Tuesday, September 29, 2026
29.2 C
Odisha

    କିଟ୍‍ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ପଞ୍ଚମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ପଞ୍ଚମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ। ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କହିଛନ୍ତି, ଏହି ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଓଡ଼ିଶାର ସିନେ ଜଗତ ଓ କଳାକାର ଜଗତକୁ ପ୍ରେରଣା ଯୋଗାଇବ । ଆମ ସମାଜ ଉପରେ ସିନେମାର ବିଶେଷ ପ୍ରଭାବ ରହିଛି ।

    ଏହି ମହୋତ୍ସବ ଓଡ଼ିଶା ସିନେ ଜଗତକୁ ଏକ ସମ୍ଭାବନା ଆଣି ଦେବାର ଆଶା ଓ ବିଶ୍ୱାସ ଅଛି। ବିଶିଷ୍ଟ ପ୍ରଯୋଜକ ବିପୁଲ ଅମୃତଲାଲ୍‍ ଶାହ ଅତିଥି ଭାବେ ଯୋଗଦେଇ କହିଲେ, ଆମ ଦେଶରେ ବହୁ ପ୍ରତିଭା ଲୁକ୍‍କାୟିତ ହୋଇ ରହିଛନ୍ତି । ବିଶେଷ କରି ଓଡ଼ିଶାରେ ବହୁ ପ୍ରତିଭା ରହିଥିବା ମୁଁ ଏଠାରେ ଦେଖିବାକୁ ପାଇଲି । ସେମାନେ ମୁଖ୍ୟସ୍ରୋତକୁ ଆସି ପାରିନାହାନ୍ତି । ଏହି ଲୁକକାୟିତ କଳାକାରମାନଙ୍କୁ ସିନେ ଜଗତର ମୁଖ୍ୟସ୍ରୋତକୁ ଆଣିବା ପାଇଁ ପ୍ରୟାସ କରିବେ ବୋଲି ସେ କହିଥିଲେ । ବିଶିଷ୍ଟ ନିର୍ଦ୍ଦେଶକ ଯଦୁମଣି ଦତ୍ତା କହିଥିଲେ, ଭଳ ଚଳଚ୍ଚିତ୍ର ଭଲ ଭାବନା ତିଆରି କରିଥାଏ ।
    ଭଲ ସିନେମା ତିଆରି କରିବା ଏବଂ ଏ ସମ୍ପର୍କିତ ଜ୍ଞାନ ଆହରଣ କ୍ଷେତ୍ରରେ ଏଭଳି ଚଳଚ୍ଚିତ୍ର ମହୋତ୍ସବ ଏକ ଉତ୍ତମ ମଞ୍ଚ। ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଲେ, ଦୀର୍ଘ ୫ ବର୍ଷ ଧରି କିଟ୍‍ ପକ୍ଷରୁ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି । ଏହି ଚଳଚ୍ଚିତ୍ର ମହୋତ୍ସବରେ ବିଭିନ୍ନ ଭାଷାଭାଷୀ ଚଳଚ୍ଚିତ୍ର ସମ୍ପର୍କରେ ସମସ୍ତେ ଜାଣିବାର ସୁଯୋଗ ମିଳିଥାଏ । ଆସନ୍ତା ବର୍ଷ ଏହି ଚଳଚ୍ଚିତ୍ର ମହୋତ୍ସବକୁ ଆହୁରି ବଡ଼ ଧରଣର କରାଯିବ ବୋଲି ସେ ଘୋଷଣା କରିଥିଲେ। ଏହି ମହୋତ୍ସବରେ ମୋଟ ୪୫ଟି ଅତି ଉତ୍ତମ ମାନର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

    ସେଥିମଧ୍ୟରେ ରହିଛି ୧୨ଟି ଫିଚର ଫିଲ୍ମ, ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର, ୫ଟି ପ୍ରାମାଣିକ ଚଳଚ୍ଚିତ୍ର ଓ ୧୦ଟି ଷ୍ଟୁଡେଣ୍ଟ ଫିଲ୍ମ । ଆଜି ପ୍ରଥମ ଦିନରେ ଗୁଗୁଲ୍‍ ମାଟ୍ରିମନି, ମୋ ବୋଉ ମୋ ଗାଁ, ବାହି ଟ୍ରେସିଂ ମାଇଁ ଆନସେଷ୍ଟରସ, ଅଣ୍ଡର ଦି ବେଡ୍‍, ରଚାମ୍ମା, ଶ୍ରୀକାନ୍ତ, ବାଲାଡ୍‍ ଅଫ୍‍ ଦି ମାଉଣ୍ଟେନ୍‍, ମଇଁ ନିଦ, ରୋଟି କୁଁ ବନାସୀ, ଅମର ଆଜ ମରେଗା, ଅସ୍ତୋରାଗ, ମୋନିହାରା, ଆତାତୁର, କାଇଟ୍‍ ଆଣ୍ଡ ଆଇ ଏବଂ ସାମ ବାହାଦୂର ଆଦି ୧୭ଟି ବିଭିନ୍ନ ଭାଷା ଓ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।
    ୩ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବରେ ବିଶିଷ୍ଟ ପ୍ରଯୋଜକ ଅଭିଷେକ ଅଗ୍ରୱାଲ, ମାୟଙ୍କ ସିଙ୍ଘାଣିଆ, ଅଭିଷେକ ତାରାଚାନ୍ଦ ଜୈନ, ନବଜ୍ୟୋତି ବାନ୍ଦିୱାଦେକର, ଚଳଚ୍ଚିତ୍ର ନିର୍ଦ୍ଦେଶକ ତୁଷାର ହୀରାନନ୍ଦିନୀ ଓ ସାଗର ସୁନୀଲ ପୁରଣିକ, ଅଭିନେତ୍ରୀ ରୁପାଲି ସୁଦ୍‍, ବନ୍ୟପ୍ରାଣୀ ଚଳଚ୍ଚିତ୍ର ନିର୍ମାତା ସୁବିହା ନାଲାମୁଥୁ ଓ ଲେଖକ ରାଜ ସାଣ୍ଡିଲ୍ୟଙ୍କ ଭଳି ବହୁ ନାମୀଦାମୀ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯୋଗ ଦେଇଛନ୍ତି । ୧୪ ଓ ୧୫ ତାରିଖରେ କିଟ୍‍ କ୍ୟାମ୍ପସ-୬ ଓ ୧୭ ପ୍ରେକ୍ଷାଳୟ, ତଥା ସେମିନାର ହଲ୍‍ରେ ଚଳଚ୍ଚିତ୍ର ସବୁ ପ୍ରଦର୍ଶନ ହେବ। କିଟ୍‍ ଫିଲ୍ମ, ଫେସନ ଓ ମିଡ଼ିଆ ଷ୍ଟଡିଜ୍‍ ସ୍କୁଲର ମହାନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ତତ୍ତ୍ୱାବଧାନରେ ଏହି ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ ଓଡ଼ିଶା ସିନେ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ