ଫାଟିଯାଇଥିବା ଗୋଇଠି ପାଇଁ ଘରୋଇ ଉପଚାର :
କଦଳୀ : ଭିଟାମିନ୍ A, B 6 ଏବଂ C କଦଳୀରେ ମିଳିଥାଏ । ଏହାର ଅର୍ଥ କଦଳୀ ହେଉଛି ଏକ ପ୍ରାକୃତିକ ଜିନିଷ ଯାହା ପାଦକୁ ଶୁଷ୍କ ହେବାକୁ ରୋକିଥାଏ । ଏଭଳି ପରିସ୍ଥିତିରେ ୨ ଟି ପାଚିଲା କଦଳୀକୁ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ପାଦର ଫାଟି ଥିବା ସ୍ଥାନରେ ଲଗାନ୍ତୁ । ଏହାକୁ ୨୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ ଏବଂ ତା’ପରେ ପାଦକୁ ପାଣିରେ ଧୋଇ ଦିଅନ୍ତୁ ।
ମହୁ : ମହୁ ହେଉଛି ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଯାହା ଫାଟିଯାଇଥିବା ଗୋଇଠିକୁ ଭଲ କରିବାରେ ସାହାଯ୍ୟ କରେ । ଏହା ମଧ୍ୟ ଚର୍ମକୁ ଶୁଷ୍କ ହେବାକୁ ରୋକିଥାଏ । ଏକ କପ୍ ଗରମ ପାଣିରେ ଏକ କପ୍ ମହୁ ମିଶାନ୍ତୁ । ସେହି ପାଣିରେ ପାଦକୁ ସଫା କରନ୍ତୁ ଏବଂ ୨୦ ମିନିଟ୍ ପାଇଁ ଧୀରେ ଧୀରେ ମାଲିସ୍ କରନ୍ତୁ । କିଛି ସପ୍ତାହ ଶୋଇବା ପୂର୍ବରୁ ଏହା ନିୟମିତ କରନ୍ତୁ, ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ପାଦ ସମସ୍ୟା ଦୂର ହୋଇଯିବ ।
ଭେସଲିନ୍ ଏବଂ ଲେମ୍ବୁ ରସ : ଲେମ୍ବୁ ଏବଂ ଭେସଲିନ୍ ଫାଟିଯାଇଥିବା ପାଦକୁ ସହଜରେ ଭଲ କରିଥାଏ । ପାଦକୁ ଉଷୁମ ପାଣିରେ ପ୍ରାୟ ୧୫ ମିନିଟ୍ ବୁଡାଇ ରଖନ୍ତୁ । ଏହା ପରେ ୧ ଚାମଚ ଭେସଲିନ୍ ଏବଂ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ଆପଣ ଗୋଇଠି ଏବଂ ପାଦର ଅନ୍ୟ ଅଂଶରେ ଭଲ ଭାବରେ ଲଗାନ୍ତୁ । ଏହି ରସକୁ ପାଦରେ ରାତି ସାରା ଲଗେଇ ରଖନ୍ତୁ ଏବଂ ସକାଳେ ଧୋଇ ଦିଅନ୍ତୁ । ଶୋଇବା ପୂର୍ବରୁ ନିୟମିତ ଏହାକୁ କରନ୍ତୁ ।
ଚାଉଳ ଚୁନା, ମହୁ ଏବଂ ଭିନେଗାର : ୨ ଚାମଚ ଚାଉଳ ଚୁନା, ୧ ଚାମଚ ମହୁ ଏବଂ ୫ ରୁ ୬ ବୁନ୍ଦା ଭିନେଗାର ମିଶାନ୍ତୁ । ତେବେ ସମସ୍ତ ଉପାଦାନକୁ ମିଶ୍ରଣ କରି ଏକ ପେଷ୍ଟ ତିଆରି କରି ଏକ ସ୍କ୍ରବ୍ ପ୍ରସ୍ତୁତ କରନ୍ତୁ । ୧୦ ମିନିଟ୍ ପାଇଁ ପାଦକୁ ଉଷୁମ ପାଣିରେ ବୁଡାଇ ରଖନ୍ତୁ, ଏବଂ ତା’ପରେ ଏହି ମିଶ୍ରଣକୁ ସ୍କିନର ବାହାର ଅଂଶରେ ଧୀରେ ଧୀରେ ସ୍କ୍ରବ୍ କରନ୍ତୁ । ଏପରି ଭାବେ ସପ୍ତାହରେ ୨ ରୁ ୩ ଥର କରନ୍ତୁ । ତେବେ ଯେଉଁମାନଙ୍କର ପାଦରେ ଏପରି ସମସ୍ୟା ହେଉଛି, ସେମାନେ ଏହି ସବୁ ଘରୋଇ ଉପଚାର ବ୍ୟବହାର କରିପାରିବେ । ଏହି ସବୁ ଘରୋଇ ଉପାୟ ସାହାଯ୍ୟରେ ଆପଣ ଗୋଇଠି ଫାଟିବା ସମସ୍ୟାରୁ ମୁକ୍ତି ପାଇ ପାରିବେ ।

