଥାଏ।

    * ଶୀତଋତୁରେ କିମ୍ବା ଅନ୍ୟ କୌଣସି ଋତୁରେ ପାଣି କମ ପିଇବା ଦ୍ୱାରା ଡି ହାଇଡ୍ରେସନ ହେବାର ବିପଦ ବଢି ଯାଇଥାଏ, ଯାହାର ସିଧାସଳଖ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଏପରି ସ୍ଥିତିରେ ସ୍ମରଣ ଶକ୍ତି ବା ମନେରଖିବା ଶକ୍ତି ହ୍ରାସ ପାଇଥାଏ ଏବଂ ଆମେ ଖୁବ ଶୀଘ୍ର ସବୁକଥା ଭୁଲିବାକୁ ଲାଗିଥାଉ।

    * ଚିକିତ୍ସକଙ୍କ ମତରେ ଶୀତଋତୁରେ ଅଧିକ ବ୍ରେନ ଷ୍ଟ୍ରୋକର ବିପଦ ବଢ଼ିଯାଇ ଥାଏ, ଯାହାର ଗୋଟିଏ ନୁହେଁ ଅନେକ କାରଣ ରହିଥାଏ। ଏଥିମଧ୍ୟରୁ ଗୋଟିଏ ହେଉଛି କମ ପାଣି ପିଇବା।

    * ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତଋତୁରେ ଲୋକଙ୍କୁ କମ ଶୋଷ ଲାଗିଥାଏ। ଏହି କାରଣରୁ ବଡି ଡି – ହାଇଡ୍ରେସନ ହୋଇଯାଇଥାଏ। ଏହି କାରଣରୁ ମସ୍ତିଷ୍କରେ ବ୍ଲଡ଼ କ୍ଳଟ ହେବାର ସମ୍ଭାବନା ରହିଥାଏ ଓ ଷ୍ଟ୍ରୋକ ସମସ୍ୟା ହୋଇଥାଏ।

    * ସାଧାରଣ ଭାବରେ ଲୋକେ ଭାବି ଥାଆନ୍ତି ଗରମ ଦିନ ତୁଳନାରେ ଶୀତଋତୁରେ କମ ପାଣି ପିଇବା ଜରୁରୀ, କିନ୍ତୁ ଗବେଷକଙ୍କ ମତରେ ଏହା ଭୁଲ ଅଟେ। ଗବେଷଣା କହୁଛି ଯେ ଶୀତଋତୁରେ ନିହାତି ୩ରୁ୪ ଲିଟର ପାଣି ପିଇବା ଆବଶ୍ୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ