Thursday, February 27, 2025
24.7 C
Odisha

    ଶୀଶ ମହଲ’ରେ ରହିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନ୍ୟମନ୍ତ୍ରୀମାନେ କେଉଁଠି ରହିବେ ସେ ନେଇ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବେ, କାରଣ ପିଡବ୍ଲ୍ୟୁଡି ବିଭାଗ ଅଧିକାରୀଙ୍କ ବାସଭବନ ଚୂଡ଼ାନ୍ତ କାର୍ଯ୍ୟ ଶେଷ ହେବାକୁ ଯାଉଛି । ଦିଲ୍ଲୀ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୩ରୁ ୪ଟି ବଙ୍ଗଳା ଚୟନ କରାଯାଇଛି। ଏହି ତିନିରୁ ଚାରିଟି ବଙ୍ଗଳା ମଧ୍ୟରୁ ଗୋଟିଏ ହେବ ଯେଉଁଠାରେ ନୂତନ ସିଏମ ରେଖା ଗୁପ୍ତା ରହିବେ । ତେବେ କୌଣସି ବଙ୍ଗଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସହମତି ହୋଇନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ ଚୂଡ଼ାନ୍ତ ହୋଇଥିବା ଏସବୁ ବଙ୍ଗଳା ମଧ୍ୟରେ କେଜ୍ରିଓ୍ବାଲଙ୍କ କୁଖ୍ୟାତ ଶୀଶ ମହଲ ନାହିଁ । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୀଶ ମହଲରେ ରହିବେ ନାହିଁ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ରେଖା ଗୁପ୍ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆତିଶୀଙ୍କୁ ମଧ୍ୟ ସମାନ ସୁରକ୍ଷା ଦିଆଯାଇଥିଲା। ପିଡବ୍ଲ୍ୟୁଡି ଅଧିକାରୀଙ୍କ କହିବା ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଖୁବଶୀଘ୍ର ସରକାରୀ ଆବାସ ଆବଣ୍ଟନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    21 %
    1.9kmh
    0 %
    Thu
    27 °
    Fri
    36 °
    Sat
    37 °
    Sun
    38 °
    Mon
    39 °

    ସମ୍ବନ୍ଧିତ