Wednesday, November 12, 2025
13.9 C
Odisha

    ଶୀତ ଦିନ ପାଇଁ ଆପଣଙ୍କ ଓଠ ଫାଟୁଛି କି?, ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଉପଚାର

    ଆଗକୁ ପଢନ୍ତୁ

    ବର୍ତ୍ତମାନ ଚାଲିଛି ଶୀତ ଋତୁ । ଶୀତ ଋତୁ ସମସ୍ତଙ୍କୁ ଖବ୍ ଭଲ ଲାଗିଥାଏ । କିନ୍ତୁ ଶୀତ ଦିନ ଆସିବା ମାତ୍ରେ ହାତ, ପାଦ ପାଟିବା ସହ ଓଠ ମଧ୍ୟ ଫାଟିଯାଇଥାଏ । ଏହି ସମସ୍ୟା ଯୋଗୁଁ ବାହାରକୁ ଯିବାକୁ ନିଜକୁ ସଙ୍କୋଚ ଲାଗେ । ଅଧିକାଂଶ ଲୋକେ ଏହି ସବୁ ସମସ୍ୟା ଦୂର କରିବାକୁ ଲିପ୍ ବାମ୍ ବ୍ୟବହାର କରିଥାଆନ୍ତି । ଶୀତ ଋତୁରେ ଓଠ ଫାଟିବା ଏକ ସାଧାରଣ କଥା । କେମିତି ଘରୋଇ ଉପଚାରରେ ଏହି ସମସ୍ୟାରୁ ଆପଣମାନେ ମୁକ୍ତି ପାଇପାରିବେ ସେ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବୁ ।

    ଆମ ଆଖପାଖରେ ଅନେକ କିଛି ଜିନିଷ ରହିଛି ଯାହା ନାନା ସମସ୍ୟାରୁ ରକ୍ଷା କରେ । ସେହି ସବୁ ମଧ୍ୟରୁ ଗୋଲାପ ଫୁଲ ଅନ୍ୟତମ । ଗୋଲାପ ପାଖୁଡାକୁ ସଫା ପାଣିରେ ଧୋଇ ତାକୁ କିଛି ସମୟ କ୍ଷୀରରେ ଭିଜାଇ ରଖିଦିଅନ୍ତୁ । ଏହାପରେ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଓଠରେ ଲଗାନ୍ତୁ । ପାଖାପାଖି ୧୫ ମିନିଟ ପରେ ଓଠକୁ ଧୋଇ ଦିଅନ୍ତୁ ।  ଏଭଳି କରିବା ଦ୍ବାରା ଓଠର ରୁକ୍ଷତା ଦୂର ହେବା ସହ ଗୋଲାପୀ ଦେଖାଯିବ । ଆଲୋଭେରା ଜେଲକୁ ନେଇ ଓଠରେ ମସାଜ କରନ୍ତୁ । ଏମିତି କରିବା ଦ୍ବାରା ମଧ୍ୟ ଓଠର ଶୁଷ୍କତାକୁ ଦୂର କରିଥାଏ ।

    ମହୁରୁ ଅନେକ ପ୍ରକାରର ପୋଷକ ତତ୍ତ୍ବ ମିଳିଥାଏ । ଯାହା ଓଠକୁ ନରମ ରଖିଥାଏ । ମହୁକୁ ଓଠରେ ମସାଜ କରନ୍ତୁ । ଯାହା ଆପଣଙ୍କର ଓଠକୁ ମୁଲାୟମ କରିବ । ରାତିରେ ଶୋଇବା ସମୟରେ ସୋରିଷ ତେଲକୁ ଉଷୁମ କରି ନାଭିରେ ଲଗାନ୍ତୁ । ପ୍ରତିଦିନ ଏପରି କରିବା ଦ୍ବାରା ଆପଣଙ୍କ ଓଠ ଫାଟିବାରୁ ମୁକ୍ତି ମିଳିବ । ଏଥିସହ ଓଠରେ ଅମ୍ରୁତଭଣ୍ଡାର ରସ ଲଗାଇବା ଓଠ କୋମଳ ଏବଂ ନରମ ରହିଥାଏ ।

    ଶୀତଦିନ ପାଇଁ କୌଣସି ଲିପ୍ ବାମ୍ ଏବଂ ବଡି ଲୋସନ ଅପେକ୍ଷା ନଡିଆ ତେଲ ଖୁବ୍ ଲାଭକାରୀ । ଯାହା ବ୍ୟବହାର କରିବା ଦ୍ବାରା ଓଠ ଏବଂ ଚର୍ମକୁ ନରମ କରିଦେଇଥାଏ । ରଙ୍ଗହୀନତାକୁ ଦୂର କରିବା ପାଇଁ ଚାହୁଁଥିଲେ ଶୋଇବା ପୂର୍ବରୁ ନଡିଆ ତେଲ ଲଗାନ୍ତୁ । ଘିଅ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ବୋଲି ପ୍ରମାଣିତ ହୋଇଆସୁଅଛି । କିନ୍ତୁ ଘିଅ ବ୍ୟବହାର କରିବା ଦ୍ବାରା ମଇଶ୍ଚରାଇଜ ରଖେ । ଏହା ଲିପ୍ ବାମ ଭଳି କାମ କରେ । ଘିଅ ବ୍ୟବହାର କରିବା ଦ୍ବାରା ମଧ୍ୟ ଓଠକୁ ଗୋଲାପୀ ରଖିବାରେ ସାହାଯ୍ୟ କରିଥାଏ ।

    ଏହା ବ୍ୟତୀତ ଘରୋଇ ଉପାୟରେ ଆପଣମାନେ ମଧ୍ୟ ଲିପ୍ ବାମ୍ ତିଆରି କରିପାରିବେ । ଏହି ସବୁ ଜିନିଷ ପ୍ରାକୃତିକ ହୋଇଥିବାରୁ ଆମ ପାଇଁ ଭଲ ହୋଇଥାଏ । ତେବେ ଆସନ୍ତୁ ସେହି ଘରୋଇ ଲିପ୍ ବାମ୍ ସମ୍ପର୍କରେ ଜାଣିବା ।

    ଅଧ ଚାମଚ କ୍ରିମ୍, ଟିକେ ଡାଲଚିନି ଗୁଣ୍ଡ ଏବଂ ଚିମଚଟା, ହଳଦୀକୁ ଏକାଠି କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ଲିପ୍ ବାମକୁ ଓଠରେ ଲଗାନ୍ତୁ । ଯାହା ଲଗାଇବା ଫଳରେ ଓଠକୁ ମଇଶ୍ଚରାଇଜ୍ ରଖିବାରେ ବଡ଼ ଭୂମିକା ନିର୍ବାହ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.9 ° C
    13.9 °
    13.9 °
    63 %
    1.6kmh
    6 %
    Wed
    25 °
    Thu
    25 °
    Fri
    25 °
    Sat
    25 °
    Sun
    25 °

    ସମ୍ବନ୍ଧିତ