Sunday, March 22, 2026
21.2 C
Odisha

    ଶୀଶ୍‌ମହଲ ଦୁର୍ନୀତି’ର ତଦନ୍ତ ନିର୍ଦ୍ଦେଶ ଦେଲେ ସିଭିସି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବ ବାସଭବନ ୬, ଫ୍ଲାଗ୍‌ଷ୍ଟାଫ୍‌ ବଙ୍ଗଳା ନବୀକରଣରେ ‌ହୋଇଥିବା ଅନିୟମିତତା ମାମଲାର ତଦନ୍ତ କରିବାପାଇଁ ସିଭିସି (କେନ୍ଦ୍ରୀୟ ଭିଜିଲାନ୍ସ କମିସନ) ନିର୍ଦ୍ଦେଶ ଦେଇଛନ୍ତି। ସିପିଡବ୍ଲ୍ୟୁଡି (ସେଣ୍ଟ୍ରାଲ ପବ୍ଲିକ ୱାର୍କ‌୍‌ସ ଡିପାର୍ଟମେଣ୍ଟ୍‌)ର ତଥ୍ୟଗତ ରିପୋର୍ଟ ଆଧାରରେ ଏହି ତଦନ୍ତ କରିବାପାଇଁ ସିଭିସି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୩ ତାରିଖରେ ୬ ଫ୍ଲାଗଷ୍ଟାଫ୍‌ ବଙ୍ଗଳା ନବୀକରଣରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସିପିଡବ୍ଲ୍ୟୁଡି ଏହି ଅଭିଯୋଗ ଉପରେ ଏକ ବିସ୍ତୃତ ତଦନ୍ତ କରିବାପରେ ଜାଣିପାରିଲା ଯେ ନିର୍ମାଣ ନିୟମର ଉଲ୍ଲଂଘନ କରାଯାଇ ୮ ଏକର ପରିବ୍ୟାପ୍ତ ଏକ ଅଞ୍ଚଳ‌ରେ କେଜ୍ରିୱାଲଙ୍କ ଏହି ବାସଭବନ ନିର୍ମାଣ କରାଯାଇଥିଲା। ନବୀକରଣ ହୋଇଥିବା ବଙ୍ଗଳା ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ଥିଲା। ୨୦୧୫ରୁ ୨୦୨୪ ପର୍ଯ୍ୟନ୍ତ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ବାସଭବନରେ ରହୁଥିଲେ।
    ଉଲ୍ଲେଖଯୋଗ୍ୟ, କେଜ୍ରିୱାଲଙ୍କର ଏହି ପୂର୍ବ ବାସଭବନ ତଥା ‘ଶୀଶ୍‌ମହଲ’ ସହ ଅନ୍ୟ ୪ଟି ସମ୍ପତ୍ତି ମିଶାଇବା ପ୍ରକ୍ରିୟାକୁ ରଦ୍ଦ କରିବାପାଇଁ ବିଜେପି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ନିକଟରେ ଦାବି କରିଥିଲା। ‘ଶୀଶ୍‌ମହଲ’ ପ୍ରସଙ୍ଗ ନେଇ ବିଜେପି ଦିଲ୍ଲୀ ନିର୍ବାଚନ ପ୍ରଚାରରେ ଆପ୍‌କୁ ଘେରିଥିଲା। ନବ ନିର୍ବାଚିତ ବିଜେପି ବିଧାୟକ ବୀଜେନ୍ଦ୍ର ଗୁପ୍ତା ମଧ୍ୟ କହିଛନ୍ତି ଯେ ବଙ୍ଗଳା ୪ଟି ସରକାରୀ ସମ୍ପତ୍ତିକୁ ମିଶାଇ ବଢ଼ାଯାଇଛି। ଗୁପ୍ତା କହିଛନ୍ତି, ଆପ୍‌ ସୁପ୍ରିମୋ ବଙ୍ଗଳା ନିକଟରେ ଥିବା ସରକାରୀ ସମ୍ପତ୍ତିକୁ ବେଆଇନ ଭାବେ ଅକ୍ତିଆର କରି ଏହି ବଙ୍ଗଳାକୁ ଏକ ଅତ୍ୟାଧୁନିକ ଏବଂ ବିଳାସପୂର୍ଣ୍ଣ ‘ଶୀଶ୍‌ମହଲ’ରେ ପରିଣତ ‌କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ