Wednesday, October 7, 2026
31.4 C
Odisha

    ଶୀତଦିନେ ତ୍ୱଚା ଡ୍ରାଏ ହେଉଛି କି?, ଲଗାନ୍ତୁ ଏହି ସବୁ ଫେସ୍ ପ୍ୟାକ୍

    ଆଗକୁ ପଢନ୍ତୁ

    ଶୀତଦିନେ ତ୍ୱଚାର ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ କାରଣ ଏହି ଋତୁରେ ତ୍ୱଚା ଅଧିକ ଶୁଷ୍କ ହେବା ସହ ଏହାର ଚମକ ହ୍ରାସ ପାଇଥାଏ । ଶୀତ ଦିନରେ ସବୁଠୁ ବଡ ସମସ୍ୟା ହେଉଛି ଡ୍ରାଏ ସ୍କିନ । ଯଦି ଆପଣ ଥଣ୍ଡାରେ ହେଉଥିବା ତ୍ୱଚା ସମ୍ବନ୍ଧିତ ସମସ୍ୟା ଯଥା ରୁକ୍ଷ ତ୍ୱଚା ଭଳି ସମସ୍ୟାକୁ ଭାବି ଭାବି ଚିନ୍ତିତ ହେଉଛନ୍ତି ତେବେ ଆପଣଙ୍କୁ ଏହା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । କାରଣ ଆଜି ଆମେ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବାକୁ ଯାଉଛୁ ।

    ଏଥିପାଇଁ ଆପଣଙ୍କୁ କେବଳ କିଛି ଘରୋଇ ଜିନିଷର ବ୍ୟବହାର କରିବାକୁ ପଡିବ । କିଛି ଘରୋଇ ଜିନିଷରେ ତିଆରି ଫେସ୍ ପ୍ୟାକ୍ ବ୍ୟବହାର କରି ଆପଣ ନିଜ ତ୍ୱଚାକୁ ନରମ ଏବଂ ଚମକଦାର କରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଫେସ୍ ପ୍ୟାକ୍ ବିଷୟରେ ଯାହା ଶୀତଦିନେ ଆପଣଙ୍କ ତ୍ୱଚାକୁ ମଶ୍ଚରାଇଜ୍ କରିବା ପାଇଁ କାମ କରିବ ।

    ମହୁ ଏବଂ ହଳଦୀ :ଉଭୟ ମହୁ ଏବଂ ହଳଦୀ ହେଉଛି ବହୁତ ଉପକାରୀ ଜିନିଷ । ଏଥିପାଇଁ ମହୁରେ କିଛି ହଳଦୀ ମିଶାନ୍ତୁ । ସେଥିପାଇଁ ଆପଣଙ୍କୁ ଏହି ମିଶ୍ରଣକୁ ୧୫ ରୁ ୨୦ ମିନିଟ୍ ପାଇଁ ଆପଣଙ୍କ ମୁହଁରେ ଲଗାଇବାକୁ ପଡିବ ଏବଂ ତା’ପରେ ମୁହଁ ଧୋଇବାକୁ ପଡିବ । ଏହି ଫେସ୍ ପ୍ୟାକ୍ ସାହାଯ୍ୟରେ ଆପଣଙ୍କ ଚେହେରାରୁ ଦାଗ ଦୂର ହେବା ସହ ଚମକ ମଧ୍ୟ ଫେରି ଆସିବ । ଯଦି ଆପଣ ଏହି ସବୁ ସ୍କିନ୍‌ ସମସ୍ୟାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି, ତାହେଲେ ଏହି ୩ଟି ଫେସ୍‌ ପ୍ୟାକ୍‌ ବ୍ୟବହାର କରିପାରିବେ । ଯାହା ଆପଣଙ୍କ ସ୍କିନ୍‌ ପାଇଁ ବେଶ୍‌ ଲାଭଦାୟକ ହେବ ।

    ଆଳୁ ରସରେ ଫେସ୍ ପ୍ୟାକ୍:ଆଳୁରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ସ୍କିନ୍‌କୁ ଭଲ ରଖିବାରେ ସାହାଯ୍ୟ କରିଥାଏ । ମୁହଁରେ ଆଳୁ ରସ ଲଗାଇବା ଦ୍ୱାରା ତ୍ୱଚାର ଅନେକ ସମସ୍ୟା ଦୂର ହୋଇଥାଏ ଏବଂ ସ୍କିନ୍‌କୁ ଚମକାଇଥାଏ । ତେବେ ଆପଣ ଆଳୁକୁ ଫେସ୍ ପ୍ୟାକ୍ ଭାବରେ ବ୍ୟବହାର କରିପାରିବେ । ଏଥିପାଇଁ ୧ ଆଳୁକୁ ଗ୍ରେଟ୍‌ କରିଦିଅନ୍ତୁ । ଏହାପରେ ଆଳୁରେ କିଛି ଲେମ୍ବୁ ରସ, କ୍ଷୀର ଏବଂ ବେସନ ମିଶାନ୍ତୁ । ଏହି ପେଷ୍ଟକୁ ୨୦ ମିନିଟ୍ ପାଇଁ ମୁହଁରେ ଲଗାନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ ।

    କ୍ଷୀର ଏବଂ ବେସନ :ସ୍କିନ୍‌ର ଚମକ ବଢାଇବା ପାଇଁ, ଆପଣ ଗୋଟିଏ ଚାମଚ ବେସନକୁ ଦୁଇ ଚାମଚ କ୍ଷୀରରେ ମିଶାଇ ଆପଣଙ୍କ ମୁହଁରେ ଲଗାଇ ପାରିବେ । କ୍ଷୀର ଏବଂ ବେସନର ମିଶ୍ରଣ ଆପଣଙ୍କ ସ୍କିନ୍‌ର ହଜିଯାଇଥିବା ଚମକକୁ ଫେରାଇ ଆଣିବାରେ ପ୍ରଭାବଶାଳୀ ହୋଇପାରେ । ଏହାକୁ ଲଗାଇବା ପାରେ ମାତ୍ର ୨୦ ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରନ୍ତୁ ଦେଖିବେ ଆପରଙ୍କ ସ୍କିନ୍‌ ର ଅନେକ ପ୍ରକାରର ସମସ୍ୟା ଦୂର ହୋଇଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ