Monday, September 28, 2026
24.7 C
Odisha

    ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ମଧ୍ୟରାତ୍ରିରେ ପଡ଼ିବ ଦେବ ଦମ୍ପତିଙ୍କ ହାତଗଣ୍ଠି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ଦେବ ଦମ୍ପତିଙ୍କ ବିବାହ । ମଧ୍ୟରାତ୍ରିରେ ପଡ଼ିବ ହାତଗଣ୍ଠି । ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଦେବ ବିବାହ ପାଇଁ ଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିର ଉତ୍ସବମୁଖର ହୋଇପଡ଼ିଛି । ଦୁଇ ମନ୍ଦିରକୁ ରଙ୍ଗିନ ଆଲୋକ ଓ ଫୁଲରେ ସଜାଯାଇଛି । ଗତକାଲିରାତି ପ୍ରାୟ ସାଢ଼େ ୮ଟାରେ ସନ୍ଧ୍ୟା ଧୂପ ନୀତି ପରେ ଶ୍ରୀଲିଙ୍ଗରାଜଙ୍କ ପକ୍ଷରୁ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେବାୟତମାନେ ଫୁଲ, ଚନ୍ଦନ, ବେଲପତ୍ର ଓ ଠାକୁରଙ୍କ ମହାପ୍ରସାଦକୁ ସମର୍ପଣ କରି ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରିଛନ୍ତି । କେଦାରଗୌରୀ ମନ୍ଦିରରେ ବି ମଙ୍ଗନ ବିଧି ଯଥାରୀତି ସଂପନ୍ନ ହୋଇଛି । ଅଷ୍ଟପ୍ରହର ନାମଯଜ୍ଞ ସହ ମଙ୍ଗନ କାର୍ଯ୍ୟ କରାଯାଇଛି ।

    ପ୍ରଭୁ ଲିଙ୍ଗରାଜଙ୍କ ବରଯାତ୍ରୀକୁ ସ୍ବାଗତ କରିବାକୁ ସବୁ ପ୍ରସ୍ତୁତି ସରିଛି । କେଦାରଗୌରୀ ପରିସରରେ ଥିବା ସବୁ ମନ୍ଦିରକୁ ରଙ୍ଗ କରାଯିବା ସହ ଚିତା ପକାଯାଇଛି । ସେହିପରି ଫୁଲରେ ସଜ୍ଜିତ ତୋରଣ ଓ କଳସ ସ୍ଥାପନା କରାଯାଇଛି । ଲିଙ୍ଗରାଜଙ୍କ ଚଳନ୍ତି ବିଗ୍ରହଙ୍କୁ ବରବେଶରେ ସଜେଇ ବିଭିନ୍ନ ପାରମ୍ପରିକ ବାଦ୍ୟ ବଜାଇ ଓ ରୋଷଣି କରି ବରଯାତ୍ରୀ ବାହାରି କେଦାରଗୌରୀ ମନ୍ଦିରକୁ ଯିବେ । ବିଧି ମୁତାବକ ରାତି ସାଢ଼େ୧୧ଟା ସୁଦ୍ଧା ବରଯାତ୍ରୀ ମନ୍ଦିରରୁ ବାହାରିବେ। ବଢ଼େଇବାଙ୍କ ଛକ, ତିନିମୁଣ୍ଡିଆ ଛକ ଓ ଏକାମ୍ର ବନ ନିକଟ ଦେଇ ଶୋଭାଯାତ୍ରା ଯିବ। ମନ୍ଦିରର ଜ୍ୟୋତିଷଙ୍କ ଧାର୍ଯ୍ୟ ସମୟ ଅନୁଯାୟୀ ରାତି ୧୨ଟାରୁ ସାଢ଼େ ୩ଟା ମଧ୍ୟରେ ହାତଗଣ୍ଠି ପଡ଼ିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ