ହେଲେ ମୋଜା ପିନ୍ଧି ଶୋଇବା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇଥାଏ । ଯଦି ଆପଣ ଏମିତି କରୁଛନ୍ତି, ତେବେ ତୁରନ୍ତ ଆପଣଙ୍କ ଅଭ୍ୟାସ ବଦଳାଇଦିଅନ୍ତୁ । ରାତିରେ ଶୋଇବା ସମୟରେ ଆପଣ ଯଦି ମୋଜା ପିନ୍ଧି ଶୋଉଛନ୍ତି, ତେବେ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇବ। ତେବେ ଜାଣନ୍ତୁ କ’ଣ ପ୍ରଭାବ ପଡିବ ।
ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ମୋଜା ପିନ୍ଧୁଛନ୍ତି ତାହେଲେ ଏହାଦ୍ୱାରା ପାଦ ଷ୍ଟିଫ ହୋଇଯାଇଥାଏ ଏବଂ ପାଦ ଝିମଝିମ ହେବା ଭଳି ସମସ୍ୟା ଦେଖାଦେଇଥାଏ । ପାଦରୁ ଝାଳ ବାହାରିବା ସହିତ ଏହା ପାଦରେ ଫଙ୍ଗଲ ଇନଫେକ୍ସନ ଭଳି ସମସ୍ୟା ସୃଷ୍ଟି କରିଥାଏ । ଯାହାଦ୍ୱାରା ପାଦର ତ୍ୱଚା ଖରାପ ହୋଇଯାଇଥାଏ । ଟାଇଟ ମୋଜା ପିନ୍ଧିବାର ଅଭ୍ୟାସ ଆପଣଙ୍କୁ ଭ୍ୟାରିକୋଜ ଭେନସ(ପାଦର ଶିରାପ୍ରଶିରା ନୀଳ ପଡିଯିବା)ଭଳି ରୋଗର ଶିକାର ବନାଇଥାଏ । କେବଳ ସେତିକି ନୁହେଁ ଯଦି ଏହି ରୋଗ ଆପଣଙ୍କୁ ପୂର୍ବରୁ ଅଛି ତାହେଲେ ପରିସ୍ଥିତି ସଙ୍କଟାପର୍ଣ୍ଣ ହେବାର ଆଶଙ୍କା ରହିଥାଏ ।
ମୋଜା ପିନ୍ଧି ଶୋଇବାର କ୍ଷତି :
ରକ୍ତ ସଞ୍ଚାଳନରେ ସମସ୍ୟା : ଶୋଇବା ସମୟରେ ମୋଜା ପିନ୍ଧି ଶୋଇବା ଦ୍ୱାରା ରକ୍ତ ସଂଚାଳନରେ ସମସ୍ୟା ଆସିଥାଏ । ଶୋଇବା ସମୟରେ ଅଧିକ ଟାଇଟ ମୋଜା ପିନ୍ଧିବା ଦ୍ୱାରା ବ୍ଲଡ ଫ୍ଲୋ କମ୍ ହୋଇଯାଏ ।
ଓଭର ହିଟିଂ ସମସ୍ୟା : ରାତିରେ ମୋଜା ପିନ୍ଧି ଶୋଇବା ଦ୍ୱାରା ବ୍ୟକ୍ତିକୁ ଓଭରଯିଟିଂ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯାହାଦ୍ୱାରା ଶରୀରର ତାପମାତ୍ରା ହଠାତ୍ ବଢିଯିବା ସହିତ ବିଚଳିତ ଏବଂ ଅସହଜ ଅନୁଭବ ଲାଗିଥାଏ ।
ସ୍କିନ ଆଲର୍ଜି : ଦିନଯାକ ମୋଜା ପିନ୍ଧି ବୁଲିବା ଯୋଗୁଁ ଧୂଳି ମଳି ଜମି ରହିଥାଏ। ଆଉ ଯଦି ରାତିରେ ମୋଜା ପିନ୍ଧି ଶୋଇବେ, ତେବେ ପାଦରେ ସଂକ୍ରମଣ ବଢିଯାଏ ।
ହୃଦୟ ପାଇଁ କ୍ଷତିକାରକ : ଶୀତଦିନରେ ଟାଇଟ ମୋଜା ପିନ୍ଧିବା ଦ୍ୱାରା ପାଦର ଶିରା ଉପରେ ପ୍ରଭାବ ପଡିଥାଏ। ଯାହା ଦ୍ୱାରା ହୃଦୟରେ ରକ୍ତ ସଂଚାଳନ ହେବାରେ ସମସ୍ୟା ଆସିଥାଏ । ଏଥିଯୋଗୁଁ ହୃଦୟ ଉପରେ ପ୍ରଭାବ ପଡେ ।

